Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 6:15 - ପବିତ୍ର ବାଇବଲ

15 ଏହିପରି ଭାବରେ ଦାଉଦ ଓ ଇସ୍ରାଏଲୀୟମାନେ ଆନନ୍ଦ ଉଲ୍ଲାସରେ ଜୟଧ୍ୱନି କରି ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନଗର ମଧ୍ୟକୁ ନେଇ ଆସିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଏହିରୂପେ ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ଜୟଧ୍ଵନି ଓ ତୂରୀଧ୍ଵନି କରି ସଦାପ୍ରଭୁଙ୍କ ସିନ୍ଦୁକ ଆଣିଲେ।

Gade chapit la Kopi

ଓଡିଆ ବାଇବେଲ

15 ଏହିରୂପେ ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ଜୟଧ୍ୱନି ଓ ତୂରୀଧ୍ୱନି କରି ସଦାପ୍ରଭୁଙ୍କ ସିନ୍ଦୁକ ଆଣିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଏହିରୂପେ ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ଜୟଧ୍ୱନି ଓ ତୂରୀଧ୍ୱନି କରି ସଦାପ୍ରଭୁଙ୍କ ସିନ୍ଦୁକ ଆଣିଲେ।

Gade chapit la Kopi




2 ଶାମୁୟେଲ 6:15
16 Referans Kwoze  

ତୂରୀ ଧ୍ୱନିରେ ପରମେଶ୍ୱରଙ୍କର ପ୍ରଶଂସା କର। ନେବଲ ଓ ବୀଣା ଯନ୍ତ୍ରରେ ତାଙ୍କର ପ୍ରଶଂସା କର!


ହେ ସର୍ବଗୋଷ୍ଠୀୟମାନେ ଆନନ୍ଦରେ କରତାଳି ଦିଅ। ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।


ଏହିପରି, ଇସ୍ରାଏଲର ସମସ୍ତ ଲୋକ ନିୟମସିନ୍ଦୁକକୁ ନେଇଆସିଲେ। ସେମାନେ ଉଚ୍ଚସ୍ୱର କଲେ, ସେମାନେ ମେଣ୍ଢା ଶିଙ୍ଗରୁ ନିର୍ମିତ ବାଦ୍ୟ ଓ ତୂରୀ ବଜାଇଲେ, ଆହୁରି ମଧ୍ୟ ସେମାନେ ଗିନି, ସାରଙ୍ଗ ଓ ବୀଣା ବଜାଇଲେ।


ଦାଉଦ, ଇସ୍ରାଏଲର ପ୍ରାଚୀନବର୍ଗ ଓ ସେନାଧ୍ୟକ୍ଷମାନେ ନିୟମସିନ୍ଦୁକ ଆଣିବା ନିମନ୍ତେ ଗଲେ। ସେମାନେ ତାହାକୁ ଓବେଦ୍-ଇଦୋ‌ମ୍‌ଙ୍କ ଗୃହରୁ ନେଇଆସିଲେ। ସମସ୍ତେ ବହୁତ ଆନନ୍ଦିତ ଥିଲେ।


ଦାଉଦ, ଲେବୀୟ ନେତାମାନଙ୍କୁ ସେମାନଙ୍କ ଭ୍ରାତାଗଣ ଗାୟକମାନଙ୍କୁ ଆଣିବା ନିମନ୍ତେ କହିଲେ। ଗାୟକମାନେ ସେମାନଙ୍କର ବୀଣା, ସାରଙ୍ଗ ଓ ଗିନି ଆଣିବେ ଓ ଆନନ୍ଦରେ ଗୀତ ଗାନ କରିବେ।


ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା, କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚ‌କ୍‌ଚକ୍ କରୁଥିବା ରାଜମୁକୁଟ ଶୋଭା ପାଇବ।”


ଦାଉଦ ଏକ ଶୁକ୍ଳ ଏଫୋଦ ପିନ୍ଧିଥିଲେ। ସଦାପ୍ରଭୁଙ୍କ ସମ୍ମୁଖରେ ତାଙ୍କର ସମସ୍ତ ସାମର୍ଥ୍ୟ ସହ ନାଚୁଥିଲେ।


ଶାଉଲଙ୍କ ଝିଅ ମୀଖଲ ଝରକାରେ ଗ୍ଭହିଁ ଥିଲେ। ଯେତେବେଳେ ସେ ଦେଖିଲେ, ପବିତ୍ର ସିନ୍ଦୁକ ଦାଉଦ ନଗରକୁ ଆସିଲା, ଏବଂ ସେ ଯେତେବେଳେ ଦେଖିଲେ ଦାଉଦ ନିଜେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ସମ୍ମୁଖରେ ନାଚୁଛନ୍ତି, ସେ ବ୍ୟତିବ୍ୟସ୍ତ ହେଲେ। ସେ ହୃଦୟରେ ତାଙ୍କୁ ତୁଚ୍ଛ ବୋଲି ଭାବିବାକୁ ଲାଗିଲେ।


ପୁଣି ଲୋକମାନେ ଯେତେବେଳେ ଭିତରକୁ ଯିବେ ସେତେବେଳେ ଅଧିପତି ସେମାନଙ୍କ ସହିତ ଭିତରକୁ ଯିବେ। ଆଉ ବାହାରିଲା ବେଳେ ସେମାନେ ଏକତ୍ର ବାହାରିଯିବେ।


ପରମେଶ୍ୱରଙ୍କ ଅନୁସରଣକାରୀ ତୁମ୍ଭେମାନେ ଗୌରବରେ ଆନନ୍ଦ କର! ଆପଣା ଶଯ୍ୟା ଉପରେ ମଧ୍ୟ ଆନନ୍ଦର ସହ ଗାନ କର।


କିନ୍ତୁ ମୁଁ ତଥାପି ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି ଏବଂ ପରମେଶ୍ୱରଙ୍କୁ ମୋର ତ୍ରାଣକର୍ତ୍ତା ଭାବି ଖୁସୀ ହେବି।


Swiv nou:

Piblisite


Piblisite