Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 6:11 - ପବିତ୍ର ବାଇବଲ

11 ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ସେଠାରେ ତିନି ମାସ ରହିଲା। ସଦାପ୍ରଭୁ ଓବେଦଇଦୋମ ଓ ତାଙ୍କର ପରିବାରକୁ ଆଶୀର୍ବାଦ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତହିଁରେ ସଦାପ୍ରଭୁଙ୍କ ସିନ୍ଦୁକ ଗିତ୍ତୀୟ ଓବେଦ-ଇଦୋମର ଗୃହରେ ତିନି ମାସ ରହିଲା; ପୁଣି ସଦାପ୍ରଭୁ ଓବେଦ-ଇଦୋମକୁ ଓ ତାହାର ସମସ୍ତ ପରିବାରକୁ ଆଶୀର୍ବାଦ କଲେ।

Gade chapit la Kopi

ଓଡିଆ ବାଇବେଲ

11 ତହିଁରେ ସଦାପ୍ରଭୁଙ୍କ ସିନ୍ଦୁକ ଗାଥୀୟ ଓବେଦ୍‍-ଇଦୋମର ଗୃହରେ ତିନି ମାସ ରହିଲା; ପୁଣି ସଦାପ୍ରଭୁ ଓବେଦ୍‍-ଇଦୋମକୁ ଓ ତାହାର ସମସ୍ତ ପରିବାରକୁ ଆଶୀର୍ବାଦ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତହିଁରେ ସଦାପ୍ରଭୁଙ୍କ ସିନ୍ଦୁକ ଗାଥୀୟ ଓବେଦ୍‍-ଇଦୋମର ଗୃହରେ ତିନି ମାସ ରହିଲା; ପୁଣି ସଦାପ୍ରଭୁ ଓବେଦ୍‍-ଇଦୋମକୁ ଓ ତାହାର ସମସ୍ତ ପରିବାରକୁ ଆଶୀର୍ବାଦ କଲେ।

Gade chapit la Kopi




2 ଶାମୁୟେଲ 6:11
7 Referans Kwoze  

ଏହି ପ୍ରକାରେ ସେ ଯୋଷେଫଙ୍କୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋଷେଫଙ୍କ ଲାଗି ସେହି ମିସ୍ରୀୟ ଲୋକର ଗୃହ ଉପରେ ଆଶୀର୍ବାଦ କଲେ। ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ଷିଲା।


ଲାବନ ତାଙ୍କୁ କହିଲେ, “ମୋତେ କିଛି କହିବାକୁ ଦିଅ। ମୁଁ ଗୁଣି ବିଦ୍ୟା କରି ଜାଣି ପାରିଛି ଯେ, ସଦାପ୍ରଭୁ ତୁମ୍ଭ ହେତୁରୁ ମୋତେ ଆଶୀର୍ବାଦ କରିଛନ୍ତି।


ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭମାନଙ୍କ ଦ୍ରବ୍ୟର ଏକ ଦଶମାଂଶ ଆମ୍ଭ ଭଣ୍ତାରକୁ ଆଣ ଯଦ୍ଦ୍ୱାରା କି ତୁମ୍ଭର ଗୃହରେ ଯଥେଷ୍ଟ ଖାଦ୍ୟ ରହିବ। ଆମ୍ଭକୁ ପରୀକ୍ଷା କର। ଯଦି ତୁମ୍ଭେମାନେ ଏହି କାର୍ଯ୍ୟ କର, ଆମ୍ଭେ ଆକାଶର ଝରକାସବୁ ଖୋଲିଦେବା ଏବଂ ତୁମ୍ଭ ଉପରେ ଆଶୀର୍ବାଦ ବୃଷ୍ଟି କରିବା। ପ୍ରତ୍ୟେକ ଦିଗରୁ ତୁମ୍ଭମାନଙ୍କର ଦରକାରଠାରୁ ଅଧିକ ତୁମ୍ଭେମାନେ ଲାଭ କରିବ।


କାରାରକ୍ଷକ ଯୋଷେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲେ ନାହିଁ। କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ ସଦାପ୍ରଭୁ ତାହା ସିଦ୍ଧ କଲେ।


ତେଣୁ ଦାଉଦ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଦାଉଦ ନଗରକୁ ଆଣିଲେ ନାହିଁ। ଦାଉଦ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ନେଇ ଗାଥ୍‌ର ଓବେଦଇଦୋମର ଗୃହରେ ରଖିଲେ।


ଓବେଦ୍-ଇଦୋମ ଓ ତାଙ୍କର ପୁତ୍ରଗଣ; ଓବେଦ୍-ଇଦୋମଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ ଶମୟିୟ। ଯିହୋଷାବଦ୍ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ। ଯୋୟାହ ତାଙ୍କର ତୃତୀୟ ପୁତ୍ର ଥିଲେ। ସାଖାର୍ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ନଥନେଲ ତାଙ୍କର ପଞ୍ଚମ ପୁତ୍ର ଥିଲେ।


Swiv nou:

Piblisite


Piblisite