Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 6:10 - ପବିତ୍ର ବାଇବଲ

10 ତେଣୁ ଦାଉଦ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଦାଉଦ ନଗରକୁ ଆଣିଲେ ନାହିଁ। ଦାଉଦ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ନେଇ ଗାଥ୍‌ର ଓବେଦଇଦୋମର ଗୃହରେ ରଖିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ତହୁଁ ଦାଉଦ ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରକୁ ଆପଣା କତିକି ଆଣିବାକୁ ଅନିଚ୍ଛୁକ ହେଲେ; ମାତ୍ର ଦାଉଦ ତାହା ନେଇ ପଥପାର୍ଶ୍ଵସ୍ଥ ଗିତ୍ତୀୟ ଓବେଦ-ଇଦୋମର ଗୃହରେ ରଖିଲେ,

Gade chapit la Kopi

ଓଡିଆ ବାଇବେଲ

10 ତହୁଁ ଦାଉଦ ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରକୁ ଆପଣା କତିକି ଆଣିବାକୁ ଅନିଚ୍ଛୁକ ହେଲେ; ମାତ୍ର ଦାଉଦ ତାହା ନେଇ ପଥପାର୍ଶ୍ଵସ୍ଥ ଗାଥୀୟ ଓବେଦ୍‍-ଇଦୋମର ଗୃହରେ ରଖିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ତହୁଁ ଦାଉଦ ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରକୁ ଆପଣା କତିକି ଆଣିବାକୁ ଅନିଚ୍ଛୁକ ହେଲେ; ମାତ୍ର ଦାଉଦ ତାହା ନେଇ ପଥପାର୍ଶ୍ଵସ୍ଥ ଗାଥୀୟ ଓବେଦ୍‍-ଇଦୋମର ଗୃହରେ ରଖିଲେ,

Gade chapit la Kopi




2 ଶାମୁୟେଲ 6:10
11 Referans Kwoze  

ଆସଫ ପ୍ରଥମ ଦଳର ନେତା ଥିଲେ। ଆସଫଙ୍କ ଦଳ ଗିନି ବଜାଉଥିଲେ। ଯିଖରିୟ ଦ୍ୱିତୀୟ ଦଳର ନେତା ଥିଲେ। ଅନ୍ୟ ଲେବୀୟମାନେ ଥିଲେ: ଯିୟୟେଲ, ଶମୀରାମୋତ୍, ଯିହୀୟେଲ, ମତ୍ତଥିୟ, ଇଲୀୟାବ, ବନାୟ, ଓବେଦ୍-ଇଦୋମ୍ ଓ ଯିୟୂୟେଲ। ଏହି ବ୍ୟକ୍ତିମାନେ ତମ୍ବୁରା ଓ ବୀଣା ବଜାଉଥିଲେ।


ସେହି ଲେବୀୟମାନଙ୍କର ଆଉ ଏକ ଦ୍ୱିତୀୟ ଦଳ ମଧ୍ୟ ଥିଲେ। ସେମାନେ ଥିଲେ ଯିଖରିୟ, ବେନ, ଯାସୀୟେଲ, ଶମୀରାମୋତ, ଯିହୀୟେଲ, ଉନ୍ନିକି, ଇଲୀୟାବ, ବନାୟ, ମାସେୟ, ମତ୍ତଥିୟ, ଇଲୀଫଲେହୁ, ମି‌କ୍‌ନେୟ, ଓବେଦ-ଇଦୋମ ଓ ଯିୟୂୟେଲ। ଏହିମାନେ ଦ୍ୱାରପାଳ ଥିଲେ।


ଦାଉଦ ତାଙ୍କର ଲୋକମାନଙ୍କୁ ମୋଟ ତିନି ଭାଗରେ ବିଭକ୍ତ କଲେ। ଯୋୟାବ ଦାଉଦଙ୍କର ଏକ ତୃତୀୟାଂଶ ଲୋକମାନଙ୍କ ଉପରେ ନିଯୁକ୍ତି ହେଲେ। ଅନ୍ୟ ଏକ ତୃତୀୟାଂଶ ଯୋୟାବର ଭାଇ ସରୁୟାର ପୁତ୍ର ଅବୀଶୟର ଆଦେଶର ଅଧୀନରେ ରହିଲା ଏବଂ ଅବଶିଷ୍ଟ ଏକ ତୃତୀୟାଂଶ ଗାଥ୍‌ର ଇତ୍ତୟ ଆଦେଶର ଅଧୀନରେ ଥିଲେ। ରାଜା ତାଙ୍କର ଲୋକମାନଙ୍କୁ କହିଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କ ସହିତ ଯୁଦ୍ଧକୁ ଯିବି।”


ସେତେବେଳେ ରାଜା ଗାଥୀୟ ଇତ୍ତୟକୁ କହିଲେ, “ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କ ସଙ୍ଗରେ ଯାଉଛ? ଫେରିଯାଅ, ରାଜାଙ୍କ ସହିତ ରହିଯାଅ। କାରଣ ତୁମ୍ଭେ ତ ଜଣେ ବିଦେଶୀ। ତୁମ୍ଭେ ମଧ୍ୟ ନିର୍ବାସିତ ଲୋକ, ତୁମ୍ଭେ ନିଜ ସ୍ଥାନକୁ ଫେରିଯାଅ।


କିନ୍ତୁ ସମସ୍ତ ବେରୋତୀୟମାନେ ଗିତ୍ତୟିମକୁ ପଳାଇଲେ ଓ ସେମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ସେହି ସ୍ଥାନରେ ବାସ କରୁଛନ୍ତି।


ଯିହୂଦ୍, ବନେବରକ ଓ ଗାଥ୍-ରିମ୍ମୋନ୍।


ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ଅଧିକାର କଲେ। ତାହା ହେଲା ଦାଉଦ ନଗର।


ଦାଉଦ ସେହି ଦୁର୍ଗରେ ବାସ କଲେ, ଏବଂ ସେହି ସହରକୁ, “ଦାଉଦ ସହର ନାମରେ ନାମିତ କଲେ।” ଦାଉଦ ମିଲ୍ଲୋ ସ୍ଥାନକୁ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ୟ ନଗର ଭିତରେ ବହୁତ ପକ୍କାଘର ନିର୍ମାଣ କଲେ।


ଶବନିୟ, ଯୋଶାଫଟ୍, ନଥନେଲ, ଅମାସୟ, ଯିଖରିୟ, ବନାୟ ଓ ଇଲୀୟେଷର, ଏମାନଙ୍କର କାର୍ଯ୍ୟ ଥିଲା, ନିୟମସିନ୍ଦୁକର ସମ୍ମୁଖରେ ତୂରୀ ବଜାଇବା। ଓବେଦ୍-ଇଦୋମ୍ ଓ ଯିହିୟ ନିୟମସିନ୍ଦୁକର ଦ୍ୱାରପାଳ ଥିଲେ।


Swiv nou:

Piblisite


Piblisite