2 ଶାମୁୟେଲ 5:3 - ପବିତ୍ର ବାଇବଲ3 ତେଣୁ ଇସ୍ରାଏଲର ସମସ୍ତ ନେତାମାନେ ରାଜା ଦାଉଦଙ୍କ ସାକ୍ଷାତ ପାଇଁ ହିବ୍ରୋଣକୁ ଆସିଲେ। ତହିଁରେ ରାଜା ଦାଉଦ ହିବ୍ରୋଣରେ ସଦାପ୍ରଭୁ ସମ୍ମୁଖରେ ସେମାନଙ୍କ ସହିତ ଚୁକ୍ତି କଲେ ଓ ସେମାନେ ଇସ୍ରାଏଲର ରାଜା ରୂପେ ଦାଉଦଙ୍କୁ ଅଭିଷିକ୍ତ କଲେ। Gade chapit laପବିତ୍ର ବାଇବଲ (Re-edited) - (BSI)3 ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ କତିକି ଆସିଲେ; ତହିଁରେ ଦାଉଦ ରାଜା ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗରେ ନିୟମ କଲେ ଓ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ। Gade chapit laଓଡିଆ ବାଇବେଲ3 ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ରାଜା ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗରେ ନିୟମ କଲେ ଓ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ରାଜା ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗରେ ନିୟମ କଲେ ଓ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ। Gade chapit la |
ଅବ୍ନର ଦାଉଦଙ୍କୁ କହିଲେ, “ହେ ମୋର ପ୍ରଭୁ ମହାରାଜ, ମୋତେ ଯିବାକୁ ଦିଅ, ଏବଂ ସମସ୍ତ ଇସ୍ରାଏଲୀୟମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବାକୁ ଦିଅ। ତା'ପରେ ସେମାନେ ତୁମ୍ଭ ସମ୍ମୁଖରେ ଏକ ଚୁକ୍ତି କରିବେ ଏବଂ ତୁମ୍ଭେ ସମଗ୍ର ଇସ୍ରାଏଲର ରାଜା ହେବ, ଏବଂ ତୁମ୍ଭ ଇଚ୍ଛାମତେ ରାଜତ୍ୱ କରିବ।” ତେଣୁ ଦାଉଦ ଅବ୍ନରକୁ ଯିବାକୁ ଅନୁମତି ଦେଲେ ଏବଂ ଅବ୍ନର ଶାନ୍ତିରେ ଉକ୍ତ ସ୍ଥାନ ପରିତ୍ୟାଗ କଲେ।
“ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲର ବାର ଗୋଟି ଗୋଷ୍ଠୀକୁ ପରିଗ୍ଭଳିତ କରିବା ନିମନ୍ତେ ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ। ଏହା ପରେ ସେହି ଗୋଷ୍ଠୀରୁ ସଦାପ୍ରଭୁ ମୋର ପିତାଙ୍କ ପରିବାରକୁ ମନୋନୀତ କଲେ। ଆଉ ସେହି ପରିବାରରୁ ପରମେଶ୍ୱର ମୋତେ ଚିରକାଳ ନିମନ୍ତେ ଇସ୍ରାଏଲର ରାଜା ହେବା ନିମନ୍ତେ ମନୋନୀତ କଲେ। ପରମେଶ୍ୱର ମୋତେ ଇସ୍ରାଏଲର ରାଜା କରିବାକୁ ଇଚ୍ଛା କଲେ।