Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 5:20 - ପବିତ୍ର ବାଇବଲ

20 ତା'ପରେ ଦାଉଦ ବାଲ୍-ପରାସୀମକୁ ଗଲେ, ଏବଂ ସେଠାରେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, “ସଦାପ୍ରଭୁ ମୋର ଶତ୍ରୁମାନଙ୍କୁ ଛିନ୍ନ ବିଛିନ୍ନ କଲେ, ଯେପରି ନଦୀ ଭଙ୍ଗାବନ୍ଧକୁ ଭାଙ୍ଗି ବହି ନେଇଯାଏ।” ଯେଉଁଥିପାଇଁ ଦାଉଦ ଉକ୍ତ ସ୍ଥାନର ନାମ “ବାଲ୍-ପରାସୀମ ରଖିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ତହୁଁ ଦାଉଦ ବାଲ୍-ପରାସୀମକୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ପୁଣି ସେ କହିଲେ, ସଦାପ୍ରଭୁ ମୋʼ ସମ୍ମୁଖରେ ମୋʼ ଶତ୍ରୁମାନଙ୍କୁ ଜଳ ଦ୍ଵାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି। ଏହେତୁ ସେ ସେହି ସ୍ଥାନର ନାମ ବାଲ୍-ପରାସୀମ (ଭଗ୍ନ-ସ୍ଥାନ) ରଖିଲେ।

Gade chapit la Kopi

ଓଡିଆ ବାଇବେଲ

20 ତହୁଁ ଦାଉଦ ବାଲ୍‍-ପରାସୀମକୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ପୁଣି ସେ କହିଲେ, “ସଦାପ୍ରଭୁ ମୋ’ ସମ୍ମୁଖରେ ମୋ’ ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେ ସେହି ସ୍ଥାନର ନାମ ବାଲ୍‍-ପରାସୀମ (ଭଗ୍ନ-ସ୍ଥାନ) ରଖିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ତହୁଁ ଦାଉଦ ବାଲ୍‍-ପରାସୀମ୍‍କୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ପୁଣି ସେ କହିଲେ, “ସଦାପ୍ରଭୁ ମୋʼ ସମ୍ମୁଖରେ ମୋʼ ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେ ସେହି ସ୍ଥାନର ନାମ ବାଲ୍‍-ପରାସୀମ୍‍ (ଭଗ୍ନ ସ୍ଥାନ) ରଖିଲେ।

Gade chapit la Kopi




2 ଶାମୁୟେଲ 5:20
5 Referans Kwoze  

ସଦାପ୍ରଭୁ ପାରାସୀମ ପର୍ବତରେ ଉଠିଲାପରି ଉଠିବେ। ଗିବିୟୋନ ଉପତ୍ୟକାରେ ଯେପରି କ୍ରୋଧାନ୍ୱିତ ହୋଇଥିଲେ, ସେହିପରି କ୍ରୋଧ କରିବେ। ସେତେବେଳେ ସେ ଅ‌‌ଦ୍‌‌ଭୂତକାର୍ଯ୍ୟ ସାମ୍ପାଦନ କରିବେ। ପୁଣି ସେ ନିଜର କାର୍ଯ୍ୟ ତଥା ଅଲୌକିକ କାର୍ଯ୍ୟ ସମ୍ପନ୍ନ କରିବେ।


ବର୍ତ୍ତମାନ ଇସ୍ରାଏଲର ପରିବାରବର୍ଗର ସମସ୍ତ ଲୋକ ଯୁକ୍ତି କରିବାକୁ ଲାଗିଲେ ଏବଂ ସେମାନେ କହିଲେ, “ରାଜା ଦାଉଦ ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କଲେ, ଏବଂ ଅନ୍ୟ ଶତ୍ରୁମାନଙ୍କଠାରୁ ମଧ୍ୟ ଆମ୍ଭକୁ ସେ ରକ୍ଷା କଲେ। ଦାଉଦ ଅବଶାଲୋମ ଯୋଗୁଁ ରାଜ୍ୟ ଛାଡ଼ି ପଳାଇଛନ୍ତି।


ଏହା ପରେ ଦାଉଦ ଓ ତାଙ୍କ ଲୋକମାନେ ବାଲ୍-ପରାସୀମ ସହରକୁ ଗଲେ ଓ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ଦାଉଦ କହିଲେ, “ପରମେଶ୍ୱର ମୋ’ ଦ୍ୱାରା ମୋ’ ଶତ୍ରୁମାନଙ୍କୁ ବନ୍ୟା ବ୍ୟାପିବା ତୁଲ୍ୟ ଧ୍ୱଂସ କରିଅଛନ୍ତି।” ତେଣୁ ସେହି ସ୍ଥାନର ନାମ ବାଲ୍-ପରାସୀମ୍ ରଖାଗଲା।


ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରି ପରାଜିତ କରିଅଛ। ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ। କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।


ତୁମ୍ଭେ ଆପଣା ଲୋକଙ୍କୁ ପରିତ୍ରାଣ କରିବକୁ ଆସିଲ। ତୁମ୍ଭେ ଆପଣା ମନୋନୀତ ରାଜାଙ୍କୁ ରକ୍ଷା କରିବାକୁ ଆସିଲ। ପ୍ରତି ମନ୍ଦ ଗୃହରେ ଥିବା ମୁଖ୍ୟଙ୍କୁ ହତ୍ୟା କଲ। ତୁମ୍ଭେ ତାକୁ ଆପାଦମସ୍ତକ ଗ୍ଭବୁକରେ ପ୍ରହାର କଲ। ସେଲା


Swiv nou:

Piblisite


Piblisite