Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 5:11 - ପବିତ୍ର ବାଇବଲ

11 ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇଲେ। ହୀରମ୍ ମଧ୍ୟ ଏରସ କାଠ, ବଢ଼ାଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲେ। ସେମାନେ ଦାଉଦଙ୍କ ପାଇଁ ଏକ ଘର ତିଆରି କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଅନନ୍ତର ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକୁ ଦୂତଗଣ ଓ ଏରସ କାଠ ଓ ବଢ଼େଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲା; ତହିଁରେ ସେମାନେ ଦାଉଦଙ୍କ ନିମନ୍ତେ ଗୃହ ନିର୍ମାଣ କଲେ।

Gade chapit la Kopi

ଓଡିଆ ବାଇବେଲ

11 ଏଥିଉତ୍ତାରେ ସୋରର ରାଜା ହୂରମ୍‍ ଦାଉଦଙ୍କ ନିକଟକୁ ଦୂତଗଣ ଓ ଏରସ କାଠ ଓ ବଢ଼େଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲା; ତହିଁରେ ସେମାନେ ଦାଉଦଙ୍କ ନିମନ୍ତେ ଗୃହ ନିର୍ମାଣ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏଥିଉତ୍ତାରେ ସୋରର ରାଜା ହୂରମ୍‍ ଦାଉଦଙ୍କ ନିକଟକୁ ଦୂତଗଣ ଓ ଏରସ କାଠ ଓ ବଢ଼େଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲା; ତହିଁରେ ସେମାନେ ଦାଉଦଙ୍କ ନିମନ୍ତେ ଗୃହ ନିର୍ମାଣ କଲେ।

Gade chapit la Kopi




2 ଶାମୁୟେଲ 5:11
15 Referans Kwoze  

ହୀରମ୍ ସୋର ନଗରର ରାଜା ଥିଲେ। ହୀରମ୍ ଦାଉଦଙ୍କ ନିକଟକୁ ବାର୍ତ୍ତାବହକମାନଙ୍କୁ ପ୍ରେରଣ କଲେ। ହୀରମ୍ ଆହୁରି ମଧ୍ୟ ଏରସ ବୃକ୍ଷର ବଡ଼ ବଡ଼ କାଠଗଣ୍ଡି, ପଥର କଟାଳୀ ଓ ବଢ଼େଇମାନଙ୍କୁ ଦାଉଦଙ୍କ ନିକଟକୁ ପଠାଇଲେ। ଦାଉଦଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବା ନିମନ୍ତେ ହୀରମ୍ ସେମାନଙ୍କୁ ପଠାଇଲେ।


ଶଲୋମନଙ୍କର ଓ ହୀରମଙ୍କର ରାଜମିସ୍ତ୍ରୀମାନେ ଓ ବାବିଲୀୟ ଲୋକମାନେ ପଥର ଗୁଡ଼ିକୁ ଖୋଦନ କଲେ। ଏହିରୂପେ ସେମାନେ ମନ୍ଦିର ନିର୍ମାଣ ନିମନ୍ତେ କାଠ ଓ ପ୍ରସ୍ତର ପ୍ରସ୍ତୁତ କଲେ।


ରାଜା ଦାଉଦ ଭବିଷ୍ୟ‌ଦ୍‌ବକ୍ତା ନାଥନଙ୍କୁ କହିଲେ, “ଦେଖ ମୁଁ ଏବେ ଏରସ ନିର୍ମିତ କାଠ ଘରେ ବାସ କରୁଅଛି କିନ୍ତୁ ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ସେହି ତମ୍ବୁ ତଳେ ରହି ଅଛି। ଆମ୍ଭେମାନେ ପବିତ୍ର ସିନ୍ଦୁକ ପାଇଁ ଏକ ସୁନ୍ଦର ପ୍ରାସାଦ ତିଆରି କରିବା କଥା।”


ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜା କଲେ ଓ ତାଙ୍କର ଇସ୍ରାଏଲର ଲୋକମାନଙ୍କ ପାଇଁ ରାଜ୍ୟକୁ ଅତ୍ୟଧିକ କ୍ଷମତା ଦେଲେ। ଏହା ଦାଉଦ ବୁଝି ପାରିଲେ।


ସେମାନେ ପାରସ୍ୟର ରାଜା କୋରସର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧାରମାନଙ୍କୁ ମୁଦ୍ରା ଦେଲେ। ଏବଂ ଲିବାନୋ‌ନ୍‌ଠାରୁ ଯାଫୋସ୍ଥିତ ସମୁଦ୍ରତୀର ପର୍ଯ୍ୟନ୍ତ ଏରସ କାଠ ଆଣିବା ପାଇଁ ସୀଦୋନୀୟ ଓ ସୋରୀୟ ଲୋକମାନଙ୍କୁ ଖାଦ୍ୟ, ପାନୀୟ ଓ ତୈଳ ଦେଲେ।


ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କରିଛ। ତୁମ୍ଭେ ମୋର ଶତ୍ରୁଙ୍କୁ ମୋତେ ପରାଜିତ କରିବାକୁ ସୁଯୋଗ ଦେଲ ନାହିଁ କି ସେମାନେ ମୋତେ ପରିହାସ କରିବାକୁ ଦେଲ ନାହିଁ। ତେଣୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।


“ହେ ମନୁଷ୍ୟ ପୁତ୍ର, କାରଣ ସୋର ଯିରୁଶାଲମର ଦୁର୍ଭାଗ୍ୟ ସମୟରେ ଏହା କହି ପରିହାସ କରିଛି, କହିଛି: ‘ଜୟଧ୍ୱନିରେ ଦେଶର ଫାଟକ ଭାଙ୍ଗି ଗଲା ଏବଂ ମୋ’ ପାଇଁ ଖୋଲି ଗଲା। ବର୍ତ୍ତମାନ ମୁଁ ଉନ୍ନତି କରିବି।’”


ଏହା ପରେ ଏହାର ସୀମା ଦକ୍ଷିଣରେ ରାମା ଓ ସୋର ନାମକ ଏକ ପ୍ରାଚୀରବେଷ୍ଟିତ ନଗରକୁ ଲାଗିଥିଲା। ଏହିଠାରୁ ସେ ସୀମା ହୋଷାକୁ ଲାଗିଥିଲା। ଏହାର ସୀମା ଅକଷୀବ୍ ନିକଟସ୍ଥ ସମୁଦ୍ର ପର୍ଯ୍ୟନ୍ତ ଥିଲା।


ଏହା ପରେ ଦାଉଦ, ଯେତେବେଳେ ନୂତନ ଗୃହକୁ ଗମନ କଲେ, ସଦାପ୍ରଭୁ ତାଙ୍କୁ ତାଙ୍କର ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କଠାରୁ ଶାନ୍ତି ପ୍ରଦାନ କଲେ।


ପଥର କାଟିବାରେ 80,000 ଲୋକ ନିଯୁକ୍ତି ହେଲେ ଓ 70,000 ଲୋକ ପଥର ବୋହିବାରେ ନିଯୁକ୍ତି ହେଲେ।


Swiv nou:

Piblisite


Piblisite