Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 4:5 - ପବିତ୍ର ବାଇବଲ

5 ରେଖବ୍ ଓ ବାନା, ଯିଏ କି ବେରୋତୀୟ ରିମ୍ମୋଣର ପୁତ୍ର। ସେମାନେ ମଧ୍ୟାହ୍ନ ସମୟରେ ଈ‌ଶ୍‌ବୋଶ‌‌ତ୍‌‌ଙ୍କ ଗୃହରେ ପ୍ରବେଶ କଲେ। ସେହି ସମୟରେ ଈ‌ଶ୍‌ବୋଶତ୍ ବିଶ୍ରାମ ନେଉଥିଲେ, କାରଣ ସେହି ଅପରାହ୍ନ ବହୁତ ଗରମ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଅନନ୍ତର ଈଶ୍ବୋଶତ ମଧ୍ୟାହ୍ନ ସମୟରେ ବିଶ୍ରାମ ନେବା ବେଳେ ବେରୋତୀୟ ରିମ୍ମୋଣର ପୁତ୍ର ରେଖବ୍ ଓ ବାନା ଯାଇ ପ୍ରାୟ ଖରା ବେଳେ ତାହାର ଗୃହରେ ଉପସ୍ଥିତ ହେଲେ।

Gade chapit la Kopi

ଓଡିଆ ବାଇବେଲ

5 ଏଥିଉତ୍ତାରେ ଈଶ୍‍ବୋଶତ ମଧ୍ୟାହ୍ନ ସମୟରେ ବିଶ୍ରାମ ନେବା ବେଳେ ବେରୋତୀୟ ରିମ୍ମୋନ୍‍ର ପୁତ୍ର ରେଖବ ଓ ବାନା ଯାଇ ପ୍ରାୟ ଖରା ବେଳେ ତାହାର ଗୃହରେ ଉପସ୍ଥିତ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏଥିଉତ୍ତାରେ ଈଶ୍‍ବୋଶତ ମଧ୍ୟାହ୍ନ ସମୟରେ ବିଶ୍ରାମ ନେବା ବେଳେ ବେରୋତୀୟ ରିମ୍ମୋନ୍‍ର ପୁତ୍ର ରେଖବ ଓ ବାନା ଯାଇ ପ୍ରାୟ ଖରା ବେଳେ ତାହାର ଗୃହରେ ଉପସ୍ଥିତ ହେଲେ।

Gade chapit la Kopi




2 ଶାମୁୟେଲ 4:5
9 Referans Kwoze  

ଯେତେବେଳେ ଅମତ୍‌ସିୟ ସଦାପ୍ରଭୁଙ୍କର ବାଧ୍ୟ ହେବା ବନ୍ଦ କରିଦେଲେ, ଯିରୁଶାଲମର ଲୋକମାନେ ଅମତ୍‌ସିୟଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ସେ ଲାଖୀଶ୍ ସହରକୁ ଲୋକମାନଙ୍କୁ ପଠାଇଲେ ଓ ସେମାନେ ସେଠାରେ ଅମତ୍‌ସିୟଙ୍କୁ ହତ୍ୟା କଲେ।


ଅରାମୀୟମାନେ ଯୋୟାଶଙ୍କ ନିକଟରୁ ଯେତେବେଳେ ପ୍ରସ୍ଥାନ କଲେ, ସେ ଗୁରୁତର ଭାବରେ ଆହତ ହୋଇଥିଲେ। ଯୋୟାଶଙ୍କର ନିଜ ଭୃତ୍ୟମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ଯୋୟାଶ୍ ଯିହୋୟାଦା ଯାଜକଙ୍କର ପୁତ୍ର ଜିଖରିୟଙ୍କୁ ହତ୍ୟା କରିଥିବାରୁ ସେମାନେ ଏହିପରି କଲେ। ସେହି ଭୃତ୍ୟମାନେ ଯୋୟାଶଙ୍କୁ ତାଙ୍କର ଶଯ୍ୟା ଉପରେ ହିଁ ବଧ କଲେ। ଯୋୟାଶ୍ ମୃତ୍ୟୁ ଭୋଗ କରିବା ପରେ ଲୋକମାନେ ତାଙ୍କୁ ଦାଉଦଙ୍କ ନଗରରେ କବର ଦେଲେ, କିନ୍ତୁ ସେମାନେ ତାଙ୍କୁ ରାଜାମାନେ ଯେଉଁ ସ୍ଥାନରେ କବର ପାଆନ୍ତି, ସେ ସ୍ଥାନରେ କବର ଦେଲେ ନାହିଁ।


ରାଜା ଏଲାଙ୍କର ରଥ ସମୂହର ଅର୍ଦ୍ଧେକର ଅଧ୍ୟକ୍ଷ ସିମ୍ରି ନାମକ ରାଜାଙ୍କର ଜଣେ ଅଧିକାରୀ ଥିଲେ, ଏଲାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ସେହି ସମୟରେ ଏଲା ଅର୍ସାର ଗୃହରେ ମଦ୍ୟପାନ କରି ମାତାଲ ହୋଇଗଲା। ଅର୍ସା ତିର୍ସା ପ୍ରାସାଦର ଦାୟିତ୍ୱରେ ଥିଲା।


ଥରେ ସନ୍ଧ୍ୟା ସମୟରେ ଦାଉଦ ବିଛଣାରୁ ଉଠି ଛାତ ଉପରେ ବୁଲିବା ସମୟରେ ଜଣେ ସ୍ତ୍ରୀଲୋକ ଗାଧୋଉ ଥିବାର ଦେଖିଲେ। ସେହି ସ୍ତ୍ରୀ ଜଣକ ଅତି ସୁନ୍ଦରୀ ଥିଲା।


ନରର ପୁତ୍ର ଅ‌‌ବ୍‌‌ନର ଶାଉଲଙ୍କ ସୈନ୍ୟଦଳର ସେନାପତି ଥିଲେ। ଅ‌‌ବ୍‌‌ନର ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌କୁ ମହନୟିମକୁ ନେଇଗଲେ।


ଆମୋ‌ନଙ୍କ ଭୃତ୍ୟମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ସେମାନେ ଆମୋ‌ନଙ୍କୁ ତାଙ୍କର ନିଜ ଗୃହରେ ହତ୍ୟା କଲେ।


ଦୁଇଜଣ ପୁରୁଷ ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌‌ତ୍‌‌କୁ ଦେଖିବାକୁ ଗଲେ। ଏହି ଦୁଇଜଣ ପୁରୁଷ ସୈନ୍ୟମାନଙ୍କର ଅଧିନାୟକ ଥିଲେ। ସେମାନେ ରେଖବ୍ ଓ ବାନା, ବେରୋତୀୟ ରିମ୍ମୋଣର ପୁତ୍ର ଥିଲେ। ସେମାନେ ବେରୋତୀୟ ନଗରର ବିନ୍ୟାମୀନ ପରିବାରବର୍ଗରେ ଗଣିତ ଥିଲେ।


Swiv nou:

Piblisite


Piblisite