Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 4:4 - ପବିତ୍ର ବାଇବଲ

4 ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଏକ ପୁତ୍ର ଥିଲେ, ଯାହାଙ୍କର ନାମଥିଲା ମଫୀବୋଶତ୍। ଯେତେବେଳେ ତାକୁ ମାତ୍ର ପାଞ୍ଚ ବର୍ଷ ବୟସ ହୋଇଥିଲା, ସେତେବେଳେ ଯିଷ୍ରିୟେଲରୁ ଖବର ଆସିଲା ଯେ, ଶାଉଲ ଏବଂ ଯୋନାଥନକୁ ହତ୍ୟା କରାଯାଇଛି। ଯେତେବେଳେ ମଫୀବୋଶ‌‌ତ୍‌‌ର ଧାତ୍ରୀ ଏ ଖବର ପାଇଲା, ସେ ମଫୀବୋଶତକୁ ଉଠାଇଲା ଏବଂ ସେ ଭୟରେ ଦୌଡ଼ି ପଳାଇଲା। କିନ୍ତୁ ପିଲାଟି ତଳେ ପଡ଼ିଗଲା ଏବଂ ତା'ପରେ ତା'ର ଦୁଇ ଗୋଡ଼ ଛୋଟା ହୋଇଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଗୋଟିଏ ପୁତ୍ର ଥିଲା, ତାହାର ଦୁଇ ପାଦ ଛୋଟା। ଯିଷ୍ରିୟେଲରୁ ଶାଉଲ ଓ ଯୋନାଥନ ବିଷୟକ ସମ୍ଵାଦ ଆସିବା ବେଳେ ତାହାକୁ ପାଞ୍ଚ ବର୍ଷ ହୋଇଥିଲା, ପୁଣି ତାହାର ଧାତ୍ରୀ ତାହାକୁ ନେଇ ପଳାଇଲା; ମାତ୍ର ପଳାଇବା ପାଇଁ ଚଞ୍ଚଳ ହେବାରୁ ପିଲା ପଡ଼ି ଯାଇ ଛୋଟା ହେଲା। ତାହାର ନାମ ମଫୀବୋଶତ୍।

Gade chapit la Kopi

ଓଡିଆ ବାଇବେଲ

4 ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଗୋଟିଏ ପୁତ୍ର ଥିଲା, ତାହାର ଦୁଇ ପାଦ ଛୋଟା। ଯିଷ୍ରିୟେଲରୁ ଶାଉଲ ଓ ଯୋନାଥନ ବିଷୟକ ସମ୍ବାଦ ଆସିବା ବେଳେ ତାହାକୁ ପାଞ୍ଚ ବର୍ଷ ହୋଇଥିଲା, ପୁଣି ତାହାର ସେବିକା ତାହାକୁ ନେଇ ପଳାଇଲା; ମାତ୍ର ପଳାଇବା ପାଇଁ ଚଞ୍ଚଳ ହେବାରୁ ପିଲା ପଡ଼ି ଯାଇ ଛୋଟା ହେଲା। ତାହାର ନାମ ମଫୀବୋଶତ୍‍।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଗୋଟିଏ ପୁତ୍ର ଥିଲା, ତାହାର ଦୁଇ ପାଦ ଛୋଟା। ଯିଷ୍ରିୟେଲରୁ ଶାଉଲ ଓ ଯୋନାଥନ ବିଷୟକ ସମ୍ବାଦ ଆସିବା ବେଳେ ତାହାକୁ ପାଞ୍ଚ ବର୍ଷ ହୋଇଥିଲା, ପୁଣି ତାହାର ସେବିକା ତାହାକୁ ନେଇ ପଳାଇଲା; ମାତ୍ର ପଳାଇବା ପାଇଁ ଚଞ୍ଚଳ ହେବାରୁ ପିଲା ପଡ଼ିଯାଇ ଛୋଟା ହେଲା। ତାହାର ନାମ ମଫୀବୋଶତ୍‍।

Gade chapit la Kopi




2 ଶାମୁୟେଲ 4:4
10 Referans Kwoze  

ରାଜା କହିଲେ, “ଆଉ ଶାଉଲ ପରିବାରର କେହି ଅଛନ୍ତି କି? ପରମେଶ୍ୱରଙ୍କର ଦୟା ସେମାନଙ୍କୁ ଦେବାକୁ ଗ୍ଭହୁଁଛି।” ସୀବଃ ରାଜା ଦାଉଦକୁ କହିଲା, “ଯୋନାଥନର ଏକ ପୁତ୍ର ଏବେ ମଧ୍ୟ ବଞ୍ଚିଛି। ସେ ଛୋଟା ଅଟେ।”


ଯୋନାଥ‌ନଙ୍କ ପୁତ୍ର ଥିଲେ ମରୀବ୍ବାଲ୍, ମରୀବ୍ବାଲ୍ ମୀଖାଙ୍କ ପିତା ଥିଲେ।


ଯୋନାଥନଙ୍କ ପୁତ୍ର ଥିଲେ ମରୀବ୍ବାଲ୍। ମରୀବ୍ବାଲ୍ ମୀଖାଙ୍କ ପିତା ଥିଲେ।


ଯୋନାଥନର ପୁତ୍ର ମଫୀବୋଶତ୍ ଆସି ରାଜା ଦାଉଦଙ୍କୁ ଭୂମିଷ୍ଟ ପ୍ରଣାମ କଲା। ଦାଉଦ କହିଲେ, “ତୁମ୍ଭେ ମଫୀବୋଶତ୍।” ସେ କହିଲା, “ହଁ, ମହାପ୍ରଭୁ, ମୁଁ ହେଉଛି ଆପଣଙ୍କର ଦାସ ମଫୀବୋଶତ୍,”


ଦାଉଦ ଏବଂ ତାଙ୍କର ଲୋକମାନେ ପ୍ରତ୍ୟୁଷରୁ ଉଠି ପଲେଷ୍ଟୀୟ ଦେଶକୁ ଫେରିଗଲେ ଆଉ ପଲେଷ୍ଟୀୟମାନେ ଯିଷ୍ରିୟେଲକୁ ଗମନ କଲେ।


ପଲେଷ୍ଟୀୟମାନେ ସେମାନଙ୍କର ସୈନ୍ୟସାମନ୍ତଙ୍କ ସହିତ ଅଫେକରେ ଏକତ୍ରିତ ହେଲେ ଓ ଇସ୍ରାଏଲୀୟମାନେ ଯିଷ୍ରିୟେଲସ୍ଥ ଝରଣା ନିକଟରେ ଛାଉଣି ସ୍ଥାପନ କଲେ।


ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତକୁ ରାଜା ରକ୍ଷା କଲେ। ଯେହେତୁ ସେମାନଙ୍କ ମଧ୍ୟରେ ଅର୍ଥାତ୍ ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କ ଶପଥ ଥିଲା।


ମଫୀବୋଶ‌‌ତ୍‌‌ଙ୍କର ଦୁଇ ଗୋଡ଼ ଛୋଟା ଥିଲା। ସେ ସର୍ବଦା ଯିରୁଶାଲମରେ ବାସ କରୁଥିଲେ ଓ ରାଜା ଦାଉଦଙ୍କ ପାଖରେ ସର୍ବଦା ତାଙ୍କ ଟେବୁଲରେ ଖାଉଥିଲେ।


ମାତ୍ର ସେତେବେଳେ ହଦଦ୍ ସାନ ପିଲା ଥିଲା। ସେ ତାଙ୍କର ପିତାଙ୍କର କେତେକ ଦାସ ସହିତ ମିଶରକୁ ପଳାଇ ଯାଇଥିଲା।


Swiv nou:

Piblisite


Piblisite