Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 4:12 - ପବିତ୍ର ବାଇବଲ

12 ତେଣୁ ରାଜା ଦାଉଦ ତାଙ୍କର ଯୁବା ସୈନିକମାନଙ୍କୁ ରେଖବ ଓ ବାନାକୁ ହତ୍ୟା କରିବା ପାଇଁ ଆଦେଶ ଦେଲେ। ସୈନ୍ୟମାନେ ରେଖବ ଓ ବାନାର ହସ୍ତ ଓ ପାଦ କାଟି ହିବ୍ରୋଣସ୍ଥ ପୋଖରୀ ନିକଟରେ ଝୁଲାଇ ଦେଲେ। ଏବଂ ଈ‌ଶ୍‌ବୋଶ‌‌ତ୍‌‌ର ମସ୍ତକ ନେଇ ହିବ୍ରୋଣରେ ଅ‌‌ବ୍‌‌ନର‌ କବରରେ କବର ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ତହିଁରେ ଦାଉଦ ଆପଣା ଯୁବାମାନଙ୍କୁ ଆଜ୍ଞା ଦିଅନ୍ତେ, ସେମାନେ ସେମାନଙ୍କୁ ବଧ କଲେ, ଆଉ ସେମାନଙ୍କର ହସ୍ତ ଓ ପାଦ ଛେଦନ କରି ହିବ୍ରୋଣସ୍ଥ ପୁଷ୍କରିଣୀ ନିକଟରେ ଟଙ୍ଗାଇ ଦେଲେ। ମାତ୍ର ସେମାନେ ଈଶ୍ବୋଶତର ମସ୍ତକ ନେଇ ହିବ୍ରୋଣରେ ଅବ୍ନର-କବରରେ କବର ଦେଲେ।

Gade chapit la Kopi

ଓଡିଆ ବାଇବେଲ

12 ତହିଁରେ ଦାଉଦ ଆପଣା ଯୁବାମାନଙ୍କୁ ଆଜ୍ଞା ଦିଅନ୍ତେ, ସେମାନେ ସେମାନଙ୍କୁ ବଧ କଲେ, ଆଉ ସେମାନଙ୍କର ହସ୍ତ ଓ ପାଦ ଛେଦନ କରି ହିବ୍ରୋଣର ପୁଷ୍କରିଣୀ ନିକଟରେ ଟଙ୍ଗାଇ ଦେଲେ। ମାତ୍ର ସେମାନେ ଈଶ୍‍ବୋଶତର ମସ୍ତକ ନେଇ ହିବ୍ରୋଣରେ ଅବ୍‍ନର-କବରରେ କବର ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତହିଁରେ ଦାଉଦ ଆପଣା ଯୁବାମାନଙ୍କୁ ଆଜ୍ଞା ଦିଅନ୍ତେ, ସେମାନେ ସେମାନଙ୍କୁ ବଧ କଲେ, ଆଉ ସେମାନଙ୍କର ହସ୍ତ ଓ ପାଦ ଛେଦନ କରି ହିବ୍ରୋଣର ପୁଷ୍କରିଣୀ ନିକଟରେ ଟଙ୍ଗାଇ ଦେଲେ। ମାତ୍ର ସେମାନେ ଈଶ୍‍ବୋଶତର ମସ୍ତକ ନେଇ ହିବ୍ରୋଣରେ ଅବ୍‍ନର-କବରରେ କବର ଦେଲେ।

Gade chapit la Kopi




2 ଶାମୁୟେଲ 4:12
8 Referans Kwoze  

ଦାଉଦ ଅମାଲେକୀୟଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ମୃତ୍ୟୁ ପାଇଁ ଦାୟୀ, ତୁମ୍ଭେ ନିଜେ କହୁଛ ଯେ ସଦାପ୍ରଭୁଙ୍କ ଦ୍ୱାରା ମନୋନୀତ ରାଜାଙ୍କୁ ତୁମ୍ଭେ ହତ୍ୟା କରିଛ ବୋଲି। ତେଣୁ ତୁମ୍ଭେ ଦୋଷୀ।” ଦାଉଦ ତାଙ୍କର ଜଣେ ଦାସଙ୍କୁ ଆଦେଶ ଦେଲେ, ତୁମ୍ଭେ ଏହି ଅମାଲେକୀୟଙ୍କୁ ହତ୍ୟା କର। ତେଣୁ ସେ ଏହି ଅମାଲେକୀୟଙ୍କୁ ହତ୍ୟା କଲେ।


ତୁମ୍ଭେ ଅନ୍ୟର ବିଗ୍ଭର କଲେ ଠିକ୍ ସେହିଭଳି ତୁମ୍ଭର ବି ବିଗ୍ଭର କରାଯିବ। ତୁମ୍ଭେ ଅନ୍ୟକୁ ଯେଉଁଥିରେ ତଉଲିବ, ପରମେଶ୍ୱର ତୁମ୍ଭକୁ ସେହିଥିରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆଯିବ।


ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ୱର ସେହି ମିଥ୍ୟାବାଦୀମାନଙ୍କୁ ଓ ହତ୍ୟାକାରୀମାନଙ୍କୁ ସେମାନଙ୍କର ଜୀବନର ଅଧା ମଧ୍ୟ ଶେଷ ନ ହୋଇଥିବା ପୂର୍ବରୁ କବରକୁ ପଠେଇ ଦିଅନ୍ତି! ମୋର ଚୁକ୍ତିର ଅଂଶ ରୂପେ ମୁଁ ମୋର ବିଶ୍ୱାସ ତୁମ୍ଭଠାରେ କରିବି।


ସେମାନଙ୍କୁ ରାଜା ଗିବିୟୋନୀୟମାନଙ୍କ ହସ୍ତରେ ସମର୍ପଣ କଲେ। ତହୁଁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗି ଦେଲେ, ପୁଣି ସେ ସାତ ଜଣ ଯାକ ଏକା ବେଳେ ମାରା ପଡ଼ିଲେ। ସେମାନେ ପ୍ରଥମ ଶସ୍ୟଛେଦନ ସମୟରେ ଅର୍ଥାତ୍ ଯବ ଛେଦନର ଆରମ୍ଭ ସମୟରେ ହତ ହେଲେ।


ନରର ପୁତ୍ର ଅ‌‌ବ୍‌‌ନର ଶାଉଲଙ୍କ ସୈନ୍ୟଦଳର ସେନାପତି ଥିଲେ। ଅ‌‌ବ୍‌‌ନର ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌କୁ ମହନୟିମକୁ ନେଇଗଲେ।


ସଦାପ୍ରଭୁ ତୁମ୍ଭଙ୍କୁ ଦଣ୍ତ ଦେଉଛନ୍ତି, କାରଣ ତୁମ୍ଭେ ଶାଉଲଙ୍କର ପରିବାରର ଲୋକମାନଙ୍କୁ ହତ୍ୟା କଲ ଏବଂ ଶାଉଲଙ୍କର ରାଜପଦ ଗ୍ଭେରାଇ ନେଲ। କିନ୍ତୁ ବର୍ତ୍ତମାନ ଠିକ୍ ସେହି ମନ୍ଦ କର୍ମ ତୁମ୍ଭ ପାଇଁ ଘଟିବାକୁ ଯାଉଛି। ସଦାପ୍ରଭୁ ସେହି ରାଜ୍ୟକୁ ତୁମ୍ଭ ପୁଅ ଅବଶାଲୋମକୁ ହସ୍ତାନ୍ତର କରିଅଛନ୍ତି। କାରଣ ତୁମ୍ଭେ ଜଣେ ରକ୍ତପିପାସୁ ମଣିଷ।”


Swiv nou:

Piblisite


Piblisite