Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 3:9 - ପବିତ୍ର ବାଇବଲ

9-10 ମୁଁ ବର୍ତ୍ତମାନ ଏହି ପ୍ରତିଜ୍ଞା କରୁଅଛି। ମୁଁ ବର୍ତ୍ତମାନ ନିଶ୍ଚିତ ହେଉଅଛି ଯେ, ପରମେଶ୍ୱର ଯାହା କହିଥିଲେ, ତାହା ଘଟିବାକୁ ଯାଉଛି। ସଦାପ୍ରଭୁ କହିଥିଲେ, ଯେ ସେ ଶାଉଲ ବଂଶଠାରୁ ରାଜ ସିଂହାସନ ନେଇ ଦାଉଦଙ୍କୁ ଦେବେ। ସଦାପ୍ରଭୁ ଦାଉଦଙ୍କୁ ଯିହୁଦା ଏବଂ ଇସ୍ରାଏଲର ରାଜା କରିବେ। ସେ ଦା‌ନ୍‌ଠାରୁ ବେ‌ର୍‌ଶେବା ପର୍ଯ୍ୟନ୍ତ ଶାସନ କରିବେ। ଏବଂ ମୁଁ ଭାବୁଛି, ସଦାପ୍ରଭୁ ମୋ’ ଉପରେ ଅନ୍ୟାୟ କରିବେ ଯଦି ମୁଁ ତାହା ନ କରେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଶାଉଲ ବଂଶରୁ ରାଜ୍ୟ ଅନ୍ତର କରିବାକୁ ଓ ଦାନ୍‍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦା ଉପରେ ଦାଉଦଙ୍କର ସିଂହାସନ ସ୍ଥାପନ କରିବାକୁ,

Gade chapit la Kopi

ଓଡିଆ ବାଇବେଲ

9 ଶାଉଲ ବଂଶରୁ ରାଜ୍ୟ ଅନ୍ତର କରିବାକୁ ଓ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦା ଉପରେ ଦାଉଦଙ୍କର ସିଂହାସନ ସ୍ଥାପନ କରିବାକୁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଶାଉଲ ବଂଶରୁ ରାଜ୍ୟ ଅନ୍ତର କରିବାକୁ ଓ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦା ଉପରେ ଦାଉଦଙ୍କର ସିଂହାସନ ସ୍ଥାପନ କରିବାକୁ,

Gade chapit la Kopi




2 ଶାମୁୟେଲ 3:9
16 Referans Kwoze  

ଏଣୁ ଶାମୁୟେଲ ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ଇସ୍ରାଏଲର ରାଜତ୍ୱ ତୁମ୍ଭଠାରୁ ନେଇଗଲେ ଓ ତୁମ୍ଭଠାରୁ ଜଣେ ଉତ୍ତମ ବ୍ୟକ୍ତିକୁ ଦେଲେ, ଯିଏ କି ତୁମ୍ଭର ସାଙ୍ଗ। ଉତ୍ତମ ତୁମ୍ଭର ଏକ ପ୍ରତିବାସୀକୁ ତାହା ଦେଲେ।


ତେଣୁ ଈଷେବଲ ଏଲିୟଙ୍କ ନିକଟକୁ ଦୂତ ପଠାଇଲେ, “ମୁଁ ପ୍ରତିଜ୍ଞା କରୁଛି, ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭଙ୍କୁ ହତ୍ୟା କରିବି, ଯେପରି ତୁମ୍ଭେ ସେହି ଭବିଷ୍ୟ‌ଦ୍‌ବକ୍ତାଙ୍କୁ ହତ୍ୟା କରିଥିଲ। ଯଦି ମୁଁ ତୁମ୍ଭକୁ ହତ୍ୟା ନ କରେ, ତେବେ ଦେବତାଗଣ ମୋତେ ଅଧିକ ଦଣ୍ତ ଦେଇ ପାରନ୍ତି।”


ହିବ୍ରୋଣ ସହରରେ ଦାଉଦଙ୍କ ନିକଟକୁ ଆସିଥିବା ଲୋକମାନଙ୍କର ସଂଖ୍ୟା ଏହିପରି ଥିଲା। ଏହି ଲୋକମାନେ ଯୁଦ୍ଧ ନିମନ୍ତେ ସଦା ପ୍ରସ୍ତୁତ ଥିଲେ। ସେମାନେ ଶାଉଲଙ୍କ ରାଜ୍ୟକୁ ଦାଉଦଙ୍କ ହସ୍ତରେ ଅର୍ପଣ କରିବାକୁ ଆସିଥିଲେ। ଏହା ହିଁ ଘଟିବ ବୋଲି ସଦାପ୍ରଭୁ କହିଥିଲେ। ସେମାନଙ୍କ ସଂଖ୍ୟା ଏହିପରି ଥିଲା।


ସଦାପ୍ରଭୁ ମୋ’ ଦ୍ୱାରା ଯେପରି କହିଥିଲେ, ସେ ନିଜ ପାଇଁ ସେହିପରି କରିଅଛନ୍ତି। ବର୍ତ୍ତମାନ ସଦାପ୍ରଭୁ ତୁମ୍ଭଠାରୁ ରାଜ୍ୟ ଛଡ଼ାଇ ନେଇ ତୁମ୍ଭର ପଡ଼ୋଶୀ ଦାଉଦଙ୍କୁ ଦେଇଛନ୍ତି।


ତୁମ୍ଭେ ଯେଉଁଠାରେ ମରିବ ଓ କବର ନେବ ମୁଁ ସେହିଠାରେ ମରିବି ଓ କବର ନେବି। କେବଳ ମୃତ୍ୟୁଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡରୁ ମଧ୍ୟ ତହିଁରୁ ଅଧିକ ମୋତେ ଦିଅନ୍ତୁ।”


ପୁଣି ତୁମ୍ଭେ ଯାଅ ଅମାସାକୁ କୁହ, ‘ତୁମ୍ଭେ ହେଉଛ ମୋର ପରିବାର ଅଂଶ ସଦସ୍ୟ, ଯଦି ମୁଁ ଯୋୟାବଙ୍କ ସ୍ଥାନରେ ତୁମ୍ଭକୁ ସେନାପତି ନ କରେ ପରମେଶ୍ୱର ମୋତେ ଦଣ୍ତ ଦେବେ।’”


ଦିନତମାମ ଲୋକମାନେ ଦାଉଦଙ୍କୁ ଖାଇବାକୁ କହିଲେ, କିନ୍ତୁ ଦାଉଦ ଏକ ପ୍ରତିଜ୍ଞା କରିଥିଲେ ଓ କହିଲେ, “ଯଦି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ରୋଟୀ କିମ୍ବା ଅନ୍ୟ କିଛି ଆହାର କରେ, ତେବେ ପରମେଶ୍ୱର ମୋତେ ଦଣ୍ତ ଓ ଦୁଃଖ ଦେବେ।”


ଯଦି ତା’ ପରଦିନ ସକାଳ ପର୍ଯ୍ୟନ୍ତ ନାବଲ ପରିବାରର ଗୋଟିଏ ବି ଲୋକକୁ ମୁଁ ବଞ୍ଚିବାକୁ ଦିଏ, ତାହାହେଲେ ପରମେଶ୍ୱର ମୋତେ ଦଣ୍ତ ଦିଅନ୍ତୁ।”


ଶାଉଲ କହିଲେ, “ମୁଁ ପରମେଶ୍ୱରଙ୍କ ପାଖରେ ପ୍ରତିଜ୍ଞା କରିଛି ଏବଂ ମୁଁ ମୋ’ ପ୍ରତିଜ୍ଞା ନ ରଖେ, ତେବେ ମୋତେ ଦଣ୍ତିତ କରିବା ପାଇଁ ପରମେଶ୍ୱରଙ୍କୁ କହିଛି। ଯୋନାଥନ ନିଶ୍ଚୟ ମରିବ।”


ତା'ପରେ ସେ ପଗ୍ଭରିଲେ, “ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ମୁଁ ତୁମ୍ଭକୁ ବିନୟ କରୁଅଛି, କିଛି ନ ଲୁଗ୍ଭଇ ମୋତେ କୁହ, “ପରମେଶ୍ୱରଙ୍କ ବାର୍ତ୍ତା ଯଦି କିଛି ମୋ'ଠାରେ ଲୁଗ୍ଭଅ ପରମେଶ୍ୱର ତୁମ୍ଭଙ୍କୁ ଦଣ୍ତ ଦେବେ।”


ଦାଉଦ ଏହିପରି ଭାବରେ ଯିହୁଦାର ସମସ୍ତ ଲୋକମାନଙ୍କର ହୃଦୟକୁ ଛୁଁଇ ଥିଲେ। ତେଣୁ ସେମାନେ ସମସ୍ତେ ଗୋଟିଏ ଲୋକପରି ଏ କଥାରେ ସମ୍ମତି ପ୍ରକାଶ କଲେ। ଯିହୁଦାର ଲୋକମାନେ ରାଜା ଦାଉଦଙ୍କ ନିକଟକୁ ଦୂତ ପଠାଇଲେ, ସେମାନେ କହିଲେ, “ଆପଣ ଓ ଆପଣଙ୍କର ସମସ୍ତ ଦାସ ଫେରି ଆସନ୍ତୁ।”


ରାଜା ଶଲୋମନ ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କରି କହିଲେ, “ମୁଁ ଶପଥ କରୁଛି ଯେ, ମୁଁ ଅଦୋନିୟକୁ ଏଥିପାଇଁ ମୂଲ୍ୟ ଦିଆ କରାଇବି ଏବଂ ତା'ର ଜୀବନ ନେବି। ଅଦୋନିୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହି ନ ଥାଏ।


Swiv nou:

Piblisite


Piblisite