Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 3:3 - ପବିତ୍ର ବାଇବଲ

3 କର୍ମିଲୀୟ ନାବ‌ଲ୍‌ର ସ୍ତ୍ରୀ ଅବୀଗ‌ଲ୍‌ଙ୍କଠାରୁ ଜନ୍ମ ହେଲେ ଦ୍ୱିତୀୟ ପୁତ୍ର କିଲାବ୍ ଏବଂ ତୃତୀୟ ପୁତ୍ର ହେଲେ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାରର ପୁତ୍ର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ପୁଣି ଦ୍ଵିତୀୟ ପୁତ୍ର କିଲାବ୍, ସେ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲଠାରୁ ଜାତ, ପୁଣି ତୃତୀୟ ଅବଶାଲୋମ୍, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର।

Gade chapit la Kopi

ଓଡିଆ ବାଇବେଲ

3 ପୁଣି ଦ୍ୱିତୀୟ ପୁତ୍ର କିଲାବ୍‍, ସେ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲଠାରୁ ଜାତ, ପୁଣି ତୃତୀୟ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପୁଣି ଦ୍ୱିତୀୟ ପୁତ୍ର କିଲାବ୍‍, ସେ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲଠାରୁ ଜାତ, ପୁଣି ତୃତୀୟ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର।

Gade chapit la Kopi




2 ଶାମୁୟେଲ 3:3
22 Referans Kwoze  

ଦାଉଦ ଏବଂ ତାଙ୍କର ଲୋକମାନେ ଗଶୂରୀୟ, ଅମାଲେକୀୟ ଓ ଗିଷରୀୟ ଲୋକମାନଙ୍କୁ ଆକ୍ରମଣ କରୁଥା’ନ୍ତି। ଶୂରର ସନ୍ନିକଟ ଓ ମିଶର ପର୍ଯ୍ୟନ୍ତ ଯେଉଁ ଦେଶ, ସେଥି ମଧ୍ୟରୁ ପୂର୍ବକାଳରେ ସେଠାରେ ସେ ଲୋକମାନେ ବାସ କରୁଥିଲେ।


ଦାଉଦଙ୍କର କେତୋଟି ପୁତ୍ର ହିବ୍ରୋଣ ସହରରେ ଜନ୍ମ ହୋଇଥିଲେ। ଦାଉଦଙ୍କ ପୁତ୍ରମାନଙ୍କର ତାଲିକା ଏହି ପ୍ରକାରରେ ଥିଲା: ଦାଉଦଙ୍କର ପ୍ରଥମଜାତ ପୁତ୍ର ଥିଲେ ଅମ୍ନୋନ୍। ଅମ୍ନୋନଙ୍କର ମାତା ଥିଲେ ଅହୀନୋୟମ। ସେ ଯିଷ୍ରିୟେଲୀୟ ସହରରୁ ଆସିଥିଲେ। ଦ୍ୱିତୀୟ ପୁତ୍ର ଥିଲେ ଦାନିୟେଲ। ତାଙ୍କର ମାତା ଅବୀଗଲ କାର୍ମିଲିୟାରୁ ଆସିଥିଲେ।


ତେଣୁ ଦାଉଦ ଓ ତାଙ୍କର ଦୁଇ ଜଣ ସ୍ତ୍ରୀଙ୍କ ସହିତ ହିବ୍ରୋଣକୁ ଗଲେ। ତାଙ୍କର ସ୍ତ୍ରୀମାନେ ଥିଲେ ଯିଷ୍ରିୟେଲୀୟା ଅହୀନୋୟମ୍ ଓ କର୍ମିଲୀୟ ନାବଲର ସ୍ତ୍ରୀ ଅବୀଗଲ।


ଅବୀଗଲ ଶୀଘ୍ର ଗଧପିଠିରେ ବସି ଦାଉଦଙ୍କର ବାର୍ତ୍ତାବହଙ୍କ ସହିତ ଆସିଲେ, ଅବୀଗଲ ତାଙ୍କ ସହିତ ପାଞ୍ଚ ଜଣ ଅନୁଚରୀ ଯୁବତୀଙ୍କୁ ସଙ୍ଗରେ ଆଣିଲେ। ସେ ଦାଉଦଙ୍କର ସ୍ତ୍ରୀ ହୋଇ ରହିଲେ।


ସେ ଲୋକ ଜଣକର ନାମ ନାବଲ ଥିଲା ଏବଂ ତାଙ୍କ ସ୍ତ୍ରୀର ନାମ ଅବୀଗଲ ଥିଲା, ସେ ଭାରି ସୁନ୍ଦରୀ ଓ ବୁଦ୍ଧିମତୀ ମଧ୍ୟ ଥିଲା। କିନ୍ତୁ ନାବଲ ଭାରି ନିର୍ଦ୍ଦୟ ଓ ପାପିଷ୍ଠ ଥିଲା। ସେ କାଲେବ ପରିବାରର ଥିଲା।


ଇସ୍ରାଏଲର ସନ୍ତାନଗଣ ଗଶୁରୀୟମାନଙ୍କ ଓ ମାଖାଥୀୟମାନଙ୍କୁ ଘଉଡ଼ାଇ ଦେଇ ନ ଥିଲେ। ଆଜି ପର୍ଯ୍ୟନ୍ତ ସେହି ଲୋକମାନେ ଇସ୍ରାଏଲୀୟମାନଙ୍କ ସହିତ ବାସ କରୁଛନ୍ତି।


ମନଃଶିର ପୁତ୍ର ଯାୟୀର ଗଶ୍ୱରୀୟ ଓ ମାଖାଥୀୟ ସୀମା ପର୍ଯ୍ୟନ୍ତ ଅର୍ଗୋବର (ବାଶନର) ସମସ୍ତ ଅଞ୍ଚଳ ଅଧିକାର କଲେ। ସେହି ଅଞ୍ଚଳକୁ ତାଙ୍କ ପରେ ନାମ କରଣ କରାଗଲା, ତେଣୁ ଆଜି ପର୍ଯ୍ୟନ୍ତ ବାଶନକୁ ହବୋତ୍-ଯାୟୀର ବୋଲି ଡକାଯାଏ।


ଏହା ପରେ ରାଜା ଜାଣିଗଲେ ଯେ ଅବଶାଲୋମ ମୃତ। ରାଜା ଦୁଃଖରେ ଭାଙ୍ଗି ପଡ଼ିଲେ, ସେ ନଗର ଦ୍ୱାର ଉପରିସ୍ଥ କୋଠରୀକୁ ଯାଇ କ୍ରନ୍ଦନ କଲେ। ସେ କୋଠରୀରେ ଏପଟରୁ ସେପଟ କ୍ରନ୍ଦନ କରି କରି ବୁଲୁଥା’ନ୍ତି। ସେ କହୁଥିଲେ, “ହେ ମୋର ପୁତ୍ର ଅବଶାଲୋମ, ମୋର ପୁତ୍ର ଅବଶାଲୋମ, ମୁଁ ଆଶା କରୁଥିଲି ମୁଁ ତୁମ୍ଭ ବଦଳରେ ମରିଥା’ନ୍ତି କି! ହାୟ ମୋର ପୁତ୍ର ଅବଶାଲୋମ ମୋର ପୁତ୍ର, ଅବଶାଲୋମ।”


କିନ୍ତୁ ଦାଉଦ ରାଜା କହିଲେ, “ଅବଶାଲୋମ ତା’ ନିଜ ଘରକୁ ଫେରିଯାଇ ପାରିବ। ସେ ଆସି ପାରିବ ନାହିଁ ଓ ଦେଖି ପାରିବ ନାହିଁ।” ତେଣୁ ଅବଶାଲୋମ ତା'ର ନିଜ ଗୃହକୁ ଫେରିଗଲା। ଅବଶାଲୋମ ରାଜାଙ୍କୁ ସାକ୍ଷାତ କରି ପାରିଲା ନାହିଁ।


ଦାଉଦଙ୍କର ଏକ ପୁତ୍ର ଥିଲା, ଯାହାର ନାମ ଥିଲା ଅବଶାଲୋମ। ଅବଶାଲୋମର ଏକ ଭଉଣୀ ଥିଲା, ଯାହାର ନାମ ଥିଲା ତାମର। ତାମର ଭାରୀ ସୁନ୍ଦରୀ ଥିଲା। ଦାଉଦଙ୍କର ଅନ୍ୟ ଏକ ପୁତ୍ର ଥିଲା ଅମ୍ନୋନ।


ଅବଶାଲୋମ ଯୋୟାବକୁ କହିଲା, “ମୁଁ ତୁମ୍ଭ ପାଖକୁ ବାର୍ତ୍ତାବହ ପଠାଇଲି, ମୁଁ ତୁମ୍ଭକୁ ଡାକିଲି। ଏହା ପଗ୍ଭରିବାକୁ ମୁଁ ତୁମ୍ଭକୁ ରାଜାଙ୍କ ନିକଟକୁ ପଠାଇବା ପାଇଁ ଗ୍ଭହିଁଲି। କାହିଁକି ତୁମ୍ଭେ ମୋତେ ଗଶୂରରୁ ଡକାଇଲ? ତେଣୁ, ମୋର ଗଶୂରରେ ରହିବା ଭଲ। ଠିକ୍ ଅଛି, ତେବେ ବର୍ତ୍ତମାନ ମୋତେ ରାଜାଙ୍କୁ ସାକ୍ଷାତ କରିବାକୁ ଦିଅ। ଯଦି ମୁଁ ପାପ କରି ଥାଏ ତେବେ ସେ ମୋତେ ହତ୍ୟା କରିବା ଉଚିତ୍।”


ଏହିପରି ଗ୍ଭରି ବର୍ଷ ପରେ ଅବଶାଲୋମ ରାଜା ଦାଉଦଙ୍କୁ କହିଲେ, “ଦୟାକରି ମୋତେ ହିବ୍ରୋଣକୁ ମୋର ଶପଥ ପୁରଣ କରିବା ପାଇଁ ଯିବାକୁ ଦିଅନ୍ତୁ।


ଅବଶାଲୋମ କହିଲେ, ମୁଁ ଅରାମର ଗଶୂରରେ ଥିବା ସମୟରେ ଏକ ଶପଥ କରିଥିଲି ଯେ, ‘ଯଦି ରାଜା ମୋତେ ଯିରୁଶାଲମକୁ ଫେରି ଆସିବାକୁ କହନ୍ତି ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’”


ଅଦୋନିୟ କହିଲେ, “ତୁମ୍ଭେ ଜାଣ ଏକ ସମୟରେ ଏ ରାଜ୍ୟ ମୋର ଥିଲା। ସମସ୍ତ ଇସ୍ରାଏଲୀୟଗଣ ମୋତେ ରାଜା ହେବା ପାଇଁ ପସନ୍ଦ କରିଥିଲେ। କିନ୍ତୁ ମୋର ଭାଇ ରାଜା ହୋଇ ଯାଇଛି। ଏହା ସଦାପ୍ରଭୁଙ୍କର ଇଚ୍ଛା।


ତୃତୀୟ ପୁତ୍ର ଥିଲେ ଅବଶାଲୋମ୍। ତାଙ୍କର ମାତା ମାଖା ତ‌ଲ୍‌ମୟଙ୍କର ଝିଅ ଥିଲେ। ଏହି ତ‌ଲ୍‌ମୟ ଗଶୂରର ରାଜା ଥିଲେ। ଚତୁର୍ଥ ପୁତ୍ର ଥିଲେ ଅଦୋନୀୟ। ତାଙ୍କର ମାତା ଥିଲେ ହଗୀତ୍।


ଯୋୟାବ ଉଠି ଗଶୂରକୁ ଯାଇ ଅବଶାଲୋମକୁ ଯିରୁଶାଲମକୁ ଆଣିଲା।


Swiv nou:

Piblisite


Piblisite