Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 3:12 - ପବିତ୍ର ବାଇବଲ

12 ଅ‌‌ବ୍‌‌ନର‌ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇଲେ ଏବଂ କହିଲେ, “ଏ ଦେଶକୁ କିଏ ଶାସନ କରିବା ଯୋଗ୍ୟ ବ୍ୟକ୍ତି ବୋଲି ତୁମ୍ଭେ ଭାବୁଛ? ମୋ’ ସହିତ ତୁମ୍ଭେ ଏକ ଚୁକ୍ତି କର ଏବଂ ସମଗ୍ର ଇସ୍ରାଏଲ ଉପରେ ତୁମ୍ଭେ ରାଜତ୍ୱ କରିବା ପାଇଁ ମୁଁ ତୁମ୍ଭକୁ ସାହାଯ୍ୟ କରିବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଏଉତ୍ତାରେ ଅବ୍ନର ଆପଣା ପକ୍ଷରୁ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇ କହିଲା, ଏ ଦେଶ କାହାର? ଆହୁରି କହିଲା, ଆପଣ ମୋʼ ସଙ୍ଗରେ ନିୟମ କରନ୍ତୁ, ତହିଁରେ ଦେଖନ୍ତୁ, ସମସ୍ତ ଇସ୍ରାଏଲକୁ ଆପଣଙ୍କ ନିକଟକୁ ଆଣିବା ପାଇଁ ମୋʼ ହସ୍ତ ଆପଣଙ୍କର ସହାୟ ହେବ।

Gade chapit la Kopi

ଓଡିଆ ବାଇବେଲ

12 ଏଉତ୍ତାରେ ଅବ୍‍ନର ଆପଣା ପକ୍ଷରୁ ଦାଉଦଙ୍କ ନିକଟକୁ ବାର୍ତ୍ତାବହ ପଠାଇ କହିଲା, “ଏ ଦେଶ କାହାର ? ଆହୁରି କହିଲା, ‘ଆପଣ ମୋ’ ସଙ୍ଗରେ ନିୟମ କରନ୍ତୁ, ତହିଁରେ ଦେଖନ୍ତୁ, ସମସ୍ତ ଇସ୍ରାଏଲକୁ ଆପଣଙ୍କ ନିକଟକୁ ଆଣିବା ପାଇଁ ମୋ’ ହସ୍ତ ଆପଣଙ୍କର ସହାୟ ହେବ।’”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏଉତ୍ତାରେ ଅବ୍‍ନର ଆପଣା ପକ୍ଷରୁ ଦାଉଦଙ୍କ ନିକଟକୁ ବାର୍ତ୍ତାବହ ପଠାଇ କହିଲା, “ଏ ଦେଶ କାହାର?” ଆହୁରି କହିଲା, “ଆପଣ ମୋʼ ସଙ୍ଗରେ ନିୟମ କରନ୍ତୁ, ତହିଁରେ ଦେଖନ୍ତୁ, ସମସ୍ତ ଇସ୍ରାଏଲକୁ ଆପଣଙ୍କ ନିକଟକୁ ଆଣିବା ପାଇଁ ମୋʼ ହସ୍ତ ଆପଣଙ୍କର ସହାୟ ହେବ।”

Gade chapit la Kopi




2 ଶାମୁୟେଲ 3:12
15 Referans Kwoze  

ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ। ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ। ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି, ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।


ଏଥିରେ ଦେଖ ସମୁଦାୟ ଇସ୍ରାଏଲ ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, “ଆମ୍ଭମାନଙ୍କ ଭାତୃବର୍ଗ ଯିହୁଦା ଲୋକେ କି ହେତୁ ଆପଣଙ୍କୁ ଗ୍ଭେରି କରି ନେଲେ। ଆଉ ମହାରାଜାଙ୍କୁ ଓ ତାଙ୍କ ପରିଜନ ବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଯର୍ଦ୍ଦନ ପାର କରି ଆଣିଲେ? ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାହାଙ୍କ ସାଙ୍ଗରେ ଥିଲେ।”


ଦାଉଦ ଏହିପରି ଭାବରେ ଯିହୁଦାର ସମସ୍ତ ଲୋକମାନଙ୍କର ହୃଦୟକୁ ଛୁଁଇ ଥିଲେ। ତେଣୁ ସେମାନେ ସମସ୍ତେ ଗୋଟିଏ ଲୋକପରି ଏ କଥାରେ ସମ୍ମତି ପ୍ରକାଶ କଲେ। ଯିହୁଦାର ଲୋକମାନେ ରାଜା ଦାଉଦଙ୍କ ନିକଟକୁ ଦୂତ ପଠାଇଲେ, ସେମାନେ କହିଲେ, “ଆପଣ ଓ ଆପଣଙ୍କର ସମସ୍ତ ଦାସ ଫେରି ଆସନ୍ତୁ।”


କାରଣ ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି ଆପଣ ସେମାନଙ୍କୁ ପ୍ରେମ କରୁଛନ୍ତି। ଏବଂ ଆପଣ ସେମାନଙ୍କୁ ଘୃଣା କରନ୍ତି, ଯେଉଁମାନେ ଆପଣଙ୍କୁ ଭଲ ପାଆନ୍ତି। ଏବଂ ସେମାନଙ୍କୁ ଆପଣ ଭଲ ପାଆନ୍ତି, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି। ମୁଁ ଆଜି ଦେଖୁଛି, ଯେ ଯଦି ଆଜି ଆମ୍ଭେମାନେ ସମସ୍ତେ ମରିଥା’ନ୍ତୁ ଓ ଅବଶାଲୋମ ଜୀବିତ ଥା’ନ୍ତା ତେବେ ଆପଣ ଖୁସୀ ହୋଇଥା’ନ୍ତେ।


ଯେତେବେଳେ ଅ‌‌ବ୍‌‌ନର‌ ହିବ୍ରୋଣଠାରେ ପହଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳାରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ୱାର ଭିତରକୁ ନେଇଗଲେ। ଏବଂ ଯୋୟାବ ଅ‌‌ବ୍‌‌ନର‌କୁ ସେହିଠାରେ ତାଙ୍କ ପେଟରେ ‌‌ଖ‌ଡ଼୍‌ଗ ଭୂଷି ମାରି ଦେଲେ। ଅ‌‌ବ୍‌‌ନର‌ ଯୋୟାବର ଭାଇ ଅସାହେ‌ଲ୍‌କୁ ହତ୍ୟା କରିଥିଲେ। ତେଣୁ ଯୋୟାବ ଅ‌‌ବ୍‌‌ନର‌କୁ ହତ୍ୟା କଲେ।


ଅ‌‌ବ୍‌‌ନର‌ ଦାଉଦଙ୍କୁ କହିଲେ, “ହେ ମୋର ପ୍ରଭୁ ମହାରାଜ, ମୋତେ ଯିବାକୁ ଦିଅ, ଏବଂ ସମସ୍ତ ଇସ୍ରାଏଲୀୟମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବାକୁ ଦିଅ। ତା'ପରେ ସେମାନେ ତୁମ୍ଭ ସମ୍ମୁଖରେ ଏକ ଚୁକ୍ତି କରିବେ ଏବଂ ତୁମ୍ଭେ ସମଗ୍ର ଇସ୍ରାଏଲର ରାଜା ହେବ, ଏବଂ ତୁମ୍ଭ ଇଚ୍ଛାମତେ ରାଜତ୍ୱ କରିବ।” ତେଣୁ ଦାଉଦ ଅ‌‌ବ୍‌‌ନର‌କୁ ଯିବାକୁ ଅନୁମତି ଦେଲେ ଏବଂ ଅ‌‌ବ୍‌‌ନର‌ ଶାନ୍ତିରେ ଉକ୍ତ ସ୍ଥାନ ପରିତ୍ୟାଗ କଲେ।


ଈ‌ଶ୍‌ବୋଶତ୍ ଅତ୍ୟନ୍ତ ଭୟରେ ସବୁ କଥା ଅ‌‌ବ୍‌‌ନର‌କୁ କହିପାରି ନ ଥିଲା।


ଦାଉଦ କହିଲେ, “ଉତ୍ତମ, ମୁଁ ତୁମ୍ଭ ସହିତ ଚୁକ୍ତି କରୁଅଛି। କିନ୍ତୁ ମୁଁ ତୁମ୍ଭକୁ ଗୋଟିଏ କଥା ପଗ୍ଭରିବି, ତୁମ୍ଭେ ଶାଉଲଙ୍କର କନ୍ୟା ମୀଖଲକୁ ମୋ’ ସମ୍ମୁଖକୁ ନ ଆଣିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ସାକ୍ଷାତ କରିବି ନାହିଁ।”


ରାଜା ଦାଉଦ ତାଙ୍କର ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଜାଣ ଯେ ଆଜି ଇସ୍ରାଏଲର ଜଣେ ମହତ୍ତ୍ୱପୂର୍ଣ୍ଣ ନେତାଙ୍କର ମୃତ୍ୟୁ ହେଲା।


Swiv nou:

Piblisite


Piblisite