Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 24:25 - ପବିତ୍ର ବାଇବଲ

25 ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥ ବଳି ଓ ଶାନ୍ତି ନୈବେଦ୍ୟ ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ। ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକବଳି ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ, ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା।

Gade chapit la Kopi

ଓଡିଆ ବାଇବେଲ

25 ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକବଳି ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ବିନତି ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ, ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ବିନତି ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ, ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା।

Gade chapit la Kopi




2 ଶାମୁୟେଲ 24:25
16 Referans Kwoze  

ଏହା ପରେ ସେମାନେ ଶାଉଲଙ୍କର ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ବିନ୍ୟାମୀନ ଦେଶସ୍ଥ ସେଲାରେ ତାହାର ପିତା କୀ‌ଶ୍‌ର କବର ମଧ୍ୟରେ ପୋତିଲେ। ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହା ସବୁ କଲେ। ତହିଁପରେ ପରମେଶ୍ୱର ପ୍ରାର୍ଥନା ଶୁଣି ଦେଶପ୍ରତି ପ୍ରସନ୍ନ ହେଲେ।


ଦାଉଦ ଗା‌‌‌‌ଦ୍‌‌‌‌କୁ କହିଲେ, “ମୁଁ କି ଅସୁବିଧାରେ ପଡ଼ିଗଲି। କିନ୍ତୁ ସଦାପ୍ରଭୁ ହେଉଛନ୍ତି ଦୟାପୂର୍ଣ୍ଣ, ସଦାପ୍ରଭୁ ଦଣ୍ତ ଦିଅନ୍ତୁ, କିନ୍ତୁ ମଣିଷ ହାତରେ ଦଣ୍ତ ନ ଦିଅନ୍ତୁ।”


ଶାମୁୟେଲଙ୍କ ଘର ରାମାରେ, ତେଣୁ ସେ ସେଠାକୁ ଫେରି ଆସୁଥିଲେ। ସେ ରାମାଠାରୁ ଲୋକଙ୍କୁ ଅନୁଧ୍ୟାନ କରୁଥିଲେ ଓ ସେଠାରୁ ଶାସନ କରୁଥିଲେ। ତେଣୁ ଶାମୁୟେଲ ସଦାପ୍ରଭୁଙ୍କ ପାଇଁ ରାମାରେ ଯଜ୍ଞବେଦି ନିର୍ମାଣ କରିଥିଲେ।


ଏହା ପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କଲେ। ନୋହ ସେଥିରେ ଶୁଚିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଦେଲେ।


ଶାମୁୟେଲ ଗୋଟିଏ ମେଣ୍ଢାଛୁଆ ନେଲେ ଏବଂ ସଦାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ହୋମବଳି ରୂପେ ଏହା ଉତ୍ସର୍ଗ କଲେ। ଶାମୁୟେଲ ଇସ୍ରାଏଲୀୟମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ସଦାପ୍ରଭୁ ଶାମୁୟେଲଙ୍କ ପ୍ରାର୍ଥନାର ଉତ୍ତର ଦେଲେ।


ପରମେଶ୍ୱର କହିଥିବା ସ୍ଥାନକୁ ସେମାନେ ଆସିଲେ। ସେଠାରେ ଅବ୍ରହାମ ଏକ ଯଜ୍ଞବେଦି ସ୍ଥାପନ କଲେ ଏବଂ ତାହା ଉପରେ କାଠ ସଜାଡ଼ିଲେ। ଏହା ପରେ ଅବ୍ରହାମ ଇ‌ସ୍‌ହାକକୁ ବାନ୍ଧି ଯଜ୍ଞବେଦିର କାଠ ଉପରେ ଶୁଆଇ ଦେଲେ।


ତା’ ପରଦିନ ଠିକ୍ ସକାଳେ ଇସ୍ରାଏଲର ଲୋକମାନେ ଏକ ଯଜ୍ଞବେଦି ସ୍ଥାପନ କଲେ। ସେମାନେ ସେଠାରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।


ଶାଉଲ କହିଲେ, “ଏଥର ମୋ’ ପାଇଁ ହୋମବଳି ଓ ମଙ୍ଗଳାର୍ଥକ ବଳି ଆଣ।” ଏବଂ ସେ ନିଜେ ହୋମବଳି ଉତ୍ସର୍ଗ କଲେ।


ପୁଣି ଶାଉଲ ସଦାପ୍ରଭୁଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କଲେ। ଶାଉଲ ହିଁ ନିଜେ ସେହି ଯଜ୍ଞବେଦି ନିର୍ମାଣ କରିବାକୁ ଆରମ୍ଭ କଲେ।


ରାଜା ଦାଉଦ ଅତ୍ୟନ୍ତ ବୃଦ୍ଧ ହେଲେ। ତାଙ୍କର ପରିଗ୍ଭରକଗଣ ତାଙ୍କୁ ଉଷ୍ଣ କରିବା ପାଇଁ ବହୁତ କମ୍ବଳ ଓ ବହୁ ବସ୍ତ୍ରରେ ଆଚ୍ଛାଦାନ କଲେ। କିନ୍ତୁ ସେ କିଛି ଉଷ୍ଣତା ପାଇଲେ ନାହିଁ।


ଏହିରୂପେ ତୁମ୍ଭ ପ୍ରତି ଆମ୍ଭର କୋପ ଶାନ୍ତ ହେବ ଓ ତୁମ୍ଭଠାରୁ ଆମ୍ଭର ଅନ୍ତର୍ଜ୍ୱାଳା ଯିବ। ଆଉ ଆମ୍ଭେ କ୍ଷାନ୍ତ ହୋଇ କ୍ରୋଧ କରିବା ନାହିଁ।


ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦେବି।” ସଦାପ୍ରଭୁ ଅବ୍ରାମଙ୍କୁ ଯେଉଁ ସ୍ଥାନରେ ଦର୍ଶନ ଦେଇଥିଲେ। ଅବ୍ରାମ ସେହିଠାରେ ସଦାପ୍ରଭୁଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ।


ଯେକେହି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିକଟକୁ ଆସୁଛି, ସେ ମରୁଅଛି, ଏହା କ’ଣ ସତ୍ୟ ଆମ୍ଭେ ସମସ୍ତେ ପ୍ରାଣ ଛାଡ଼ି ବିନଷ୍ଟ ହେବା?”


ତେଣୁ ଗିଦିୟୋନ ସଦାପ୍ରଭୁଙ୍କର ଉପାସନା ସ୍ଥାନ ନିକଟରେ ଏକ ଯଜ୍ଞବେଦି ନିର୍ମାଣ କଲେ। ସେ ସେହି ସ୍ଥାନର ନାମ ଦେଲେ, “ସଦାପ୍ରଭୁ ମଙ୍ଗଳ ସ୍ୱରୂପ।” ସେହି ଯଜ୍ଞବେଦି ଏବେ ବି ଅଫ୍ରାରେ ଅଛି। ଯେଉଁଠାରେ ଅବୀୟେଷ୍ରୀୟମାନେ ବାସ କରୁଥିଲେ, ଆଫ୍ରା ହେଉଛି ସେହି ସ୍ଥାନ।


Swiv nou:

Piblisite


Piblisite