2 ଶାମୁୟେଲ 24:16 - ପବିତ୍ର ବାଇବଲ16 ଦୂତ ଯିରୁଶାଲମକୁ ଧ୍ୱଂସ କରିବା ପାଇଁ ତହିଁ ଆଡ଼କୁ ହସ୍ତ ବିସ୍ତାର କଲେ। କିନ୍ତୁ ସଦାପ୍ରଭୁ ଏକର୍ମ ପାଇଁ ଦୁଃଖ ପ୍ରକାଶ କଲେ। ସଦାପ୍ରଭୁ ଦୂତଙ୍କୁ କହିଲେ, “ଯେଉଁ ଲୋକମାନଙ୍କୁ ମାରିଅଛ ତାହା ଯଥେଷ୍ଟ, ତୁମ୍ଭ ହସ୍ତ ନତ କର।” ଏହି ସମୟରେ ସେହି ଦୂତ ଯିବୂଷୀୟ ଅରୌଣାରେ ଶସ୍ୟ ମର୍ଦ୍ଦନ ସ୍ଥାନ ନିକଟରେ ଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)16 ଆଉ ଦୂତ ଯିରୂଶାଲମକୁ ବିନାଶ କରିବା ପାଇଁ ତହିଁ ଆଡ଼କୁ ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ବିପଦ ସକାଶୁ ଦୁଃଖିତ ହୋଇ ସେହି ବିନାଶକ ଦୂତକୁ କହିଲେ, ଯଥେଷ୍ଟ ହେଲା; ଏବେ ତୁମ୍ଭ ହସ୍ତ ସଙ୍କୁଚିତ କର। ଏହି ସମୟରେ ସଦାପ୍ରଭୁଙ୍କ ସେହି ଦୂତ ଯିବୂଷୀୟ ଅରୌଣାର ଶସ୍ୟମର୍ଦ୍ଦନ ସ୍ଥାନ ନିକଟରେ ଥିଲା। Gade chapit laଓଡିଆ ବାଇବେଲ16 ଆଉ ଦୂତ ଯିରୂଶାଲମକୁ ବିନାଶ କରିବା ପାଇଁ ତହିଁ ଆଡ଼କୁ ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ବିପଦ ସକାଶୁ ଦୁଃଖିତ ହୋଇ ସେହି ବିନାଶକ ଦୂତକୁ କହିଲେ, “ଯଥେଷ୍ଟ ହେଲା; ଏବେ ତୁମ୍ଭ ହସ୍ତ ସଙ୍କୁଚିତ କର।” ଏହି ସମୟରେ ସଦାପ୍ରଭୁଙ୍କ ସେହି ଦୂତ ଯିବୂଷୀୟ ଅରୌଣାର ଶସ୍ୟମର୍ଦ୍ଦନ ସ୍ଥାନ ନିକଟରେ ଥିଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 ଆଉ ଦୂତ ଯିରୂଶାଲମକୁ ବିନାଶ କରିବା ପାଇଁ ତହିଁ ଆଡ଼କୁ ହସ୍ତ ବିସ୍ତାର କରନ୍ତେ, ସଦାପ୍ରଭୁ ସେହି ବିପଦ ସକାଶୁ ଦୁଃଖିତ ହୋଇ ସେହି ବିନାଶକ ଦୂତକୁ କହିଲେ, “ଯଥେଷ୍ଟ ହେଲା; ଏବେ ତୁମ୍ଭ ହସ୍ତ ସଙ୍କୁଚିତ କର।” ଏହି ସମୟରେ ସଦାପ୍ରଭୁଙ୍କ ସେହି ଦୂତ ଯିବୂଷୀୟ ଅରୌଣାର ଶସ୍ୟମର୍ଦ୍ଦନ ସ୍ଥାନ ନିକଟରେ ଥିଲା। Gade chapit la |
ଏହା ପରେ ସଦାପ୍ରଭୁ ଅଶୂର ରାଜାର ଛାଉଣିକୁ ଜଣେ ସ୍ୱର୍ଗଦୂତଙ୍କୁ ପଠାଇଲେ। ସେହି ସ୍ୱର୍ଗଦୂତ ଅଶୂରର ସୈନ୍ୟଦଳର ସମସ୍ତ ସୈନ୍ୟ, ନେତାଗଣ ଓ ସେନାଧିକାରୀମାନଙ୍କୁ ହତ୍ୟା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫେରିଗଲା ଓ ତାହାର ଲୋକମାନେ ତା’ ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦେବତାର ମନ୍ଦିରକୁ ଗଲା ଓ ତା'ର ନିଜର ପୁତ୍ରମାନେ କେତେଜଣ ସେହି ସ୍ଥାନରେ ତାହାକୁ ଏକ ଖଡ଼୍ଗରେ ବଧ କଲେ।
ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରସିଦ୍ଧ ବିଷୟରେ ଶୁଣିଛି ଏବଂ ମୁଁ ପରମେଶ୍ୱରଙ୍କ ଭୟରେ ପରିପୂର୍ଣ୍ଣ ହୋଇଛି। ହେ ସଦାପ୍ରଭୁ, ଅତୀତରେ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ କରିଛ, ସେଥିରେ ମୁଁ ଆଶ୍ଚର୍ଯ୍ୟାନ୍ୱିତ। ବର୍ତ୍ତମାନ ମୁଁ ପ୍ରାର୍ଥନା କରୁଛି ତୁମ୍ଭେ ଆମ୍ଭ ବିଷୟରେ ଅନେକ ବଡ଼ କାର୍ଯ୍ୟ କରିବ। ଆମ୍ଭ ସମୟରେ ଏହିସବୁ ଘଟୁ ତୁମ୍ଭେ ଦୟାପୂର୍ବକ କର। ତୁମ୍ଭର ସେହି କ୍ରୋଧିତ ଅବସ୍ଥାରେ ଆମ୍ଭ ପ୍ରତି ଦୟା କର। ସେଲା
“ଯିହୁଦାର ରାଜା ହିଜକିୟ ଓ ଯିହୁଦାର ସମସ୍ତ ଲୋକ ମୀଖାକୁ ବଧ କରି ନ ଥିଲେ। ହିଜକିୟ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ। ତେଣୁ ସଦାପ୍ରଭୁ ସେମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ ସେ ନିବୃତ୍ତ ହେଲେ। ଯଦି ଆମ୍ଭେମାନେ ଯିରିମିୟଙ୍କ ପ୍ରତି କିଛି କରୁ, ତେବେ ଆମ୍ଭମାନଙ୍କ ପ୍ରାଣର ପ୍ରତିକୂଳରେ ଅମଙ୍ଗଳ କରୁଅଛୁ।”