Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 23:1 - ପବିତ୍ର ବାଇବଲ

1 ଏଗୁଡ଼ିକ ଦାଉଦଙ୍କର ଶେଷ କଥା, “ଯିଶୀର ପୁତ୍ର ଦାଉଦ କହନ୍ତି ଏହି ବ୍ୟକ୍ତିକୁ ପରମେଶ୍ୱର ମହାନ କରିଛନ୍ତି ଏବଂ ଯିଏ କି ଯାକୁବଙ୍କର ପରମେଶ୍ୱର ଅଭିଷିକ୍ତ ଏବଂ ଯିଏ ଇସ୍ରାଏଲର ସୁମଧୁର ଗାୟକ କହନ୍ତି,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଦାଉଦଙ୍କର ଶେଷ କଥା ଏହି। ଯିଶୀର ପୁତ୍ର ଦାଉଦ କହେ, ଯେ ବ୍ୟକ୍ତି ଉଚ୍ଚୀକୃତ, ଯେ ଯାକୁବର ପରମେଶ୍ଵରଙ୍କ ଅଭିଷିକ୍ତ ଓ ଇସ୍ରାଏଲର ମଧୁର ଗାୟକ, ସେ କହେ;

Gade chapit la Kopi

ଓଡିଆ ବାଇବେଲ

1 ଯିଶୀର ପୁତ୍ର ଦାଉଦ, ଯେ ବ୍ୟକ୍ତି ଉଚ୍ଚୀକୃତ, ଯେ ଯାକୁବର ପରମେଶ୍ୱରଙ୍କ ଅଭିଷିକ୍ତ ଓ ଇସ୍ରାଏଲର ମଧୁର ଗାୟକ, ଦାଉଦଙ୍କର ଶେଷ କଥା ଏହି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 “ଯିଶୀର ପୁତ୍ର ଦାଉଦ, ଯେ ବ୍ୟକ୍ତି ଉଚ୍ଚୀକୃତ, ଯେ ଯାକୁବର ପରମେଶ୍ୱରଙ୍କ ଅଭିଷିକ୍ତ ଓ ଇସ୍ରାଏଲର ମଧୁର ଗାୟକ, ଦାଉଦଙ୍କର ଶେଷ କଥା ଏହି;

Gade chapit la Kopi




2 ଶାମୁୟେଲ 23:1
25 Referans Kwoze  

ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ। ଆମ୍ଭେ ପବିତ୍ର ତୈଳରେ ତାକୁ ଅଭିଷିକ୍ତ କରିଅଛୁ।


ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠାରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ୟବହାର କର। ନିଜ ହୃଦୟରେ ପରମେଶ୍ୱରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ୟାତ୍ମିକ ଗୀତମାନ ଗାଅ।


ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ମୁଁ ଥିବା ବେଳର କଥା ମନେ ପକାଅ। ମୁଁ କହିଥିଲି ଯେ ମୋଶାଙ୍କ ନିୟମରେ, ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତାରେ ମୋ’ ବିଷୟରେ ଯାହାସବୁ ଲେଖା ଯାଇଛି, ସେଗୁଡ଼ିକ ନିଶ୍ଚୟ ଘଟିବ।”


ତୁମ୍ଭେ ବୀଣାବାଦନ କରୁଛ ଏବଂ ଦାଉଦଙ୍କ ପରି ତୁମ୍ଭର ବାଦ୍ୟଯନ୍ତ୍ରଗୁଡ଼ିକରେ ଅଭ୍ୟାସ କରୁଛ।


ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସବୁ ଏଠାରେ ଶେଷ ହୁଏ।


ପରମେଶ୍ୱରଙ୍କ ନିକଟରେ ଗାୟନ କର, ସଦାପ୍ରଭୁଙ୍କ ନିକଟରେ ପ୍ରଶଂସା ଗାନ କର, ସମସ୍ତଙ୍କୁ ତାଙ୍କର ମହତ୍ କାର୍ଯ୍ୟସକଳ ଜଣାଅ।


ଏହି ସମୟରେ ଦାଉଦ ପ୍ରଥମେ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗୀତ ଗାନ କରିବାର ଦାୟିତ୍ୱ ଅର୍ପଣ କଲେ।


ଯେଉଁମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ସହିତ ପ୍ରତିବାଦ କରନ୍ତି, ସେମାନେ ଭଗ୍ନ ହେବେ। ସଦାପ୍ରଭୁ ସ୍ୱର୍ଗରେ ଥାଇ ସେହି ଲୋକମାନଙ୍କ ବିରୁଦ୍ଧରେ ଗର୍ଜନ କରିବେ। ଏବଂ ସଦାପ୍ରଭୁ ପୃଥିବୀର ସମସ୍ତ ଲୋକମାନଙ୍କର ବିଗ୍ଭର କରିବେ ଓ ସେ ଆପଣା ରାଜାକୁ ବଳ ଦେବେ। ସେ ତାଙ୍କର ଅଭିଷିକ୍ତ ରାଜାଙ୍କୁ ଉନ୍ନତ କରିବେ।”


ଯଦି କେହି ସଙ୍କଟରେ ପଡ଼ିଛି, ତା'ହେଲେ ସେ ପ୍ରାର୍ଥନା କରୁ। ଯଦି କେହି ଖୁସୀ ଅଛି, ତା'ହେଲେ ସେ ଗୀତ ଗାଉ।


ଗୀତସଂହିତାରେ ଦାଉଦ ନିଜେ କହିଛନ୍ତି: ‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁ ଖ୍ରୀଷ୍ଟଙ୍କୁ କହିଲେ, ମୋର ଡାହାଣ ପଟେ ମୋ’ ପାଖରେ ବସ।


ମୋଶା ଏହି ଆଶୀର୍ବାଦମାନ ଦେଇଥିଲେ, ଯେ କି ପରମେଶ୍ୱରଙ୍କର ଲୋକ ଇସ୍ରାଏଲକୁ ମଲା ପୂର୍ବରୁ ଦେଇଥିଲେ।


ଏହା ପରେ ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆପଣା ନିକଟକୁ ଡକାଇଲେ। ସେ କହିଲେ, “ହେ ମୋର ପୁତ୍ରଗଣ, ମୋ’ ନିକଟକୁ ଆସ। ଭବିଷ୍ୟତ କଥା ମୁଁ ତୁମ୍ଭମାନଙ୍କୁ କହିବି।


ଦାଉଦ ଯିଶୀଙ୍କର ପୁତ୍ର ଥିଲେ, ଯିଶୀ ଥିଲେ ଇଫ୍ରାଥିୟ ପରିବାରର, ଯିଏ ବୈ‌ଥ୍‌ଲେହମ ଓ ଯିହୁଦାରେ ବାସ କରୁଥିଲେ ଏବଂ ଯିଶୀଙ୍କର ଆଠ ପୁତ୍ର ଥିଲେ। ପୁଣି ଶାଉଲଙ୍କର ସମୟରେ ସେ ପୁରୁଷ ବୃଦ୍ଧ ଥିଲେ।


ଆଉ ସେହି ସ୍ତ୍ରୀମାନେ ନୃତ୍ୟ କରୁ କରୁ ଗାଇଲେ, “ଶାଉଲ ହତ୍ୟା କଲେ ସହସ୍ର ସହସ୍ର ଦାଉଦ ହତ୍ୟା କଲେ ଅୟୁତ ଅୟୁତ”


ପରମେଶ୍ୱର ମୋତେ ହରିଣୀଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି। ସେ ମୋତେ ସ୍ଥଳରେ ସୁଦୃଢ଼ କରନ୍ତି।


ସଦାପ୍ରଭୁ ତାଙ୍କର ନିଜର ରାଜାଙ୍କୁ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି। ସେ ତାଙ୍କର ମନୋନୀତ ରାଜା ଦାଉଦଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି। ସେଥିପାଇଁ ସେ ଦାଉଦ ଓ ତାଙ୍କର ପରିବାରବର୍ଗମାନଙ୍କ ପ୍ରତି ଅନନ୍ତକାଳ ପାଇଁ ଦୟା ଦେଖାଇଛନ୍ତି।


ଆମ୍ଭେ ଆପଣା ଡାହାଣ ହସ୍ତରେ ତାଙ୍କୁ ଆଶ୍ରୟ ଦେବା ଏବଂ ଆମ୍ଭର ଶକ୍ତିରେ ତାକୁ ବଳବାନ୍ କରିବା।


Swiv nou:

Piblisite


Piblisite