Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 22:6 - ପବିତ୍ର ବାଇବଲ

6 କବରର ରଶି ମୋର ଗ୍ଭରିପଟେ ଥିଲା। ମୃତ୍ୟୁର ଫାନ୍ଦ ମୋହର ସମ୍ମୁଖରେ ପଡ଼ିଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପାତାଳର ବନ୍ଧନ ମୋତେ ବେଷ୍ଟନ କଲା, ମୃତ୍ୟୁର ଫାନ୍ଦ ମୋହର ସମ୍ମୁଖବର୍ତ୍ତୀ ହେଲା।

Gade chapit la Kopi

ଓଡିଆ ବାଇବେଲ

6 ପାତାଳର ବନ୍ଧନ ମୋତେ ବେଷ୍ଟନ କଲା, ମୃତ୍ୟୁୁର ଫାନ୍ଦ ମୋହର ସମ୍ମୁଖବର୍ତ୍ତୀ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପାତାଳର ବନ୍ଧନ ମୋତେ ବେଷ୍ଟନ କଲା, ମୃତ୍ୟୁର ଫାନ୍ଦ ମୋହର ସମ୍ମୁଖବର୍ତ୍ତୀ ହେଲା।

Gade chapit la Kopi




2 ଶାମୁୟେଲ 22:6
10 Referans Kwoze  

ମୃତ୍ୟୁର ରଜ୍ଜୁ ଚତୁର୍ପାର୍ଶ୍ୱରେ ପ୍ରାୟ ମୋତେ ବାନ୍ଧି ଦେଲା। କବର ତା'ର ଫାନ୍ଦ ସହିତ ମୋର ପାଖାପାଖି ହୋଇଥିଲା। ମୁଁ ସଙ୍କଟ ଓ ଦୁଃଖରେ ଥିଲି।


କିନ୍ତୁ ଈଶ୍ୱର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ୟୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ।


ଯୂନସ କହିଲେ, “ମୁଁ ଅତି ଦୁଃଖରେ ଥିଲି। ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ଭିକ୍ଷା ପାଇଁ ଡାକିଲି ଏବଂ ସେ ମୋତେ ଉତ୍ତର ଦେଲେ। ମୁଁ କବରର ବହୁ ଗଭୀରତମ ସ୍ଥାନରେ ଥାଇ ସଦାପ୍ରଭୁଙ୍କୁ ଡାକିଲି ଏବଂ ପ୍ରଭୁ ମୋର ସ୍ୱର ଶୁଣିଲେ।


ସଦାପ୍ରଭୁଙ୍କର ସମ୍ମାନ ଜୀବନର ଝର ସ୍ୱରୂପ। ଏହା ମୃତ୍ୟୁର ଫାନ୍ଦରୁ ଲୋକଙ୍କୁ ରକ୍ଷା କରେ।


ଜ୍ଞାନୀ ଲୋକର ଶିକ୍ଷା ଜୀବନରେ ଝର ସ୍ୱରୂପ ଅଟେ, ସେ ମୃତ୍ୟୁ ଫାନ୍ଦରୁ ଅନ୍ୟକୁ ରକ୍ଷା କରେ।


ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ। ସେ ତା'ର ନିଜ ପାପ ରୂପକ ଦୌଡ଼ିରେ ବନ୍ଧା ହେବ।


ସେହି ଗର୍ବୀ ଲୋକମାନେ ମୋ’ ପାଇଁ ଫାନ୍ଦ ବିଛାଇଛନ୍ତି। ସେମାନେ ମୋତେ ଧରିବା ପାଇଁ ଜାଲ ବିଛାଇଛନ୍ତି। ସେମାନେ ମୋ’ ପଥରେ ଯନ୍ତା ବିଛାଇଛନ୍ତି। ସେଲା


କବରର ରଶି ମୋର ଗ୍ଭରିଆଡ଼େ ଥିଲା, ମୃତ୍ୟୁର ଯନ୍ତା ମୋ’ ସମ୍ମୁଖରେ ଥିଲା।


ତେଣୁ ଯଦି ଲୋକମାନେ ଦଣ୍ଡ ପାଆନ୍ତି, ସେମାନେ ରସି ଓ ଜଞ୍ଜିରରେ ବନ୍ଧା ହୁଅନ୍ତି।


“ତୁମ୍ଭେମାନେ ଯିରୁଶାଲମର ଗ୍ଭରିପଟେ ସୈନ୍ୟବାହିନୀଙ୍କୁ ଘେରି ରହିଥିବାର ଦେଖିବ। ତେବେ ତୁମ୍ଭେମାନେ ଜାଣି ପାରିବ ଯେ ଯିରୁଶାଲମର ଧ୍ୱଂସ ହେବା ସମୟ ଆସି ପହଞ୍ଚି ଗଲାଣି।


Swiv nou:

Piblisite


Piblisite