Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 22:48 - ପବିତ୍ର ବାଇବଲ

48 ସେହି ପରମେଶ୍ୱର ମୋ’ ତରଫରୁ ପରିଶୋଧ ନିଅନ୍ତି। ସେ ଦେଶଗୁଡ଼ିକୁ ମୋର ଶାସନାଧୀନ କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

48 ସେହି ପରମେଶ୍ଵର ମୋʼ ପକ୍ଷରେ ପରିଶୋଧ ନିଅନ୍ତି ଓ ଗୋଷ୍ଠୀୟମାନଙ୍କୁ ମୋʼ ତଳେ ନତ କରନ୍ତି।

Gade chapit la Kopi

ଓଡିଆ ବାଇବେଲ

48 ସେହି ପରମେଶ୍ୱର ମୋ’ ପକ୍ଷରେ ପରିଶୋଧ ନିଅନ୍ତି ଓ ଗୋଷ୍ଠୀୟମାନଙ୍କୁ ମୋ’ ତଳେ ନତ କରନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

48 ସେହି ପରମେଶ୍ୱର ମୋʼ ପକ୍ଷରେ ପରିଶୋଧ ନିଅନ୍ତି ଓ ଗୋଷ୍ଠୀୟମାନଙ୍କୁ ମୋʼ ତଳେ ନତ କରନ୍ତି।

Gade chapit la Kopi




2 ଶାମୁୟେଲ 22:48
11 Referans Kwoze  

ସେ ମୋତେ ସ୍ନେହ କରନ୍ତି ଏବଂ ରକ୍ଷା କରନ୍ତି। ସେ ମୋର ଉଚ୍ଚ ପର୍ବତରେ ନିରାପଦ ସ୍ଥାନ। ସେ ମୋତେ ଉଦ୍ଧାର କରନ୍ତି। ସେ ମୋର ଢାଲ, ସେ ହେଉଛନ୍ତି ମୋ’ ଆଶ୍ରୟସ୍ଥଳ। ସଦାପ୍ରଭୁ ମୋର ଲୋକମାନଙ୍କୁ ଶାସନ କରିବାରେ ମୋତେ ସାହାଯ୍ୟ କରନ୍ତି।


ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ୱର, ଯିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦେଖାଅ।


କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ପରମେଶ୍ୱର ସମସ୍ତ ଶତ୍ରୁଙ୍କୁ ଖ୍ରୀଷ୍ଟଙ୍କ ପଦତଳେ ନ ରଖିଛନ୍ତି, ସେତେଦିନ ପର୍ଯ୍ୟନ୍ତ ଖ୍ରୀଷ୍ଟ ରାଜତ୍ୱ କରିବେ।


ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ, “ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ। ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।”


ଠିକ୍ ତା'ପର ସମୟରେ କୂଶୀୟ ଆସି ପହଞ୍ଚିଲା। ସେ କହିଲା, “ମୋର ପ୍ରଭୁ ମହାରାଜାଙ୍କ ପାଇଁ ଏକ ସୁସମ୍ବାଦ ଅଛି। ଯେଉଁମାନେ ଆପଣଙ୍କର ବିରୁଦ୍ଧାଚରଣ କରୁଥିଲେ ସେମାନଙ୍କୁ ଆଜି ସଦାପ୍ରଭୁ ଦଣ୍ତିତ କରିଛନ୍ତି।”


ଏହା ପରେ ସାଦୋକର ପୁତ୍ର ଅହୀମାସ ଯୋୟାବଙ୍କୁ କହିଲେ, “ମୁଁ ଧାଇଁବି ଏବଂ ରାଜାଙ୍କୁ କହିବି ଯେ, ସଦାପ୍ରଭୁ ତାଙ୍କର ଶତ୍ରୁମାନଙ୍କୁ ଧ୍ୱଂସ କରିଛନ୍ତି।”


ଦାଉଦ ଶୁଣିଲେ ଯେ ନାବଲ ମୃତ୍ୟୁବରଣ କରିଛି। ଦାଉଦ କହିଲେ, “ସଦାପ୍ରଭୁଙ୍କ ପ୍ରଶଂସା କର। ନାବଲ ମୋ’ ବିଷୟରେ ଖରାପ କଥା କହିଥିଲା କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ। ସଦାପ୍ରଭୁ ମୋତେ ମନ୍ଦକାର୍ଯ୍ୟ କରିବାରୁ କ୍ଷାନ୍ତ କଲେ। ସଦାପ୍ରଭୁ ତା'ର ମୃତ୍ୟୁର କାରଣ ହେଲେ, କାରଣ ସେ କୁକର୍ମ କରିଥିଲା।” ତା'ପରେ ଦାଉଦ ଅବୀଗଲକୁ ଏକ ବାର୍ତ୍ତା ପଠାଇଲେ। ଦାଉଦଙ୍କର ସ୍ତ୍ରୀ ହେବା ପାଇଁ ତାଙ୍କୁ ପଗ୍ଭରିଲେ।


ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିବା ପାଇଁ ପ୍ରତିଜ୍ଞା କରିଛନ୍ତି ଏବଂ ସେ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ। ସେ ତୁମ୍ଭକୁ ଇସ୍ରାଏଲର ଶାସକ ରୂପେ ନିଯୁକ୍ତ କରିବେ। ଯେତେବେଳେ ସେ ମୋର ପ୍ରଭୁ ପ୍ରତି ସଫଳ କରି ତୁମ୍ଭକୁ ଇସ୍ରାଏଲର ଅଗ୍ରଣୀ ରୂପେ ନିଯୁକ୍ତ କରିବେ।


ସଦାପ୍ରଭୁ ମୋର ଓ ତୁମ୍ଭ ଭିତରେ ବିଗ୍ଭର କରନ୍ତୁ ଓ ତୁମ୍ଭେ ମୋ'ଠାରେ କରିଥିବା ଭୁଲ୍ ଯୋଗୁଁ ସଦାପ୍ରଭୁ ତା'ର ଦଣ୍ତ ଦିଅନ୍ତୁ। କିନ୍ତୁ ମୁଁ ତୁମ୍ଭ ସହିତ ଯୁଦ୍ଧ କରିବି ନାହିଁ।


ସେମାନେ ଆସି ହିବ୍ରୋଣରେ ପହଞ୍ଚିଲେ ଏବଂ ସେମାନେ ଦାଉଦଙ୍କୁ ଈ‌ଶ୍‌ବୋଶ‌‌ତ୍‌‌ର କଟାମୁଣ୍ଡ ଦେଲେ। ରେଖବ୍ ଓ ବାନା ଦାଉଦଙ୍କୁ କହିଲେ, “ଏହିଠାରେ ଆପଣଙ୍କର ଶତ୍ରୁର ମୁଣ୍ଡ ପଡ଼ିଅଛି। ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶତ୍, ଯିଏ କି ଆପଣଙ୍କୁ ମାରିବାକୁ ଗ୍ଭହିଁଥିଲା। ସଦାପ୍ରଭୁ, ଆଜି ପ୍ରଭୁ ମୋର ରାଜା ଆପଣଙ୍କ ପାଇଁ ଶାଉଲ ଓ ତାଙ୍କର ପରିବାରକୁ ଦଣ୍ତିତ କରିଛନ୍ତି।”


ମୁଁ ପ୍ରତିଶୋଧ ନେବି। ମୁଁ ସେମାନଙ୍କର ପ୍ରାପ୍ୟ ଦେବି। ସେମାନଙ୍କର ପାଦ ଖସିଯିବା ପର୍ଯ୍ୟନ୍ତ ଅପେକ୍ଷା କରିବି। ସେମାନଙ୍କର ଅସୁବିଧାର ସମୟ ନିକଟ ହୋଇ ଆସୁଛି।’


Swiv nou:

Piblisite


Piblisite