Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 22:21 - ପବିତ୍ର ବାଇବଲ

21 ସଦାପ୍ରଭୁ ମୋତେ ପୁରସ୍କୃତ କରିବେ, କାରଣ ଯାହା ଠିକ୍ ମୁଁ ତାହା ହିଁ କଲି, ମୁଁ କିଛି ଭୁଲ୍ କରି ନ ଥିଲି, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ସଦାପ୍ରଭୁ ମୋର ଧାର୍ମିକତାନୁସାରେ ମୋତେ ପୁରସ୍କାର ଦେଲେ; ମୋର ହସ୍ତର ଶୌଚାନୁସାରେ ମୋତେ ଫଳ ଦେଲେ।

Gade chapit la Kopi

ଓଡିଆ ବାଇବେଲ

21 ସଦାପ୍ରଭୁ ମୋର ଧାର୍ମିକତାନୁସାରେ ମୋତେ ପୁରସ୍କାର ଦେଲେ; ମୋର ହସ୍ତର ପବିତ୍ରତାନୁସାରେ ମୋତେ ଫଳ ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ସଦାପ୍ରଭୁ ମୋର ଧାର୍ମିକତାନୁସାରେ ମୋତେ ପୁରସ୍କାର ଦେଲେ; ମୋର ହସ୍ତର ପବିତ୍ରତାନୁସାରେ ମୋତେ ଫଳ ଦେଲେ।

Gade chapit la Kopi




2 ଶାମୁୟେଲ 22:21
13 Referans Kwoze  

ଯେଉଁ ଲୋକମାନେ କେବେ କିଛି ମନ୍ଦକାର୍ଯ୍ୟ କରି ନାହାନ୍ତି, ଯାହାଙ୍କର ହୃଦୟ ଓ ମନ ନିର୍ମଳ, ଯେଉଁ ଲୋକମାନେ ମୋର ନାମର ଅସତ୍ୟ ବ୍ୟବହାର କରି ନାହାନ୍ତି, ଯେଉଁ ଲୋକମାନେ ମିଥ୍ୟା କହନ୍ତି ନାହିଁ କି ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ, କେବଳ ସେହି ଲୋକମାନେ ସେଠାରେ ଉପାସନା କରି ପାରିବେ।


ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମ ଅନୁସାରେ ଫଳ ଦିଅନ୍ତି। ସେ ତାକୁ ସତ୍ କାର୍ଯ୍ୟ ପାଇଁ ପୁରସ୍କାର ଦିଅନ୍ତି ଏବଂ ଭୁଲ୍ କାର୍ଯ୍ୟ ପାଇଁ ଦଣ୍ତ ଦିଅନ୍ତି। ସଦାପ୍ରଭୁ ତୁମ୍ଭକୁ ମୋ’ ହସ୍ତରେ ଆଜି ସମର୍ପଣ କଲେ, ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ରାଜାଙ୍କୁ ମୁଁ ହତ୍ୟା କରି ନାହିଁ।


ହେ ସଦାପ୍ରଭୁ, ଲୋକମାନଙ୍କର ବିଗ୍ଭର କର। ମୋର ମଧ୍ୟ ବିଗ୍ଭର କର। ପ୍ରମାଣ କର ମୁଁ ଯାହା କହୁଛି ତାହା ଠିକ୍। ପ୍ରମାଣ କର ଯେ ମୁଁ ନିରପରାଧ।


ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ନିଷ୍ପତ୍ତି କର। ଯଦି ସେ ଦୋଷ କରିଥାଏ ତେବେ ସେ ଦୋଷୀ ବୋଲି ପ୍ରମାଣିତ ହୁଏ, ସେଇ ଅନୁସାରେ ତାକୁ ଦଣ୍ତ ଦିଅ। ଯଦି ସେ ନିର୍ଦ୍ଧୋଷ ତେବେ, ତା'ର ଧାର୍ମିକତା ଅନୁଯାୟୀ ତାକୁ ପୁରସ୍କୃତ କର।


ପରମେଶ୍ୱରଙ୍କ ନିକଟକୁ ଆସ, ତେବେ ସେ ମଧ୍ୟ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭେମାନେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ୱର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର।


ଅତଏବ, ମୋ’ ଭାଇ ଓ ଭଉଣୀମାନେ, ଦୃଢ଼ ଭାବରେ ସ୍ଥିର ରୁହ। କୌଣସି ବିଷୟ ତୁମ୍ଭକୁ ଅସ୍ଥିର ନ କରୁ। ପରମେଶ୍ୱରଙ୍କ ପାଇଁ କରାଯାଇଥିବା ତୁମ୍ଭର କାର୍ଯ୍ୟ କଦାପି ବ୍ୟର୍ଥ ଯିବ ନାହିଁ। ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ନିଜକୁ ନିୟୋଜିତ କର।


ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ। ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।


କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ୟ ପଥରେ ରହିବେ। ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହେବେ।


ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ, କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ। ମୁଁ କିଛି ଭୁଲ୍ କରି ନାହିଁ। ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।


ଭଲ ଲୋକମାନେ ପୃଥିବୀରେ ପୁରସ୍କୃତ ହେବେ, ଦୁଷ୍ଟ ପାପୀଗଣ ତାଙ୍କର ପାପ ଭୋଗ କରିବେ।


ଶଲୋମନ ଉତ୍ତର କଲେ, “ତୁମ୍ଭେ ମୋର ପିତା ତୁମ୍ଭର ଦାସ ଦାଉଦଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲ। ସେ ଧାର୍ମିକତା ଓ ନ୍ୟାୟ ପଥରେ ଯାଇ ତୁମ୍ଭକୁ ଅନୁସରଣ କରୁଥିବାରୁ ତୁମ୍ଭେ ତାଙ୍କୁ ମହାଦୟା କରିଥିଲ। ଆଉ ମଧ୍ୟ ତୁମ୍ଭେ ତାହାପାଇଁ ଏହି ମହାଦୟା ରଖିଅଛ ଯେ ଆଜିର ନ୍ୟାୟରେ ତାଙ୍କର ପୁତ୍ରକୁ ସିଂହାସନରେ ବସାଇଛ।


Swiv nou:

Piblisite


Piblisite