Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 21:7 - ପବିତ୍ର ବାଇବଲ

7 ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତକୁ ରାଜା ରକ୍ଷା କଲେ। ଯେହେତୁ ସେମାନଙ୍କ ମଧ୍ୟରେ ଅର୍ଥାତ୍ ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କ ଶପଥ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍କୁ ରାଜା ରକ୍ଷା କଲେ, ଯେହେତୁ ସେମାନଙ୍କ ମଧ୍ୟରେ, ଅର୍ଥାତ୍, ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ଥିଲା।

Gade chapit la Kopi

ଓଡିଆ ବାଇବେଲ

7 ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍‍ଙ୍କୁ ରାଜା ରକ୍ଷା କଲେ, ଯେହେତୁ ସେମାନଙ୍କ ମଧ୍ୟରେ, ଅର୍ଥାତ୍‍, ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍‍ଙ୍କୁ ରାଜା ରକ୍ଷା କଲେ, ଯେହେତୁ ସେମାନଙ୍କ ମଧ୍ୟରେ, ଅର୍ଥାତ୍‍, ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ଥିଲା।

Gade chapit la Kopi




2 ଶାମୁୟେଲ 21:7
16 Referans Kwoze  

ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଏକ ପୁତ୍ର ଥିଲେ, ଯାହାଙ୍କର ନାମଥିଲା ମଫୀବୋଶତ୍। ଯେତେବେଳେ ତାକୁ ମାତ୍ର ପାଞ୍ଚ ବର୍ଷ ବୟସ ହୋଇଥିଲା, ସେତେବେଳେ ଯିଷ୍ରିୟେଲରୁ ଖବର ଆସିଲା ଯେ, ଶାଉଲ ଏବଂ ଯୋନାଥନକୁ ହତ୍ୟା କରାଯାଇଛି। ଯେତେବେଳେ ମଫୀବୋଶ‌‌ତ୍‌‌ର ଧାତ୍ରୀ ଏ ଖବର ପାଇଲା, ସେ ମଫୀବୋଶତକୁ ଉଠାଇଲା ଏବଂ ସେ ଭୟରେ ଦୌଡ଼ି ପଳାଇଲା। କିନ୍ତୁ ପିଲାଟି ତଳେ ପଡ଼ିଗଲା ଏବଂ ତା'ପରେ ତା'ର ଦୁଇ ଗୋଡ଼ ଛୋଟା ହୋଇଗଲା।


ଏହା ପରେ ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ଏକ ଚୁକ୍ତି କଲେ। ତେଣୁ ଦାଉଦ ହୋରେଶରେ ରହିଲେ ଏବଂ ଯୋନାଥନ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ।


ମୋ’ ପରିବାର ପ୍ରତି ତୁମ୍ଭର ଦୟା ଦେଖାଇବା ବନ୍ଦ କରିବ ନାହିଁ। ସଦାପ୍ରଭୁ ତୁମ୍ଭର ସମସ୍ତ ଶତ୍ରୁକୁ ପୃଥିବୀରୁ ବିନାଶ କରିବେ।”


ଯୋନାଥନ ଦାଉଦଙ୍କୁ ଆପଣା ପ୍ରାଣ ପରି ସ୍ନେହ କରିବାରୁ ସେମାନେ ଏହି ନିୟମ କଲେ।


ତୁମ୍ଭେ ଓ ତୁମ୍ଭର ପୁତ୍ରମାନେ ଓ ତୁମ୍ଭର ସେବକଗଣ ତୁମ୍ଭମାନଙ୍କର ମୁନିବର ନାତୀ ମଫୀବୋଶତଙ୍କ ପାଇଁ ଏହି ଜମିକୁ ଗ୍ଭଷ କରିବ ଓ ସେଥିରୁ ଉତ୍ପନ୍ନ ଶସ୍ୟ ଆଣି ତାଙ୍କୁ ଦେବ। କିନ୍ତୁ ସେ ମୋ’ ସହିତ ସବୁ ବେଳେ ଭୋଜନ କରିବ।” ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଗ୍ଭକର ଥିଲେ।


ଯୋନାଥନ ମୋ’ ଉପରେ ଦୟାକର, ମୁଁ ତୁମ୍ଭର ଦାସ ଅଟେ। ତୁମ୍ଭେ ମୋ’ ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଏକ ଚୁକ୍ତି କଲ। ଯଦି ମୁଁ ଦୋଷି ତେବେ ତୁମ୍ଭେ ମୋତେ ମାରି ଦିଅ। କିନ୍ତୁ ଦୟାକରି ମୋତେ ତୁମ୍ଭ ପିତାଙ୍କ ପାଖକୁ ନିଅ ନାହିଁ।”


ଯୋନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ଶାନ୍ତିରେ ଯାଅ। ଆମ୍ଭେ ସଦାପ୍ରଭୁଙ୍କ ନିକଟରେ ଶପଥ କରିଅଛୁ, ଆମ୍ଭେ ସର୍ବଦା ବନ୍ଧୁ ହୋଇ ରହିବା। ଆମ୍ଭେ କହିଲୁ ଯେ, ଆମ୍ଭେ ଓ ଆମ୍ଭ ସଦାପ୍ରଭୁ ଚିରଦିନ ପାଇଁ ଆମ୍ଭ ଓ ଆମ୍ଭର ବଂଶଧରମାନଙ୍କର ସାକ୍ଷୀ।”


ତା'ପରେ ଯୋନାଥନ ଦାଉଦଙ୍କୁ ସ୍ନେହ କରିବାରୁ ତା'ର ପ୍ରତିଜ୍ଞା ଦୋହୋରାଇଲେ ଓ ସେ ତାଙ୍କୁ କରିଥିବା ପ୍ରତିଜ୍ଞା ପୁନର୍ବାର ସତ୍ୟତା ପ୍ରମାଣ କରାଇବାକୁ ଦାଉଦଙ୍କୁ ପଗ୍ଭରିଲେ। ଯୋନାଥନ ଏପରି କଲେ କାରଣ ସେ ନିଜକୁ ଯେତିକି ଭଲ ପାଉଥିଲେ ଦାଉଦଙ୍କୁ ମଧ୍ୟ ସେହିପରି ଭଲ ପାଉଥିଲେ।


ଯେତେବେଳେ ମଫୀବୋଶତ୍ ରାଜାଙ୍କୁ ଯିରୁଶାଲମରେ ଦେଖା କଲା, “ରାଜା ପଗ୍ଭରିଲେ ତୁମ୍ଭେ କାହିଁକି ମୋ’ ସହିତ ଗଲ ନାହିଁ?”


ତା'ପରେ ରାଜା ସୀବଃକୁ କହିଲେ, “ସେହି କାରଣରୁ, ବର୍ତ୍ତମାନ ମୁଁ ତୁମ୍ଭକୁ ମଫୀବୋଶତର ସର୍ବସ୍ୱ ଦେଉଛି।” ସୀବଃ କହିଲା, “ମୁଁ ଆପଣଙ୍କୁ ପ୍ରଣାମ କରୁଅଛି ହେ ପ୍ରଭୁ ମହାରାଜ, ଆପଣଙ୍କୁ ଖୁସୀ କରିବା ପାଇଁ ମୁଁ ସର୍ବଦା ଆଶା କରୁଛି।”


ଦାଉଦ ମଫୀବୋଶ‌‌ତ୍‌‌କୁ କହିଲେ, “ଭୟ କର ନାହିଁ, ମୁଁ ତୁମ୍ଭ ପ୍ରତି ଦୟା କରୁଛି। ତୁମ୍ଭର ବାପା ଯୋନାଥନଙ୍କ ପାଇଁ ମୁଁ ତୁମ୍ଭକୁ ଦୟା ଦେଖାଉଛି। ମୁଁ ତୁମ୍ଭକୁ ତୁମ୍ଭ ଜେଜେ ବାପା ଶାଉଲଙ୍କର ସମସ୍ତ ସମ୍ପତ୍ତି ତୁମ୍ଭକୁ ଫେରାଇ ଦେବି। ତୁମ୍ଭେ ମଧ୍ୟ ମୋ’ ପାଖରେ ସବୁଦିନ ଭୋଜନ କରିବ।”


ଯୋନାଥନ ଦାଉଦଙ୍କୁ କହିଲେ, “ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମୁଖରେ ପ୍ରତିଜ୍ଞା କରୁଅଛି, ମୁଁ ମୋର ବାପାଙ୍କଠାରୁ କାଲି ବୁଝିବି। ତାଙ୍କର ଧାରଣା ତୁମ୍ଭ ସମ୍ବନ୍ଧରେ ଭଲ କି ତିକ୍ତ, ତା'ପରେ ତୃତୀୟ ଦିନ ମୁଁ ତୁମ୍ଭ ପାଖକୁ କ୍ଷେତକୁ ନିଶ୍ଚିତ ଖବର ପଠାଇବି।


ଦାଉଦ ପଗ୍ଭରିଲେ, “ଆଉ ଶାଉଲ ପରିବାରର କୌଣସି ଲୋକ ରହିଲେ କି? ମୁଁ ସେମାନଙ୍କ ଉପରେ ଦୟା କରିବାକୁ ଗ୍ଭହେଁ। ମୁଁ ଏ ସବୁ ଯୋନାଥନଙ୍କ ପାଇଁ କରିବାକୁ ଗ୍ଭହୁଁଛି।”


ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ତୁମ୍ଭେ ସର୍ବଦା ରାଜାଆଜ୍ଞା ପାଳନ କର। ତୁମ୍ଭେ ଏପରି କର କାରଣ ତୁମ୍ଭେ ପରମେଶ୍ୱରଙ୍କଠାରେ ତାହା କରିବାକୁ ପ୍ରତିଜ୍ଞା କରିଅଛ।


ତେଣୁ ଦାଉଦ ଶାଉଲଙ୍କ ନିକଟରେ ପ୍ରତିଜ୍ଞା କଲେ। ଦାଉଦ ପ୍ରତିଜ୍ଞା କରି କହିଲେ ସେ କଦାପି ଶାଉଲଙ୍କ ପରିବାରକୁ ଧ୍ୱଂସ କରିବେ ନାହିଁ। ତା'ପରେ ଶାଉଲ ଗୃହକୁ ଫେରିଲେ। ଦାଉଦ ଓ ତାଙ୍କର ଲୋକମାନେ ଦୁର୍ଗକୁ ପଳାଇଗଲେ।


ଯୋନାଥନର ପୁତ୍ର ମଫୀବୋଶତ୍ ଆସି ରାଜା ଦାଉଦଙ୍କୁ ଭୂମିଷ୍ଟ ପ୍ରଣାମ କଲା। ଦାଉଦ କହିଲେ, “ତୁମ୍ଭେ ମଫୀବୋଶତ୍।” ସେ କହିଲା, “ହଁ, ମହାପ୍ରଭୁ, ମୁଁ ହେଉଛି ଆପଣଙ୍କର ଦାସ ମଫୀବୋଶତ୍,”


Swiv nou:

Piblisite


Piblisite