Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 21:3 - ପବିତ୍ର ବାଇବଲ

3 ଦାଉଦ ଗିବିୟୋନୀୟମାନଙ୍କୁ କହିଲେ, “ମୁଁ ଇସ୍ରାଏଲର ପାପ ଦୂର କରିବା ପାଇଁ କ’ଣ କରି ପାରିବି, ଯାହା ଫଳରେ ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଆଶୀର୍ବାଦ କରି ପାରିବ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଏଣୁ ଦାଉଦ ଏହି ଗିବୀୟୋନୀୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି? ଓ ତୁମ୍ଭେମାନେ ଯେପରି ସଦାପ୍ରଭୁଙ୍କ ଅଧିକାରକୁ ଆଶୀର୍ବାଦ କରିବ, ଏଥିପାଇଁ ମୁଁ କଅଣ ଦେଇ ପ୍ରାୟଶ୍ଚିତ୍ତ କରିବି?

Gade chapit la Kopi

ଓଡିଆ ବାଇବେଲ

3 ଏଣୁ ଦାଉଦ ଏହି ଗିବୀୟୋନୀୟମାନଙ୍କୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ? ଓ ତୁମ୍ଭେମାନେ ଯେପରି ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ଦୟା ଓ ପ୍ରତିଜ୍ଞା ପ୍ରାପ୍ତ ଲୋକମାନଙ୍କୁ ଆଶୀର୍ବାଦ କରିବ, ଏଥିପାଇଁ ମୁଁ କଅଣ ଦେଇ ପ୍ରାୟଶ୍ଚିତ୍ତ କରିବି ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏଣୁ ଦାଉଦ ଏହି ଗିବୀୟୋନୀୟମାନଙ୍କୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି? ଓ ତୁମ୍ଭେମାନେ ଯେପରି ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ଦୟା ଓ ପ୍ରତିଜ୍ଞା ପ୍ରାପ୍ତ ଲୋକମାନଙ୍କୁ ଆଶୀର୍ବାଦ କରିବ, ଏଥିପାଇଁ ମୁଁ କଅଣ ଦେଇ ପ୍ରାୟଶ୍ଚିତ୍ତ କରିବି?”

Gade chapit la Kopi




2 ଶାମୁୟେଲ 21:3
9 Referans Kwoze  

ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ, ତୁମ୍ଭେ ଇସ୍ରାଏଲର ଗୁରୁତ୍ୱପୂର୍ଣ୍ଣ ନଗରକୁ ଧ୍ୱଂସ କରିବାକୁ ଖୋଜୁଅଛ। ଯାହା ସଦାପ୍ରଭୁଙ୍କର ଅଟେ, ତୁମ୍ଭେ କାହିଁକି ଧ୍ୱଂସ କରିବାକୁ ଇଚ୍ଛା କରୁଅଛ?”


ବ୍ୟବସ୍ଥା କୁହେ ଯେ, ପ୍ରତ୍ୟେକ ବସ୍ତୁ ରକ୍ତ ଦ୍ୱାରା ଶୁଦ୍ଧ ହୋଇ ପାରିବ। ଓ ବିନା ରକ୍ତରେ ପାପଗୁଡ଼ିକୁ କ୍ଷମା କରାଯାଇ ପାରିବ ନାହିଁ।


ମୋର ପ୍ରଭୁ, ମହାରାଜ, ମୁଁ ତୁମ୍ଭର ସେବକ ମୋ’ କଥା ଶୁଣ, ଯଦି ସଦାପ୍ରଭୁ ମୋ’ ଉପରେ କ୍ରୋଧ କରିବାକୁ ତୁମ୍ଭକୁ ବାର୍ତ୍ତା ଦିଅନ୍ତି, ତାହାହେଲେ ତାଙ୍କୁ ତାହା ଗ୍ରହଣ କରିବାକୁ ଦିଅ। ଯଦି ମନୁଷ୍ୟ ସନ୍ତାନମାନେ ତାହା କରିଥା’ନ୍ତି, ତେବେ ସେମାନେ ସଦାପ୍ରଭୁଙ୍କ ନିକଟରେ ଅଭିଶାପ ପାଆନ୍ତୁ। କାରଣ ସେମାନେ ମୋତେ ସେହି ଦେଶରୁ ବାହାର କରି ଦେଇଛନ୍ତି। ଯେଉଁଟାକି ମୋତେ ଦେଲେ ଏବଂ କହିଲେ, ‘ଯାଅ ଅନ୍ୟ ଦେବଗଣଙ୍କର ପୂଜା କର।’


ଜଣେ ମନୁଷ୍ୟ ଯେବେ ଅନ୍ୟ ଜଣେ ମନୁଷ୍ୟ ବିରୁଦ୍ଧରେ ପାପ କରେ, ତେବେ ପରମେଶ୍ୱର ହୁଏତ ସାହାଯ୍ୟ କରି ପାରନ୍ତି। କିନ୍ତୁ ମନୁଷ୍ୟ ଯେବେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରେ, ତେବେ କିଏ ତାହା ପାଇଁ ପ୍ରାର୍ଥନା କରିବ?” ତଥାପି ସେମାନେ ପିତାଙ୍କ ବାକ୍ୟ ଶୁଣିଲେ ନାହିଁ, କାରଣ ସେମାନଙ୍କୁ ହତ୍ୟା କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା।


ପୁଣି ସେ ହୋମବଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସେହି ବଳି ତାହାର ପ୍ରାୟଶ୍ଚିତ ରୂପେ ଗ୍ରାହ୍ୟ ହେବ।


ପରଦିନ ସକାଳେ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଭୟଙ୍କର ପାପ କରିଛ। କିନ୍ତୁ ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କ ନିକଟକୁ ଯିବି ଏବଂ ହୁଏତ ତୁମ୍ଭର ପାପ ପାଇଁ ମୁଁ ପ୍ରାୟଶ୍ଚିତ କରିବାକୁ ସକ୍ଷମ ହେବି।”


ପବନ ଓ ଢେଉ ସମୁଦ୍ରରେ ଅଧିକ ଶକ୍ତିଶାଳୀ ହୋଇ ବଢ଼ିବାକୁ ଲାଗିଲା। ତେଣୁ ଲୋକମାନେ ଯୂନସକୁ କହିଲେ, “ଆମ୍ଭେମାନେ ଆମ୍ଭମାନଙ୍କୁ ରକ୍ଷା କରିବାକୁ କ’ଣ କରିବୁ? ତୁମ୍ଭ ପ୍ରତି କ’ଣ କଲେ ସମୁଦ୍ର ଶାନ୍ତ ହେବ?”


Swiv nou:

Piblisite


Piblisite