Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 21:14 - ପବିତ୍ର ବାଇବଲ

14 ଏହା ପରେ ସେମାନେ ଶାଉଲଙ୍କର ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ବିନ୍ୟାମୀନ ଦେଶସ୍ଥ ସେଲାରେ ତାହାର ପିତା କୀ‌ଶ୍‌ର କବର ମଧ୍ୟରେ ପୋତିଲେ। ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହା ସବୁ କଲେ। ତହିଁପରେ ପରମେଶ୍ୱର ପ୍ରାର୍ଥନା ଶୁଣି ଦେଶପ୍ରତି ପ୍ରସନ୍ନ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏଉତ୍ତାରେ ସେମାନେ ଶାଉଲଙ୍କର ଓ ତାଙ୍କ ପୁତ୍ର ଯୋନାଥନର ଅସ୍ଥି ବିନ୍ୟାମୀନ ଦେଶସ୍ଥ ସେଲାରେ ତାହାର ପିତା କୀଶ୍ର କବର ମଧ୍ୟରେ ପୋତିଲେ; ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହାସବୁ କଲେ। ତହିଁ ଉତ୍ତାରେ ପରମେଶ୍ଵର ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ।

Gade chapit la Kopi

ଓଡିଆ ବାଇବେଲ

14 ଏଉତ୍ତାରେ ସେମାନେ ଶାଉଲଙ୍କର ଓ ତାଙ୍କ ପୁତ୍ର ଯୋନାଥନର ଅସ୍ଥି ବିନ୍ୟାମୀନ୍ ଦେଶସ୍ଥ ସେଲାରେ ତାହାର ପିତା କୀଶ୍‍ର କବର ମଧ୍ୟରେ ପୋତିଲେ; ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହାସବୁ କଲେ। ତହିଁ ଉତ୍ତାରେ ପରମେଶ୍ୱର ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏଉତ୍ତାରେ ସେମାନେ ଶାଉଲଙ୍କର ଓ ତାଙ୍କ ପୁତ୍ର ଯୋନାଥନର ଅସ୍ଥି ବିନ୍ୟାମୀନ୍ ଦେଶସ୍ଥ ସେଲାରେ ତାହାର ପିତା କୀଶ୍‍ର କବର ମଧ୍ୟରେ ପୋତିଲେ; ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହାସବୁ କଲେ। ତହିଁ ଉତ୍ତାରେ ପରମେଶ୍ୱର ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ।

Gade chapit la Kopi




2 ଶାମୁୟେଲ 21:14
16 Referans Kwoze  

ପୁଣି ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥ ବଳି ଓ ଶାନ୍ତି ନୈବେଦ୍ୟ ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ। ପୁଣି ଇସ୍ରାଏଲ ମଧ୍ୟରୁ ମହାମାରୀ ନିବୃତ୍ତ ହେଲା।


ସେଲା, ଏଲଫ୍, ଯିବୂଷ, ଗିବିୟା ଓ କିରିୟଥ ଗ୍ରାମ ସମେତ, ଏହିପରି ଭାବରେ ଚଉଦଟି ନଗର ଥିଲା। ନିଜ ନିଜ ବଂଶ ଅନୁସାରେ ବିନ୍ୟାମୀନ ସନ୍ତାନଗଣମାନଙ୍କର ଏହିପରି ଅଧିକାର ଥିଲା।


ଆଖ‌ନ୍‌କୁ ପୋଡ଼ି ସାରିବା ପରେ ତାହାକୁ ପଥରରେ ପୋତି ଦେଲେ, ସେହି ପଥର ଗଦା ଆଜି ପର୍ଯ୍ୟନ୍ତ ସେଠାରେ ଅଛି। ଯେହେତୁ ସଦାପ୍ରଭୁ ଆଖ‌ନ୍‌କୁ ସେଠାରେ ଏପରି ଦୁଃଖ ଦେଲେ, ସେଥିପାଇଁ ସେହି ସ୍ଥାନ ଆଜି ପର୍ଯ୍ୟନ୍ତ ଆଖୋର ଉପତ୍ୟକା ନାମରେ ପରିଚିତ। ଏହା ପରେ ସଦାପ୍ରଭୁ ଇସ୍ରାଏଲବାସୀଙ୍କ ଉପରୁ କ୍ରୋଧରୁ ନିବୃତ୍ତ ହୋଇ ଶାନ୍ତ ହେଲେ।


ତା'ପରେ ସଦାପ୍ରଭୁ ପାଟିକରି ମୋତେ କହିଲେ, “ଦେଖ, ସେହି ଅଶ୍ୱଗୁଡ଼ିକ ଯେଉଁମାନେ ଉତ୍ତର ଦେଶଆଡ଼କୁ ଯାଇଛନ୍ତି ଆମ୍ଭ ଆତ୍ମାକୁ ସେମାନେ ଉତ୍ତର ଦେଶରେ ସୁସ୍ଥିର କରିଅଛନ୍ତି।”


ତେଣୁ ସେହି ନାବିକମାନେ ଯୂନସକୁ ସମୁଦ୍ରରେ ଫିଙ୍ଗି ଦେଲେ। ଝଡ଼ ବନ୍ଦ ହେଲା ଓ ସମୁଦ୍ର ଶାନ୍ତ ହେଲା।


ତେଣୁ ରାଜା ଦାଉଦ ତାଙ୍କର ଯୁବା ସୈନିକମାନଙ୍କୁ ରେଖବ ଓ ବାନାକୁ ହତ୍ୟା କରିବା ପାଇଁ ଆଦେଶ ଦେଲେ। ସୈନ୍ୟମାନେ ରେଖବ ଓ ବାନାର ହସ୍ତ ଓ ପାଦ କାଟି ହିବ୍ରୋଣସ୍ଥ ପୋଖରୀ ନିକଟରେ ଝୁଲାଇ ଦେଲେ। ଏବଂ ଈ‌ଶ୍‌ବୋଶ‌‌ତ୍‌‌ର ମସ୍ତକ ନେଇ ହିବ୍ରୋଣରେ ଅ‌‌ବ୍‌‌ନର‌ କବରରେ କବର ଦେଲେ।


ଆଜି ତୁମ୍ଭେ ମୋତେ ଏଠି ଛାଡ଼ି ଗଲାପରେ ବିନ୍ୟାମୀନ ସୀମାର ସେଲଠାରେ ରାହେଲର କବର ନିକଟରେ ଦୁଇ ପୁରୁଷଙ୍କ ସାକ୍ଷାତ ପାଇବ। ସେ ଦୁଇଜଣ ତୁମ୍ଭକୁ କହିବେ, ‘ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜୁଥିଲ, ସେମାନେ ମିଳିଛନ୍ତି। ତୁମ୍ଭ ବାପା ଗଧମାନଙ୍କ ପାଇଁ ବ୍ୟସ୍ତ ନୁହନ୍ତି ବରଂ ତୁମ୍ଭ ପାଇଁ ଅଟନ୍ତି ଓ କହନ୍ତି, ମୋ’ ପୁଅ ପାଇଁ ମୁଁ କ’ଣ କରିବି।’”


ତହୁଁ ତା’ ପ୍ରତି ଓ ତା ଅନ୍ତେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ରହିବ। କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ କ୍ରୋଧଭାବ ପ୍ରକାଶ କଲା ଓ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପ୍ରାୟଶ୍ଚିତ କଲା।”


ଏ ନିମନ୍ତେ ସେ ସେଠାରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ଆଣିଲେ, ପୁଣି ଲୋକମାନେ ଟଙ୍ଗାଯିବା ଲୋକମାନଙ୍କ ଅସ୍ଥି ସଂଗ୍ରହ କଲେ।


ତା'ପରେ ସେ ତମ୍ବୁ ଭିତରେ ପ୍ରବେଶ କଲା ଏବଂ ସେ ଉଭୟ ପୁରୁଷ ଓ ସ୍ତ୍ରୀର ପେଟକୁ ବର୍ଚ୍ଛାରେ ବିଦୀର୍ଣ୍ଣ କଲା, ଫଳରେ ଇସ୍ରାଏଲ ମଧ୍ୟରେ ମହାମାରୀ ବନ୍ଦ ହୋଇ ଗଲା।


Swiv nou:

Piblisite


Piblisite