Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 20:22 - ପବିତ୍ର ବାଇବଲ

22 ତା'ପରେ ସେ ନଗରର ସମସ୍ତ ଲୋକମାନଙ୍କୁ ବିଜ୍ଞତାର ସହିତ କହିଲା। ଲୋକମାନେ ବିଖ୍ରିର ପୁତ୍ର ଶେବଃର ମୁଣ୍ଡ କାଟି ପ୍ରାଚୀର ଉପର ଦେଇ ଯୋୟାବ ନିକଟକୁ ଫୋପାଡ଼ି ଦେଲେ। ତେଣୁ ଯୋୟାବ ତୂରୀ ବଜାଇଲେ ଏବଂ ଲୋକମାନେ ଓ ସୈନ୍ୟମାନେ ନିଜ ନିଜ ତମ୍ବୁକୁ ପଳାୟନ କଲେ, ଯୋୟାବ ଯିରୁଶାଲମକୁ ରାଜାଙ୍କ ନିକଟକୁ ଆସିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଏଉତ୍ତାରେ ସେ ସ୍ତ୍ରୀ ଆପଣା ବୁଦ୍ଧିରେ ସମସ୍ତ ଲୋକଙ୍କ ନିକଟକୁ ଗଲା। ତହୁଁ ଲୋକମାନେ ବିଖ୍ରିର ପୁତ୍ର ଶେବଃର ମସ୍ତକ କାଟି ଯୋୟାବ ନିକଟକୁ ବାହାରେ ପକାଇଦେଲେ। ତହିଁରେ ସେ ତୂରୀ ବଜାନ୍ତେ, ଲୋକମାନେ ନଗରରୁ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ଵୁକୁ ଗଲେ। ପୁଣି ଯୋୟାବ ଯିରୂଶାଲମକୁ ରାଜାଙ୍କ କତିକି ଫେରିଗଲା।

Gade chapit la Kopi

ଓଡିଆ ବାଇବେଲ

22 ଏଉତ୍ତାରେ ସେ ସ୍ତ୍ରୀ ଆପଣା ବୁଦ୍ଧିରେ ସମସ୍ତ ଲୋକଙ୍କ ନିକଟକୁ ଗଲା। ତହୁଁ ଲୋକମାନେ ବିଖ୍ରିିର ପୁତ୍ର ଶେବଃର ମସ୍ତକ କାଟି ଯୋୟାବ ନିକଟକୁ ବାହାରେ ପକାଇଦେଲେ। ତହିଁରେ ସେ ତୂରୀ ବଜାନ୍ତେ, ଲୋକମାନେ ନଗରରୁ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ଗଲେ। ପୁଣି ଯୋୟାବ ଯିରୂଶାଲମକୁ ରାଜାଙ୍କ ନିକଟକୁ ଫେରିଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଏଉତ୍ତାରେ ସେ ସ୍ତ୍ରୀ ଆପଣା ବୁଦ୍ଧିରେ ସମସ୍ତ ଲୋକଙ୍କ ନିକଟକୁ ଗଲା। ତହୁଁ ଲୋକମାନେ ବିଖ୍ରିିର ପୁତ୍ର ଶେବଃର ମସ୍ତକ କାଟି ଯୋୟାବ ନିକଟକୁ ବାହାରେ ପକାଇଦେଲେ। ତହିଁରେ ସେ ତୂରୀ ବଜାନ୍ତେ, ଲୋକମାନେ ନଗରରୁ ଛିନ୍ନଭିନ୍ନ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ଗଲେ। ପୁଣି ଯୋୟାବ ଯିରୂଶାଲମକୁ ରାଜାଙ୍କ ନିକଟକୁ ଫେରିଗଲା।

Gade chapit la Kopi




2 ଶାମୁୟେଲ 20:22
10 Referans Kwoze  

ନଗରରେ ଥିବା ଦଶ ଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ୟକ୍ତିକୁ ଅଧିକ ଶକ୍ତି ଦିଏ।


ସେ ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ପାପଧମ ଲୋକ ସେଠାରେ ଥିଲା, ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଙ୍କଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ। ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ। ହେ ଇସ୍ରାଏଲ, ପ୍ରତ୍ୟେକ ନିଜ ନିଜ ତମ୍ବୁକୁ ଗ୍ଭଲ।”


ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସେମାନଙ୍କର ଦଣ୍ଡ ବିଳମ୍ବରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।


ସେତେବେଳେ ନଗର ମଧ୍ୟରୁ ଏକ ବୁଦ୍ଧିମତି ସ୍ତ୍ରୀ ଡାକି କହିଲା, “ଶୁଣ ଶୁଣ, ମୁଁ ବିନୟ କରୁଅଛି ଯୋୟାବକୁ ଏ ସ୍ଥାନ ପର୍ଯ୍ୟନ୍ତ ଆସିବାକୁ କୁହ। ମୁଁ ତା’ ସହିତ କଥାବାର୍ତ୍ତା କରିବାକୁ ଗ୍ଭହୁଁଛି।”


ଯୋୟାବ ତୂରୀ ବଜାଇ ଇସ୍ରାଏଲୀୟମାନଙ୍କ ପଛରେ ନ ଗୋଡ଼ାଇବା ପାଇଁ ନିର୍ଦ୍ଦେଶ ଦେଲେ।


ତେଣୁ ଯୋୟାବ ତୂରୀ ବଜାଇଲେ ଓ ଲୋକମାନେ ଇସ୍ରାଏଲୀୟମାନଙ୍କ ପଛରେ ଦୌଡ଼ିବା ବନ୍ଦ କଲେ। ତା'ପରେ ସେମାନେ ଆଉ ଯୁଦ୍ଧ କଲେ ନାହିଁ।


ତା'ପରେ ଯୋୟାବର ଲୋକମାନେ ଅବଶାଲୋମର ମୃତ ଶରୀରକୁ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକୁ ପଥର ପକେଇ ପୋତି ଦେଲେ। ଯେଉଁ ଇସ୍ରାଏଲୀୟମାନେ ଅବଶାଲୋମଙ୍କର ସାଙ୍ଗ ଦେଇଥିଲେ, ସେମାନେ ସେମାନଙ୍କର ଗୃହକୁ ପଳାୟନ କଲେ।


Swiv nou:

Piblisite


Piblisite