Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 20:2 - ପବିତ୍ର ବାଇବଲ

2 ତେଣୁ ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କୁ ପରିତ୍ୟାଗ କଲେ ଓ ବିଖ୍ରିର ପୁତ୍ର ଶେବଃର ଅନୁସରଣ କଲେ। ମାତ୍ର ଯର୍ଦ୍ଦନଠାରୁ ଯିରୁଶାଲମ ପର୍ଯ୍ୟନ୍ତ ଯିହୁଦାର ଲୋକମାନେ ଆପଣା ରାଜାଙ୍କ ସହିତ ରହିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତହିଁରେ ସମଗ୍ର ଇସ୍ରାଏଲ-ଲୋକ ଦାଉଦଙ୍କର ପଶ୍ଚାତ୍ଗମନରୁ ଫେରି ବିଖ୍ରିର ପୁତ୍ର ଶେବଃର ପଶ୍ଚାତ୍ଗମନ କଲେ; ମାତ୍ର ଯର୍ଦ୍ଦନଠାରୁ ଯିରୂଶାଲମ ପର୍ଯ୍ୟନ୍ତ ଯିହୁଦା-ଲୋକମାନେ ଆପଣା ରାଜାଙ୍କଠାରେ ଆସକ୍ତ ରହିଲେ।

Gade chapit la Kopi

ଓଡିଆ ବାଇବେଲ

2 ତହିଁରେ ସମଗ୍ର ଇସ୍ରାଏଲ ଲୋକ ଦାଉଦଙ୍କର ପଶ୍ଚାତ୍‍ଗମନରୁ ଫେରି ବିଖ୍ରିିର ପୁତ୍ର ଶେବଃର ପଶ୍ଚାତ୍‍ଗମନ କଲେ; ମାତ୍ର ଯର୍ଦ୍ଦନଠାରୁ ଯିରୂଶାଲମ ପର୍ଯ୍ୟନ୍ତ ଯିହୁଦା-ଲୋକମାନେ ଆପଣା ରାଜାଙ୍କଠାରେ ଆସକ୍ତ ରହିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତହିଁରେ ସମଗ୍ର ଇସ୍ରାଏଲ ଲୋକ ଦାଉଦଙ୍କର ପଶ୍ଚାତ୍‍ଗମନରୁ ଫେରି ବିଖ୍ରିିର ପୁତ୍ର ଶେବଃର ପଶ୍ଚାତ୍‍ଗମନ କଲେ; ମାତ୍ର ଯର୍ଦ୍ଦନଠାରୁ ଯିରୂଶାଲମ ପର୍ଯ୍ୟନ୍ତ ଯିହୁଦା-ଲୋକମାନେ ଆପଣା ରାଜାଙ୍କଠାରେ ଆସକ୍ତ ରହିଲେ।

Gade chapit la Kopi




2 ଶାମୁୟେଲ 20:2
12 Referans Kwoze  

ବର୍ଣ୍ଣ‌ବ୍‌‌ବା ସେଠାରେ ପହଞ୍ଚି ସେହି ଲୋକମାନଙ୍କୁ ପରମେଶ୍ୱର ଦେଇଥିବା ଆଶୀର୍ବାଦ ଦେଖି ବହୁତ ଖୁସୀ ହେଲେ। ସେ ସେମାନଙ୍କୁ ଆହୁରି ଉତ୍ସାହିତ କଲେ। ସେ ସେମାନଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ କଦାପି ହରାଅ ନାହିଁ, ସର୍ବାନ୍ତଃକରଣରେ ପ୍ରଭୁଙ୍କର ବାଧ୍ୟ ହୁଅ।”


ଗୋଟିଏ ଯୁକ୍ତିର ଆରମ୍ଭ ଗୋଟିଏ ବନ୍ଧରେ ଭାଙ୍ଗି ଗୋଟିଏ ଗାତ କଲାପରି। ତେଣୁ ବିବାଦ ହେବା ପୂର୍ବରୁ ଯୁକ୍ତି ବନ୍ଦ କର। ତେବେ ଅକ୍ତିଆର ବାହାର ହୋଇଯାଏ।


ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ। ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ। ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି, ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।


କିନ୍ତୁ ଇସ୍ରାଏଲରେ କେତେକ ଲୋକ ଥିଲେ, ଯେଉଁମାନେ କି ଯିହୁଦାର ସହରଗୁଡ଼ିକରେ ବାସ କରୁଥିଲେ। ଆଉ, ରିହବିୟାମ୍ ସେହି ଲୋକମାନଙ୍କ ଉପରେ ରାଜତ୍ୱ କଲେ।


ତେଣୁ ରାଜା ଦାଉଦ ଯର୍ଦ୍ଦନ ନଦୀ ପର୍ଯ୍ୟନ୍ତ ଗଲେ। ଯିହୁଦାର ଲୋକମାନେ ରାଜାଙ୍କୁ ଗି‌ଲ୍‌ଗ‌ଲ୍‌ଠାରେ ଭେଟିଲେ ଓ ଯର୍ଦ୍ଦନ ପାର କରି ନେଇଗଲେ।


ସେ ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ପାପଧମ ଲୋକ ସେଠାରେ ଥିଲା, ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଙ୍କଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ। ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ। ହେ ଇସ୍ରାଏଲ, ପ୍ରତ୍ୟେକ ନିଜ ନିଜ ତମ୍ବୁକୁ ଗ୍ଭଲ।”


ଦାଉଦ ଯିରୁଶାଲମସ୍ଥ ଆପଣା ଗୃହକୁ ଆସିଲେ। ପୁଣି ରାଜା ଆପଣାର ଦଶ ଉପପତ୍ନୀଙ୍କୁ ଗୃହ ଜଗିବାକୁ ଛାଡ଼ି ଯାଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଗୃହରେ ପ୍ରହରୀମାନଙ୍କ ଦ୍ୱାରା ଜଗାଇଲେ। ସେ ସେମାନଙ୍କୁ ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବୈଧବ୍ୟ ଦଶାରେ ରହିଲେ।


କିନ୍ତୁ ତୁମ୍ଭର ସହରରେ ଇଫ୍ରୟିମ ପର୍ବତମୟ ଦେଶୀୟ ଲୋକ ଅଛି ଯାହାର ନାମ ଶେବଃ, ସେ ବିଖ୍ରିର ପୁତ୍ର। ସେ ରାଜାଙ୍କର ବିରୁଦ୍ଧାଚରଣ କରୁଅଛି। ତାକୁ ମୋତେ ଦିଅ ମୁଁ ଏଠାରୁ ପରିତ୍ୟାଗ କରିବି।” ସେହି ସ୍ତ୍ରୀ ଯୋୟାବକୁ କହିଲା, “ଠିକ୍ ଅଛି ପ୍ରାଚୀର ଦେଇ ତା'ର ମସ୍ତକ ତୁମ୍ଭର ନିକଟକୁ ପକାଯିବ।”


ଇସ୍ରାଏଲର ସମସ୍ତ ଲୋକ ଜାଣିବାକୁ ପାଇଲେ ଯେ ଯାରବିୟାମ ଫେରି ଆସିଛନ୍ତି। ସେମାନେ ଲୋକ ପଠାଇ ତାଙ୍କୁ ଡକାଇଲେ ଓ ସମୁଦାୟ ଇସ୍ରାଏଲ ଉପରେ ତାହାଙ୍କୁ ରାଜା କଲେ। କେବଳ ଯିହୁଦା ପରିବାରବର୍ଗ ଦାଉଦଙ୍କ ପରିବାରର ଅନୁଗାମୀ ହେଲେ।


Swiv nou:

Piblisite


Piblisite