Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 20:19 - ପବିତ୍ର ବାଇବଲ

19 ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ, ତୁମ୍ଭେ ଇସ୍ରାଏଲର ଗୁରୁତ୍ୱପୂର୍ଣ୍ଣ ନଗରକୁ ଧ୍ୱଂସ କରିବାକୁ ଖୋଜୁଅଛ। ଯାହା ସଦାପ୍ରଭୁଙ୍କର ଅଟେ, ତୁମ୍ଭେ କାହିଁକି ଧ୍ୱଂସ କରିବାକୁ ଇଚ୍ଛା କରୁଅଛ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ମୁଁ ଇସ୍ରାଏଲର ଶା; ଓ ବିଶ୍ଵସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ; ଆପଣ ଏକ ନଗରକୁ ଓ ଇସ୍ରାଏଲ ମଧ୍ୟରେ ଏକ ମାତାକୁ ବିନାଶ କରିବା ପାଇଁ ଚେଷ୍ଟା କରୁଅଛନ୍ତି; ଆପଣ ସଦାପ୍ରଭୁଙ୍କ ଅଧିକାରକୁ କାହିଁକି ଗ୍ରାସ କରିବେ?

Gade chapit la Kopi

ଓଡିଆ ବାଇବେଲ

19 ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ; ଆପଣ ଏକ ନଗରକୁ ଓ ଇସ୍ରାଏଲ ମଧ୍ୟରେ ଏକ ମାତାକୁ ବିନାଶ କରିବା ପାଇଁ ଚେଷ୍ଟା କରୁଅଛନ୍ତି; ଆପଣ ସଦାପ୍ରଭୁଙ୍କ ଅଧିକାରକୁ କାହିଁକି ଗ୍ରାସ କରିବେ ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ; ଆପଣ ଏକ ନଗରକୁ ଓ ଇସ୍ରାଏଲ ମଧ୍ୟରେ ଏକ ମାତାକୁ ବିନାଶ କରିବା ପାଇଁ ଚେଷ୍ଟା କରୁଅଛନ୍ତି; ଆପଣ ସଦାପ୍ରଭୁଙ୍କ ଅଧିକାରକୁ କାହିଁକି ଗ୍ରାସ କରିବେ?”

Gade chapit la Kopi




2 ଶାମୁୟେଲ 20:19
29 Referans Kwoze  

ମୋର ପ୍ରଭୁ, ମହାରାଜ, ମୁଁ ତୁମ୍ଭର ସେବକ ମୋ’ କଥା ଶୁଣ, ଯଦି ସଦାପ୍ରଭୁ ମୋ’ ଉପରେ କ୍ରୋଧ କରିବାକୁ ତୁମ୍ଭକୁ ବାର୍ତ୍ତା ଦିଅନ୍ତି, ତାହାହେଲେ ତାଙ୍କୁ ତାହା ଗ୍ରହଣ କରିବାକୁ ଦିଅ। ଯଦି ମନୁଷ୍ୟ ସନ୍ତାନମାନେ ତାହା କରିଥା’ନ୍ତି, ତେବେ ସେମାନେ ସଦାପ୍ରଭୁଙ୍କ ନିକଟରେ ଅଭିଶାପ ପାଆନ୍ତୁ। କାରଣ ସେମାନେ ମୋତେ ସେହି ଦେଶରୁ ବାହାର କରି ଦେଇଛନ୍ତି। ଯେଉଁଟାକି ମୋତେ ଦେଲେ ଏବଂ କହିଲେ, ‘ଯାଅ ଅନ୍ୟ ଦେବଗଣଙ୍କର ପୂଜା କର।’


ଦାଉଦ ଗିବିୟୋନୀୟମାନଙ୍କୁ କହିଲେ, “ମୁଁ ଇସ୍ରାଏଲର ପାପ ଦୂର କରିବା ପାଇଁ କ’ଣ କରି ପାରିବି, ଯାହା ଫଳରେ ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଆଶୀର୍ବାଦ କରି ପାରିବ?”


ତୁମ୍ଭେ ରାଜା ଓ ଅଧିକାରୀମାନଙ୍କ ଲାଗି ପ୍ରାର୍ଥନା କରିବା ଉଚିତ୍। ତେବେ ଆମ୍ଭେ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଜୀବନ ପରମେଶ୍ୱରଙ୍କ ପାଇଁ ସମ୍ମାନ ଓ ଭକ୍ତି ଭରା ଜୀବନ ବିତେଇ ପାରିବା।


“ତେଣୁ ଶୀଘ୍ର ଲୋକମାନଙ୍କୁ ଦାଉଦଙ୍କ ନିକଟକୁ ପଠାଅ ଏବଂ ତାଙ୍କୁ କୁହ। ସେହିଠାରେ ରାତ୍ରି କଟାଅ ନାହିଁ, ଯେଉଁଠାରେ ଲୋକମାନେ ମରୁଭୂମି ଭିତରକୁ ପାର ହୋଇଥିଲେ। ଏକାଥରେ ଯର୍ଦ୍ଦନ ନଦୀ ପାର ହୋଇ ଗ୍ଭଲିଯାଅ। ନୋହିଲେ ମହାରାଜ ଓ ତାଙ୍କ ସାଙ୍ଗ ଲୋକମାନେ ସମସ୍ତେ ସଂହାରିତ ହେବେ।”


ଏହି ଶରୀରରୂପ ତମ୍ବୁରେ ରହିଲା ବେଳେ ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ଅଭିଯୋଗ କରୁ। ମୋର କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦେବା ପାଇଁ ଗ୍ଭହୁଁ। କିନ୍ତୁ ଆମ୍ଭେ ସ୍ୱର୍ଗୀୟ ଘର ଦ୍ୱାରା ଆଚ୍ଛାଦିତ ହେବାକୁ ଇଚ୍ଛା କରୁ। ତା'ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ୱାରା ଘୋଡ଼ାଇ ହୋଇ ପାରିବ।


କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଏହି ମର୍ତ୍ତ୍ୟ ଦେହ ଅମରତ୍ୱ ରୂପ ବସ୍ତ୍ର ଧାରଣ କଲାପରେ ଶାସ୍ତ୍ରର ଏହି କଥା ସଫଳ ହେବ। “ଜୟ ମୃତ୍ୟୁକୁ ଗ୍ରାସ କରି ଦେଲା”


ତୁମ୍ଭର ସମସ୍ତ ଶତ୍ରୁ ତୁମ୍ଭକୁ ପରିହାସ କରନ୍ତି। ସେମାନେ “ଶୀସ୍” ଶବ୍ଦ ଓ ଦାନ୍ତ କଡ଼ମଡ଼ କରି କହନ୍ତି, “ଆମ୍ଭେମାନେ ତାକୁ ଗ୍ରାସ କରିଅଛୁ, ଆମ୍ଭେମାନେ ଏହି ଦିନକୁ ଅପେକ୍ଷା କରିଥିଲୁ, ଏହି ଦିନକୁ ଆମ୍ଭେମାନେ ଆଶା କରିଥିଲୁ, ତାହା ପାଇଲୁ ଓ ଦେଖିଲୁ।”


ସଦାପ୍ରଭୁ ଶତ୍ରୁ ପାଲଟିଛନ୍ତି। ସେ ଇସ୍ରାଏଲକୁ ଗ୍ରାସ କରିଅଛନ୍ତି। ସେ ତା'ର ସମସ୍ତ ଅଟ୍ଟାଳିକା ଓ ସମସ୍ତ ଦୁର୍ଗକୁ ଧ୍ୱଂସ କରିଅଛନ୍ତି। ଆଉ ସେ ଯିହୁଦା କନ୍ୟା ମଧ୍ୟରେ ଶୋକ ଓ ବିଳାପ ବୃଦ୍ଧି କରିଅଛନ୍ତି।


ସଦାପ୍ରଭୁ ଯାକୁବର ସକଳ ବାସସ୍ଥାନ ଧ୍ୱଂସ କରିଛନ୍ତି। ସେ ତାହା ପ୍ରତି ଦୟା କରି ନାହାନ୍ତି। ସେ ଆପଣା କ୍ରୋଧରେ ଯିହୁଦା କନ୍ୟାର ଦୃଢ଼ ଦୁର୍ଗଗୁଡ଼ିକୁ ଉତ୍ପାଟନ କରିଛନ୍ତି। ସଦାପ୍ରଭୁ ତାହାର ରାଜ୍ୟ ଓ ତା'ର ଅଧିପତିମାନଙ୍କୁ ଭୂମିସାତ୍ କରିଛନ୍ତି।


ତା'ପରେ ଆମ୍ଭେ ବାବିଲର ‌ବା‌ଲ୍‌ଦେବଠାରୁ ପ୍ରତିଶୋଧ ନେବା ଓ ଯାହା ସେ ଗିଳିଅଛି, ଆମ୍ଭେ ତା'ର ମୁଖରୁ ତାହା ବାହାର କରିବା। ଗୋଷ୍ଠୀ ଏହା ପାଇଁ ଆଉ ନିର୍ଝର ହେବ ନାହିଁ। ଏବଂ ବାବିଲର ପ୍ରାଚୀର ପଡ଼ିଯିବ।


ସିୟୋନର ଲୋକମାନେ କହିବେ, “ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଆମ୍ଭମାନଙ୍କୁ ଗ୍ରାସ କରିଅଛି, ସେ ଆମ୍ଭମାନଙ୍କୁ ଚୂର୍ଣ୍ଣ କରିଅଛି। ସେ ଆମ୍ଭମାନଙ୍କୁ ଶୂନ୍ୟପାତ୍ର ସଦୃଶ କରିଅଛି। ସେ ଆମ୍ଭମାନଙ୍କୁ ନାଗସାପ ସଦୃଶ ଗ୍ରାସ କରିଅଛି। ଆମ୍ଭମାନଙ୍କର ସୁଖାଦ୍ୟ ଦ୍ରବ୍ୟରେ ସେ ଉଦର ପୂର୍ଣ୍ଣ କରିଅଛି ଓ ସେ ଆମ୍ଭମାନଙ୍କୁ ଦୂରକୁ ଫିଙ୍ଗି ଦେଇଅଛି।


ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ।


“ଇସ୍ରାଏଲ ମଧ୍ୟରେ ଶାସନକର୍ତ୍ତାଗଣ ଶୂନ୍ୟ ଥିଲେ। ମୁଁ ଦବୋରା ଇସ୍ରାଏଲରେ ମାତୃତୁଲ୍ୟ ଉତ୍ପନ୍ନ ନ କରିବା ପର୍ଯ୍ୟନ୍ତ ସେମାନେ ଶୂନ୍ୟ ଥିଲେ।


ସଦାପ୍ରଭୁଙ୍କ ଅଂଶ ତାଙ୍କରି ଲୋକ, ଯାକୁବ ତାଙ୍କର ଅଧିକାରର ବାଣ୍ଟ।


ସେତେବେଳେ ପୃଥିବୀ ସେମାନଙ୍କୁ ଓ କୋରହକୁ ସମ୍ପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହା ପରେ ସେମାନେ ନଷ୍ଟ ହେଲେ। ପୁଣି ଅଗ୍ନି 250 ଲୋକଙ୍କୁ ସମ୍ପୂର୍ଣ୍ଣଭାବେ ପରିବେଷ୍ଟନ କଲା। ଏହା ଏକ ସଙ୍କେତ ଚିହ୍ନ ସ୍ୱରୂପ ଥିଲା।


ପୁଣି ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ଆଉ କୋରହର ସପକ୍ଷ ଲୋକଙ୍କୁ ଓ ସେମାନଙ୍କର ସକଳ ସମ୍ପତ୍ତି ଗ୍ରାସ କଲା।


ଏହା ପରେ ଅବ୍ରହାମ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହେଲେ ଏବଂ କହିଲେ, “ହେ ସଦାପ୍ରଭୁ, ଆପଣ କ’ଣ ନିରୀହ ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ୱଂସ କରିବା ପାଇଁ ଯୋଜନା କରିଅଛନ୍ତି?”


“ଯେତେବେଳେ ତୁମ୍ଭେମାନେ ଗୋଟିଏ ନଗରକୁ ଆକ୍ରମଣ କରିବାକୁ ଯିବ ପ୍ରଥମେ ତାଙ୍କୁ ସନ୍ଧିର କଥା ଘୋଷଣା କର।


ରାଜା ମୋର କଥା ଶୁଣିବେ ଏବଂ ଯେଉଁମାନେ ମୋତେ ଏବଂ ମୋର ପୁତ୍ରକୁ ମାରିବାକୁ ଗ୍ଭହୁଁଛନ୍ତି। ସେମାନଙ୍କ କବଳରୁ ମୋତେ ରକ୍ଷା କରିବେ।’ ସେ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ଦେଇଥିବା ଅଧିକାରରୁ ବଞ୍ଚିତ କରିବେ ନାହିଁ।


ତା'ପରେ ସ୍ତ୍ରୀଲୋକଟି କହିଲା, “ପୂର୍ବକାଳରେ ଲୋକମାନେ କହୁଥିଲେ, ‘ଲୋକେ ଆବେ‌ଲ୍‌ରେ ସାହାଯ୍ୟ ମାଗିବା ଉଚିତ୍ ଏବଂ ସେମାନେ ଯାହା ଦରକାର କଲେ ତାହା ପାଇପାରିବେ।’


ଯୋୟାବ ଉତ୍ତର ଦେଲେ, “ମୁଁ କୌଣସି ଜିନିଷ ଧ୍ୱଂସ କରିବାର ଦରକାର ନାହିଁ। ମୁଁ ତୁମ୍ଭର ସହର ଧ୍ୱଂସ କରିବାର ଦରକାର ନାହିଁ।


ଶାମୁୟେଲ ଏକ ସ୍ୱତନ୍ତ୍ର ତୈଳପାତ୍ର ନେଇ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, “ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହେବା ପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସେମାନଙ୍କର ଚତୁର୍ଦ୍ଦିଗର ଶତ୍ରୁମାନଙ୍କଠାରୁ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହେବା ପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ୟତା ପ୍ରତିପାଦନ କରିବ।


କାରଣ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ବାହାର କରି ଆଣିବା ସମୟରେ ଆପଣା ଦାସ ମୋଶାଙ୍କୁ କହିଥିଲ ଯେ, ଏହି ଲୋକମାନେ ତୁମ୍ଭର ବିଶେଷ ଲୋକ ବୋଲି ତୁମ୍ଭେ ଅନ୍ୟ ସମସ୍ତ ଦେଶଠାରୁ ପୃଥକ କରିଅଛ।”


ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସେମାନେ ସମସ୍ତେ ଭାଗ୍ୟଶାଳୀ ଅଟନ୍ତି। କାରଣ ପରମେଶ୍ୱର ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ବିବେଚନା କରନ୍ତି।


ସେ ଦାଉଦଙ୍କୁ ମେଷ ଓ ମେଷଶାବକ ଜଗିବା କାମରୁ ଆଣି, ତାଙ୍କୁ ଆପଣାର ଲୋକମାନଙ୍କୁ ଜଗିବାର ଦାୟିତ୍ୱ ଦେଲେ। କାରଣ ଇସ୍ରାଏଲୀୟ ଓ ଯାକୁବର ଲୋକମାନେ, ପରମେଶ୍ୱରଙ୍କର ସମ୍ପତ୍ତି ଥିଲେ।


ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ମନୋନୀତ ଲୋକମାନଙ୍କର ଭଲ କାର୍ଯ୍ୟରେ ନିୟୋଜିତ ହେବାକୁ ଦିଅ। ତୁମ୍ଭ ନିର୍ଣ୍ଣିତ ଲୋକମାନଙ୍କ ସହିତ ଆନନ୍ଦ କରିବାକୁ ଦିଅ, ଯେଉଁମାନେ କି ତୁମ୍ଭ ସହିତ ଆସନ୍ତି।


Swiv nou:

Piblisite


Piblisite