Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 20:13 - ପବିତ୍ର ବାଇବଲ

13 ଅମାସାକୁ ରାଜ ପଥରୁ ନେଇ ଗଲାପରେ ସମସ୍ତ ଲୋକ ବିଖ୍ରିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଅମାସା ରାଜଦାଣ୍ତରୁ ଅନ୍ତର କରାଯାʼନ୍ତେ, ସମସ୍ତ ଲୋକ ବିଖ୍ରିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ।

Gade chapit la Kopi

ଓଡିଆ ବାଇବେଲ

13 ଅମାସା ରାସ୍ତାରୁ ବାହର କରାଯା’ନ୍ତେ, ସମସ୍ତ ଲୋକ ବିଖ୍ରିିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଅମାସା ରାସ୍ତାରୁ ବାହର କରାଯାʼନ୍ତେ, ସମସ୍ତ ଲୋକ ବିଖ୍ରିିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ।

Gade chapit la Kopi




2 ଶାମୁୟେଲ 20:13
14 Referans Kwoze  

ତା'ପରେ ସେମାନେ ଯିରୀହୋକୁ ଆସିଲେ। ଯୀଶୁ ତାହାଙ୍କ ଶିଷ୍ୟ ଓ ଅନେକ ଲୋକଙ୍କ ସହିତ ସେହି ସହର ଛାଡ଼ିଯିବା ସମୟରେ ଟୀମାୟର ପୁଅ ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକାରୀ ରାସ୍ତା କଡ଼ରେ ବସିଥିଲା। ସେ ସଦାବାଳେ ଲୋକଙ୍କୁ ଭିକ ମାଗୁଥିଲା।


“ତୁମ୍ଭେ ସ୍ଥାନେ ସ୍ଥାନେ ଆପଣା ପାଇଁ ପଥଚିହ୍ନ ରଖ ଓ ପଥ ପ୍ରଦର୍ଶକ ସ୍ତମ୍ଭ ନିର୍ମାଣ କର। ଯେଉଁ ରାଜପଥରେ ତୁମ୍ଭେ ଗମନ କରିଥିଲ ସେହି ପଥରେ ମନୋନିବେଶ କର। ହେ ଇସ୍ରାଏଲ କୁମାରୀ, ଫେରି ଆସ, ତୁମ୍ଭର ନଗରଗୁଡ଼ିକୁ ଫେରି ଆସ।


ତୁମ୍ଭେମାନେ ଅଗ୍ରସର ହୁଅ, ନଗରଦ୍ୱାର ମଧ୍ୟଦେଇ ଆଗେଇ ଆସ। ଲୋକମାନଙ୍କ ପାଇଁ ପଥ ପ୍ରସ୍ତୁତ କର। ରାଜପଥ ଉଚ୍ଚକର। ପଥରୁ ପଥରଗୁଡ଼ିକୁ ବାହାର କରିଦିଅ ଓ ଗୋଷ୍ଠୀ ସମୂହଙ୍କ ପାଇଁ ଏକ ଧ୍ୱଜା ଉଡ଼ାଅ।


ଅଶୂରର ରାଜା ସ‌‌‌ନ୍‌‌‌ହେରୀବ ତାଙ୍କର ସେନାଧ୍ୟକ୍ଷଙ୍କୁ ଏକ ବିଶାଳ ସୈନ୍ୟବାହିନୀ ଦେଇ ଲାଖି‌ଶ୍‌ଠାରୁ ଯିରୁଶାଲମକୁ ହିଜକିୟ ରାଜା ନିକଟକୁ ପଠାଇଲା। ଆଉ ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲା।


ତା'ପରେ ସଦାପ୍ରଭୁ ଯିଶାଇୟଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭର ପୁତ୍ର ଶାର-ଯାଶୂବ ଯିବ ଓ ଆହସଙ୍କ ସହିତ ଆଲୋଚନା କରିବ। ରଜକ କ୍ଷେତ୍ରର ରାଜପଥସ୍ଥ ଉପର ପୁଷ୍କରିଣୀରେ ନାଳ ମୁଣ୍ଡରେ ଆହସଙ୍କୁ ଭେଟିବ।


ଧାର୍ମିକ ଲୋକମାନଙ୍କର ଚଳଣି ଅଧର୍ମର ବହୁତ ଦୂରରେ। ଯେଉଁ ଲୋକ ଆପଣା ପଥ ଜଗି ଗ୍ଭଲେ, ସେ ଆପଣା ପ୍ରାଣ ରକ୍ଷା କରେ।


ଅନନ୍ତର ଅଶୂରର ରାଜା ତାଙ୍କ ତିନି ଜଣ ମୁଖ୍ୟ ସେନାଧ୍ୟକ୍ଷ ତର୍ତ୍ତନ, ରବସାରୀସ୍, ଓ ର‌ବ୍‌ଶାକିଙ୍କୁ ମହାସୈନ୍ୟ ସହିତ ଯିରୁଶାଲମରେ ହିଜକିୟ ରାଜା ନିକଟକୁ ପଠାଇଲେ। ତହୁଁ ସେମାନେ ଲଖୀସରୁ ଯାତ୍ରା କରି ଯିରୁଶାଲମକୁ ଆସିଲେ। ସେମାନେ ସେଠାରେ ପହଞ୍ଚି ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ।


ସେତେବେଳେ ସେହି ଗାଭୀମାନେ ସଳଖ ପଥ ଧରି ବୈ‌ଥ୍‌-ଶେମଶକୁ ଗଲେ; ସେମାନେ ସେମାନଙ୍କର ବାମ କିମ୍ବା ଡାହାଣକୁ ବୁଲିଲେ ନାହିଁ। ସେମାନେ ରାସ୍ତାସାରା ହମ୍ବା ରବ କରୁଥିଲେ, ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟୀୟ ଅଧିପତିମାନେ ବୈ‌ଥ୍‌ଶେମଶ ସୀମା ପର୍ଯ୍ୟନ୍ତ ଗଲେ।


ସେମାନେ କହିଲେ, ଶୀଲୋରେ ସଦାପ୍ରଭୁଙ୍କର ଉତ୍ସବ ଗ୍ଭଲିଛି। ଏହି ଉତ୍ସବ ପ୍ରତି ବର୍ଷ ସେଠାରେ ହୁଏ।” ଶୀଲୋ ବୈଥେ‌ଲ୍‌ର ଉତ୍ତରରେ ଥିଲା, ବୈଥେଲଠାରୁ ଶିଖିମ ରାସ୍ତାର ପୂର୍ବପଟେ ଥିଲା ଏବଂ ଲବୋନାର ଦକ୍ଷିଣକୁ ଥିଲା।


ଇସ୍ରାଏଲର ଲୋକମାନେ କହିଲେ, “ଆମ୍ଭେମାନେ କେବଳ ତୁମ୍ଭ ସଡ଼କ ଦେଇ ଯିବୁ। ଯଦି ଆମ୍ଭେମାନେ କିମ୍ବା ଆମ୍ଭମାନଙ୍କ ପଶୁ ଜଳ ପାନ କରିବୁ, ତେବେ ଆମ୍ଭେ ତହିଁର ମୂଲ୍ୟ ଦେବୁ, ଆମ୍ଭେମାନେ କେବଳ ତୁମ୍ଭ ଦେଶ ଦେଇ ପାଦରେ ଯିବୁ। ଆମ୍ଭେମାନେ ଆଉକିଛି କରିବୁ ନାହିଁ।”


ସେ ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ପାପଧମ ଲୋକ ସେଠାରେ ଥିଲା, ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଙ୍କଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ। ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ। ହେ ଇସ୍ରାଏଲ, ପ୍ରତ୍ୟେକ ନିଜ ନିଜ ତମ୍ବୁକୁ ଗ୍ଭଲ।”


ଯୋୟାବର ଜଣେ ଯୁବା ଲୋକ ଅମାସାଙ୍କ ଶରୀର ନିକଟରେ ଠିଆ ହୋଇ କହିଲା, “ଯେଉଁମାନେ ଯୋୟାବକୁ ଭଲପାଆନ୍ତି ଓ ଯେଉଁମାନେ ଦାଉଦଙ୍କ ପକ୍ଷ, ସେମାନେ ଯୋୟାବର ପଛେ ପଛେ ଯାଆନ୍ତୁ।”


ଶେବଃ ଇସ୍ରାଏଲର ସମସ୍ତ ପରିବାରବର୍ଗ ମଧ୍ୟଦେଇ ଆବେଲ୍, ବୈ‌ଥ୍‌ମାଖା ଗମନ କଲା। ସମସ୍ତ ବେରୀୟମାନେ ଏକତ୍ରିତ ହେଲେ, ଓ ତା'ର ପଛେ ପଛେ ଗମନ କଲେ।


Swiv nou:

Piblisite


Piblisite