Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 20:12 - ପବିତ୍ର ବାଇବଲ

12 ସେ ସମୟରେ ଅମାସା ରାଜପଥ ମଧ୍ୟରେ ନିଜ ରକ୍ତରେ ଲଟପଟ ହୋଇ ପଡ଼ିଥିଲା। ପୁଣି ସେହି ଯୁବକ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାକୁ ରାଜପଥରୁ କ୍ଷେତ୍ରକୁ ନେଇଗଲା। ତା'ପରେ ସେ ତାହା ଉପରେ ଏକ ବସ୍ତ୍ର ଘୋଡ଼ାଇ ଦେଲା। ଯେତେ ଲୋକ ତା'ର ନିକଟ ଦେଇ ଆସିଲେ, ପ୍ରତ୍ୟେକକୁ ଠିଆ ହେବାର ଦେଖନ୍ତେ ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇ ଦେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ସେସମୟରେ ଅମାସା ରାଜଦାଣ୍ତ ମଧ୍ୟରେ ଆପଣା ରକ୍ତରେ ଲଟ୍ପଟ୍ ହୋଇ ପଡ଼ିଥିଲା। ପୁଣି ସେହି ମନୁଷ୍ୟ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାକୁ ରାଜଦାଣ୍ତରୁ କ୍ଷେତ୍ରକୁ ନେଇଗଲା, ଆଉ ଯେତେ ଲୋକ ତାହା ନିକଟ ଦେଇ ଆସିଲେ, ପ୍ରତ୍ୟେକଙ୍କୁ ଠିଆ ହେବାର ଦେଖନ୍ତେ, ସେ ତାହା ଉପରେ ଖଣ୍ତେ ବସ୍ତ୍ର ପକାଇଦେଲା।

Gade chapit la Kopi

ଓଡିଆ ବାଇବେଲ

12 ସେସମୟରେ ଅମାସା ରାସ୍ତା ମଧ୍ୟରେ ଆପଣା ରକ୍ତରେ ଲଟ୍‍ପଟ୍‍ ହୋଇ ପଡ଼ିଥିଲା। ପୁଣି ସେହି ମନୁଷ୍ୟ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାଙ୍କୁ ରାସ୍ତାରୁ କ୍ଷେତ୍ରକୁ ନେଇଗଲା, ଆଉ ଯେତେ ଲୋକ ତାହା ନିକଟ ଦେଇ ଆସିଲେ, ପ୍ରତ୍ୟେକଙ୍କୁ ଠିଆ ହେବାର ଦେଖନ୍ତେ, ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇଦେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସେସମୟରେ ଅମାସା ରାସ୍ତା ମଧ୍ୟରେ ଆପଣା ରକ୍ତରେ ଲଟ୍‍ପଟ୍‍ ହୋଇ ପଡ଼ିଥିଲା। ପୁଣି ସେହି ମନୁଷ୍ୟ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାଙ୍କୁ ରାସ୍ତାରୁ କ୍ଷେତ୍ରକୁ ନେଇଗଲା, ଆଉ ଯେତେ ଲୋକ ତାହା ନିକଟ ଦେଇ ଆସିଲେ, ପ୍ରତ୍ୟେକଙ୍କୁ ଠିଆ ହେବାର ଦେଖନ୍ତେ, ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇଦେଲା।

Gade chapit la Kopi




2 ଶାମୁୟେଲ 20:12
7 Referans Kwoze  

ସଦାପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି, ଏହା ଦ୍ୱାରା ଲୋକମାନେ ଶିକ୍ଷା କରନ୍ତି ଯେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି। ହିଗାୟୋନ୍‍ ସେଲା


ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ୱର ସେହି ମିଥ୍ୟାବାଦୀମାନଙ୍କୁ ଓ ହତ୍ୟାକାରୀମାନଙ୍କୁ ସେମାନଙ୍କର ଜୀବନର ଅଧା ମଧ୍ୟ ଶେଷ ନ ହୋଇଥିବା ପୂର୍ବରୁ କବରକୁ ପଠେଇ ଦିଅନ୍ତି! ମୋର ଚୁକ୍ତିର ଅଂଶ ରୂପେ ମୁଁ ମୋର ବିଶ୍ୱାସ ତୁମ୍ଭଠାରେ କରିବି।


ଅବଶାଲୋମ ଯୋୟାବଙ୍କୁ ସ୍ଥାନାନ୍ତର କରି ଅମାସାଙ୍କୁ ସୈନ୍ୟଦଳର ମୂଖ୍ୟ ଭାବରେ ନିଯୁକ୍ତି କଲେ। ଏହି ଅମାସା ଇସ୍ମାଏଲୀୟ ଯେଥରଙ୍କର ପୁତ୍ର ଥିଲେ। ଅମାସାର ମା’ ଥିଲେ ଅବୀଗଲ, ଯିଏ କି ସରୁୟାଙ୍କର ଭଉଣୀ ନାହଶଙ୍କର କନ୍ୟା ଥିଲେ। ଯିଏ କି ଯୋୟାବଙ୍କର ମା’ ଥିଲେ।


କିନ୍ତୁ ଅସାହେଲ୍ ଅ‌‌ବ୍‌‌ନର ପଛରେ ଦୌଡ଼ିବାରୁ ବିରତ ହେଲା ନାହିଁ। ତେଣୁ ଅ‌‌ବ୍‌‌ନର ବର୍ଚ୍ଛାର ମୁନରେ ତା'ର ପେଟକୁ ଭୂଷି ଦେବାରୁ ତାହା ପିଠି ଦେଇ ବାହାରି ଗଲା। ତେଣୁ ସେ ସେହିଠାରେ ମରିଗଲା। ଅସାହେ‌ଲ୍‌ର ମୃତ ଶରୀର ଭୂମି ଉପରେ ସେହିଠାରେ ପଡ଼ି ରହିଥିଲା। ଯେତେ ଲୋକ ସେ ବାଟ ଦେଇ ଦୌଡ଼ୁ ଥିଲେ, ସମସ୍ତେ ସେହିଠାରେ ଅଟକି ଗଲେ।


ଯୋୟାବର ଜଣେ ଯୁବା ଲୋକ ଅମାସାଙ୍କ ଶରୀର ନିକଟରେ ଠିଆ ହୋଇ କହିଲା, “ଯେଉଁମାନେ ଯୋୟାବକୁ ଭଲପାଆନ୍ତି ଓ ଯେଉଁମାନେ ଦାଉଦଙ୍କ ପକ୍ଷ, ସେମାନେ ଯୋୟାବର ପଛେ ପଛେ ଯାଆନ୍ତୁ।”


ଅମାସାକୁ ରାଜ ପଥରୁ ନେଇ ଗଲାପରେ ସମସ୍ତ ଲୋକ ବିଖ୍ରିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ।


Swiv nou:

Piblisite


Piblisite