Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 2:8 - ପବିତ୍ର ବାଇବଲ

8 ନରର ପୁତ୍ର ଅ‌‌ବ୍‌‌ନର ଶାଉଲଙ୍କ ସୈନ୍ୟଦଳର ସେନାପତି ଥିଲେ। ଅ‌‌ବ୍‌‌ନର ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌କୁ ମହନୟିମକୁ ନେଇଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଏଥି ମଧ୍ୟରେ ନରର ପୁତ୍ର ଅବ୍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍ବୋଶତକୁ ମହନୟିମକୁ ନେଇଯାଇ,

Gade chapit la Kopi

ଓଡିଆ ବାଇବେଲ

8 ଏଥି ମଧ୍ୟରେ ନେର୍‍ର ପୁତ୍ର ଅବ୍‍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍‍ବୋଶତକୁ ମହନୟିମକୁ ନେଇଯାଇ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏଥିମଧ୍ୟରେ ନେର୍‍ର ପୁତ୍ର ଅବ୍‍ନର ନାମକ ଶାଉଲଙ୍କର ସୈନ୍ୟଦଳର ସେନାପତି ଶାଉଲଙ୍କର ପୁତ୍ର ଈଶ୍‍ବୋଶତକୁ ମହନୟିମକୁ ନେଇଯାଇ,

Gade chapit la Kopi




2 ଶାମୁୟେଲ 2:8
18 Referans Kwoze  

ଶାଉଲଙ୍କ ସ୍ତ୍ରୀଙ୍କ ନାମ ଅହୀନୋୟମ୍, ସେ ଅହୀମାସର କନ୍ୟା। ଏବଂ ତାଙ୍କ ସେନାପତି ଅ‌ବ୍‌ନର ନରର ପୁତ୍ର ଥିଲେ। ନର ଶାଉଲଙ୍କ କକା ଥିଲେ।


ଯେତେବେଳେ ଯାକୁବ ସେମାନଙ୍କୁ ଦେଖିଲେ, ସେ କହିଲେ, “ଏହା ହେଉଛି ପରମେଶ୍ୱରଙ୍କର ଛାଉଣି” ତେଣୁ ଯାକୁବ ସେହି ସ୍ଥାନର ନାମ ମହନୟିମ୍ ରଖିଲେ।


ନେର୍ କୀ‌ଶ୍‌ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ ଏବଂ ଶାଉଲ ଯୋନାଥନ୍, ମଲକୀଶୂୟ, ଅବୀନାଦବ ଓ ଈଶ୍-ବା‌ଲ୍‌ଙ୍କ ପିତା ଥିଲେ।


ନେର୍ କୀ‌ଶ୍‌ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ। ଏବଂ ଶାଉଲ ଯୋନାଥନ, ମଲକୀଶୂୟ, ଅବୀନାଦବ୍ ଓ ଇ‌ଶ୍‌ବାଲାଙ୍କ ପିତା ଥିଲେ।


ଦାଉଦ ସୈନ୍ୟମାନଙ୍କୁ ଓ ନରର ପୁତ୍ର ଅ‌‌ବ୍‌‌ନରକୁ ଡାକି କହିଲେ, “ହେ ଅ‌‌ବ୍‌‌ନର ତୁମ୍ଭେ ମୋତେ ଉତ୍ତର ଦିଅ।” ଅ‌‌ବ୍‌‌ନର ଉତ୍ତର ଦେଲା, “ତୁମ୍ଭେ କିଏ? ତୁମ୍ଭେ କାହିଁକି ରାଜାଙ୍କୁ ଡାକୁଛ?”


ସେହି ପଲେଷ୍ଟୀୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ଶାଉଲ ସୈନ୍ୟର ସେନାପତି ଅ‌‌ବ୍‌‌ନରକୁ କହିଲେ, “ଅ‌‌ବ୍‌‌ନର ଏ ଯୁବକ କାହାର ପୁତ୍ର?” ଅ‌‌ବ୍‌‌ନର କହିଲା, “ହେ ମହାରାଜ ଆପଣଙ୍କ ଜୀବନ ପ୍ରମାଣେ ମୁଁ କହି ପାରିବି ନାହିଁ।”


ଗାଦ୍ ପରିବାରବର୍ଗ ସେମାନଙ୍କୁ ଗିଲିୟଦ ଅନ୍ତର୍ଗତ ରାମୋତ୍, ନିରାପଦ ନଗରୀ ଓ ତା’ ପାର୍ଶ୍ୱବର୍ତ୍ତୀ କ୍ଷେତ୍ର ଏବଂ ମହନୀୟିମ୍ ଓ ତା'ର ପାର୍ଶ୍ୱବର୍ତ୍ତୀ କ୍ଷେତ୍ର ଦେଲେ।


ତୁମ୍ଭେମାନେ ସାହସୀ ଓ ଶକ୍ତିଶାଳୀ ହୁଅ। ତୁମ୍ଭର ରାଜା ଶାଉଲ ମୃତ, କିନ୍ତୁ ତୁମ୍ଭର ଯିହୁଦାର ପରିବାରବର୍ଗ ମୋତେ ରାଜା ଭାବରେ ଅଭିଷିକ୍ତ କରିଛନ୍ତି।”


ଅ‌‌ବ୍‌‌ନର ଓ ତାଙ୍କର ଲୋକମାନେ ସେ ରାତ୍ରି ତମାମ ଯର୍ଦ୍ଦନ ଉପତ୍ୟକା ଦେଇ ଗମନ କଲେ ଓ ସେମାନେ ଯର୍ଦ୍ଦନ ନଦୀ ପାର ହେଲେ ଓ ସେମାନେ ମହନୟିମକୁ ପହଞ୍ଚିବା ପର୍ଯ୍ୟନ୍ତ ଦିନସାରା ଗମନ କଲେ।


ଶାଉଲ ବଂଶ ଓ ଦାଉଦ ବଂଶ ଯୁଦ୍ଧ ଲାଗିବା ସମୟରେ ଅ‌‌ବ୍‌‌ନର‌ ଶାଉଲଙ୍କ ଗୃହ ମଧ୍ୟରେ ନିଜକୁ ବଳବାନ୍ କଲା।


ଏହା ପରେ ଦାଉଦ ମହନୟିମକୁ ଆସିଲେ। ଅବଶାଲୋମ ଓ ତା'ର ସମର୍ଥନକାରୀ ଇସ୍ରାଏଲୀୟମାନେ ଯର୍ଦ୍ଦନ ନଦୀ ପାର ହେଲେ।


ବିନ୍ୟାମୀନ ଗୋଷ୍ଠୀରୁ 3,000 ଲୋକ ଥିଲେ। ସେମାନେ ଶାଉଲଙ୍କ ଆତ୍ମୀୟ ଥିଲେ। ସେହି ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶାଉଲଙ୍କ ପରିବାର ପ୍ରତି ବିଶ୍ୱସ୍ତ ଥିଲେ।


ଯାକୁବଙ୍କ ଭାଇ ଏଷୌ ସେୟୀର ଅଞ୍ଚଳରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମୟ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ।


ରାଜା ଦାଉଦ ତାଙ୍କର ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଜାଣ ଯେ ଆଜି ଇସ୍ରାଏଲର ଜଣେ ମହତ୍ତ୍ୱପୂର୍ଣ୍ଣ ନେତାଙ୍କର ମୃତ୍ୟୁ ହେଲା।


ଇଫ୍ରୟିମ ଗୋଷ୍ଠୀରୁ 20,800 ଲୋକ ଥିଲେ। ସେମାନେ ସାହସୀ ସୈନ୍ୟ ଥିଲେ। ସେମାନେ ନିଜର ପରିବାରରେ ଅତି ପ୍ରସିଦ୍ଧ ଥିଲେ।


Swiv nou:

Piblisite


Piblisite