Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 2:7 - ପବିତ୍ର ବାଇବଲ

7 ତୁମ୍ଭେମାନେ ସାହସୀ ଓ ଶକ୍ତିଶାଳୀ ହୁଅ। ତୁମ୍ଭର ରାଜା ଶାଉଲ ମୃତ, କିନ୍ତୁ ତୁମ୍ଭର ଯିହୁଦାର ପରିବାରବର୍ଗ ମୋତେ ରାଜା ଭାବରେ ଅଭିଷିକ୍ତ କରିଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଏହେତୁ ଏବେ ତୁମ୍ଭମାନଙ୍କ ହସ୍ତ ସବଳ ହେଉ ଓ ତୁମ୍ଭେମାନେ ବିକ୍ରମଶାଳୀ ହୁଅ; କାରଣ ତୁମ୍ଭମାନଙ୍କ ପ୍ରଭୁ ଶାଉଲ ମରିଅଛନ୍ତି, ମଧ୍ୟ ଯିହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

7 ଏହେତୁ ଏବେ ତୁମ୍ଭମାନଙ୍କ ହସ୍ତ ସବଳ ହେଉ ଓ ତୁମ୍ଭେମାନେ ସାହସିକ ହୁଅ; କାରଣ ତୁମ୍ଭମାନଙ୍କ ରାଜା ଶାଉଲ ମରିଅଛନ୍ତି, ମଧ୍ୟ ଯିହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଏହେତୁ ଏବେ ତୁମ୍ଭମାନଙ୍କ ହସ୍ତ ସବଳ ହେଉ ଓ ତୁମ୍ଭେମାନେ ସାହସିକ ହୁଅ; କାରଣ ତୁମ୍ଭମାନଙ୍କ ରାଜା ଶାଉଲ ମରିଅଛନ୍ତି, ମଧ୍ୟ ଯିହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି।”

Gade chapit la Kopi




2 ଶାମୁୟେଲ 2:7
12 Referans Kwoze  

ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁହେ, ପ୍ରଭୁଙ୍କଠାରେ ଓ ତାହାଙ୍କର ମହାନ ଶକ୍ତିରେ ବଳବାନ ହୁଅ।


ବଳବାନ ହୁଅ, ଏବଂ ସାହସର ସହିତ ଯୁଦ୍ଧ କର, ଆମ୍ଭର ପ୍ରଭୁଙ୍କ ସହର ପାଇଁ ଓ ଆମ୍ଭର ଲୋକମାନଙ୍କ ପାଇଁ ସଦାପ୍ରଭୁଙ୍କ ଆଖିରେ ଯାହା ଠିକ୍ ସେ ତାହା କରିବେ।”


ତେଣୁ ଯାବେ‌‌‌ଶ୍‌‌ର ସୈନ୍ୟମାନେ ବୈ‌ଥ୍‌ଶା‌‌ନ୍‌‌‌‌‌କୁ ଗଲେ, ସେମାନେ ରାତ୍ରି ତମାମ ଯାତ୍ରା କଲେ, ତା'ପରେ ସେମାନେ ସେଠାରେ ପହଞ୍ଚି ଶାଉଲଙ୍କର ଶରୀରକୁ ବୈ‌ଥ୍‌ଶାନ୍ କାନ୍ଥରୁ ତଳକୁ କାଢ଼ିଲେ, ସେମାନେ ମଧ୍ୟ ଶାଉଲର ପୁତ୍ରମାନଙ୍କର ଶରୀରକୁ ଯାବେ‌‌‌ଶ୍‌‌କୁ ଆଣିଲେ। ଯାବେ‌‌‌ଶ୍‌‌ର ଏହିସବୁ ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ଶରୀରକୁ ସେହିଠାରେ ପୋଡ଼ି ଦେଲେ।


ଇସ୍ରାଏଲୀୟମାନେ ଯେଉଁମାନେ ଯିଷ୍ରିୟେଲ ଉପତ୍ୟକାର ଅପରପାର୍ଶ୍ୱରେ ଓ ଯର୍ଦ୍ଦନ ନଦୀର ଅପରପାର୍ଶ୍ୱରେ ବାସ କରୁଥିଲେ। ସେମାନେ ଦେଖିଲେ, ଇସ୍ରାଏଲୀୟ ସୈନ୍ୟମାନେ ଦୌଡ଼ି ପଳାଉଛନ୍ତି। ଏବଂ ସେମାନେ ଦେଖିଲେ, ଶାଉଲ ଓ ତାଙ୍କର ପୁତ୍ରମାନେ ମରିଛନ୍ତି। ତେଣୁ ସେମାନେ ସମସ୍ତେ ସେ ସହର ପରିତ୍ୟାଗ କରି ଦୌଡ଼ି ପଳାଇଲେ। ତା'ପରେ ପଲେଷ୍ଟୀୟମାନେ ସେହି ସହରକୁ ଆସିଲେ, ଓ ସେଠାରେ ବାସ କଲେ।


ହେ ପଲେଷ୍ଟୀୟମାନେ, ତୁମ୍ଭେମାନେ ବଳବାନ ଓ ସାହସୀ ହୁଅ। ପୁରୁଷ ପଣରେ ଯୁଦ୍ଧ କର। ତହିଁରେ ଏବ୍ରୀୟମାନେ ଆମ୍ଭର ଦାସ ହୋଇଥିଲେ, ତେଣୁ ତୁମ୍ଭେମାନେ ନିଶ୍ଚୟ ସେମାନଙ୍କର ଦାସ ହୋଇ ପାରିବ ନାହିଁ। ତୁମ୍ଭେମାନେ ପୁରୁଷତ୍ୱ ପ୍ରକାଶ କର ଓ ଯୁଦ୍ଧ କର।”


ଏହିସବୁ ଘଟିଯିବା ପରେ ସଦାପ୍ରଭୁଙ୍କର ବାକ୍ୟ ଦର୍ଶନରେ ଅବ୍ରାମ ନିକଟକୁ ଆସିଲା। ଏହା କହି, “ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ। ମୁଁ ତୁମ୍ଭକୁ ମହାପୁରସ୍କାର ଦେବି।”


ସାବଧାନ ରୁହ। ଦୃଢ଼ ଭାବେ ନିଜ ବିଶ୍ୱାସରେ ଅଟଳ ରୁହ। ସାହସୀ ହୁଅ, ବଳବାନ ହୁଅ। ପ୍ରତ୍ୟେକ କର୍ମ ପ୍ରେମରେ ସାଧିତ କର।


ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରକାଶ କରନ୍ତୁ। କାରଣ ତୁମ୍ଭେମାନେ ଏହି କର୍ମ କରିଥିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟା ପ୍ରଦର୍ଶନ କରିବି।


ନରର ପୁତ୍ର ଅ‌‌ବ୍‌‌ନର ଶାଉଲଙ୍କ ସୈନ୍ୟଦଳର ସେନାପତି ଥିଲେ। ଅ‌‌ବ୍‌‌ନର ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌କୁ ମହନୟିମକୁ ନେଇଗଲେ।


ମୁଁ ମଧ୍ୟ ସେହି ଲୋକମାନଙ୍କୁ ଜଣାଇ ଦେଲି ଯେ, ପରମେଶ୍ୱର ମୋ’ ଉପରେ ଦୟା କରିଛନ୍ତି ଏବଂ ଯାହା ମୋତେ ରାଜା କହିଥିଲେ, ମୁଁ ସେମାନଙ୍କୁ କହିଲି। ତା'ପରେ ସେହି ଲୋକମାନେ ଉତ୍ତର ଦେଲେ, “ତେବେ ଗ୍ଭଲ, ବର୍ତ୍ତମାନ ଆମ୍ଭେମାନେ କାର୍ଯ୍ୟ ଆରମ୍ଭ କରିବା।” ତେଣୁ ସେମାନେ ନିଜକୁ ଏହି ଉତ୍ତମ କାମରେ ନିୟୋଜନ କଲେ।


ତେଣୁ ଇସ୍ରାଏଲର ସମସ୍ତ ନେତାମାନେ ରାଜା ଦାଉଦଙ୍କ ସାକ୍ଷାତ ପାଇଁ ହିବ୍ରୋଣକୁ ଆସିଲେ। ତହିଁରେ ରାଜା ଦାଉଦ ହିବ୍ରୋଣରେ ସଦାପ୍ରଭୁ ସମ୍ମୁଖରେ ସେମାନଙ୍କ ସହିତ ଚୁକ୍ତି କଲେ ଓ ସେମାନେ ଇସ୍ରାଏଲର ରାଜା ରୂପେ ଦାଉଦଙ୍କୁ ଅଭିଷିକ୍ତ କଲେ।


ସେତେବେଳେ ସେମାନେ ରାଜପୁତ୍ରକୁ ବାହାରକୁ ଆଣି ତାହା ମସ୍ତକରେ ମୁକୁଟ ପିନ୍ଧାଇଲେ ଓ ତାହାକୁ ସାକ୍ଷ ପୁସ୍ତକ ଦେଲେ। ପୁଣି ସେମାନେ ତାଙ୍କୁ ରାଜାକରି ଅଭିଷେକ କଲେ। ଆଉ କରତାଳି ଦେଇ କହିଲେ, “ରାଜା ଚିରଜୀବି ହୁଅନ୍ତୁ।”


Swiv nou:

Piblisite


Piblisite