Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 2:27 - ପବିତ୍ର ବାଇବଲ

27 ତା'ପରେ ଯୋୟାବ କହିଲା, “ତୁମ୍ଭେ ଗୋଟିଏ ଭଲ କଥା କହିଲ, ପରମେଶ୍ୱର ଜୀବିତ ଥିବା ପ୍ରମାଣେ, ଯଦି ତୁମ୍ଭେ ଏହିପରି କହି ନ ଥା’ନ୍ତ, ଲୋକମାନେ ସେମାନଙ୍କର ନିଜର ଭାଇମାନଙ୍କ ପଛରେ ପ୍ରଭାତ ପର୍ଯ୍ୟନ୍ତ ଗୋଡ଼ାଉ ଥା’ନ୍ତେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 ଏଥିରେ ଯୋୟାବ କହିଲା, ପରମେଶ୍ଵର ଜୀବିତ ଥିବା ପ୍ରମାଣେ (କହୁ), ତୁମ୍ଭେ କହି ନ ଥିଲେ ତ ଲୋକମାନେ ନିଶ୍ଚୟ ସକାଳୁ ବାହାରି ଯାଇଥାʼନ୍ତେ ଓ ପ୍ରତ୍ୟେକେ ଆପଣା ଭାଇ ପଛରେ ଗୋଡ଼ାଇ ନ ଥାʼନ୍ତେ।

Gade chapit la Kopi

ଓଡିଆ ବାଇବେଲ

27 ଏଥିରେ ଯୋୟାବ କହିଲା, “ପରମେଶ୍ୱର ଜୀବିତ ଥିବା ପ୍ରମାଣେ (କହୁ), ତୁମ୍ଭେ କହି ନ ଥିଲେ ତ ମୋର ସୈନିକମାନେ ନିଶ୍ଚୟ ସକାଳ ପର୍ଯ୍ୟନ୍ତ ପ୍ରତ୍ୟେକେ ଆପଣା ଭାଇ ପଛରେ ଗୋଡ଼ାଇ ଥା’ନ୍ତେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ଏଥିରେ ଯୋୟାବ କହିଲା, “ପରମେଶ୍ୱର ଜୀବିତ ଥିବା ପ୍ରମାଣେ (କହୁ), ତୁମ୍ଭେ କହି ନ ଥିଲେ ତ ମୋର ସୈନିକମାନେ ନିଶ୍ଚୟ ସକାଳ ପର୍ଯ୍ୟନ୍ତ ପ୍ରତ୍ୟେକେ ଆପଣା ଭାଇ ପଛରେ ଗୋଡ଼ାଇ ଥାʼନ୍ତେ।”

Gade chapit la Kopi




2 ଶାମୁୟେଲ 2:27
11 Referans Kwoze  

ଗୋଟିଏ ଯୁକ୍ତିର ଆରମ୍ଭ ଗୋଟିଏ ବନ୍ଧରେ ଭାଙ୍ଗି ଗୋଟିଏ ଗାତ କଲାପରି। ତେଣୁ ବିବାଦ ହେବା ପୂର୍ବରୁ ଯୁକ୍ତି ବନ୍ଦ କର। ତେବେ ଅକ୍ତିଆର ବାହାର ହୋଇଯାଏ।


ଅ‌‌ବ୍‌‌ନର ଯୋୟାବକୁ କହିଲେ, “ଯୁବକ ସୈନ୍ୟମାନେ ଆମ୍ଭମାନଙ୍କ ସମ୍ମୁଖରେ ପ୍ରତିଯୋଗିତା କରନ୍ତୁ।” ଯୋୟାବ ଉତ୍ତର ଦେଲେ, “ହଁ ପ୍ରତିଯୋଗିତା ହେଉ।”


ତୁମ୍ଭେ କହିଲ, ‘ଆମ୍ଭେ ଚିରଦିନ ବଞ୍ଚିଲୁ ଓ ସଦାକାଳ ସାଆନ୍ତାଣୀ ହୋଇ ରହିବୁ।’ ଏଣୁ ତୁମ୍ଭେ ଏସବୁ ବିଷୟରେ ମନୋଯୋଗ କଲ ନାହିଁ କିମ୍ବା ତା'ର ଶେଷଫଳ କ’ଣ ହେବ ସ୍ମରଣ କଲ ନାହିଁ।


ବିବାଦ କରିବାକୁ ହଠାତ୍ ବାହାରକୁ ଯାଅ ନାହିଁ। ଯଦି କେହି ତୁମ୍ଭକୁ ଭୁଲ୍ ବୋଲି ପ୍ରମାଣିତ କରେ, ତେବେ ତୁମ୍ଭେ ଲଜ୍ଜିତ ହେବ।


ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହେବ। ମାତ୍ର ଯଦି ତୁମ୍ଭେ ଯୁଦ୍ଧ କରିବାକୁ ଯାଅ ଭଲ ପରାମର୍ଶ ଗ୍ରହଣ କର।


କୋମଳ ପୂର୍ଣ୍ଣ ଉତ୍ତର କ୍ରୋଧକୁ ଦମନ କରେ, ମାତ୍ର କଟୁବାକ୍ୟ କୋପ ଜନ୍ମାଏ।


“ପ୍ରକୃତରେ ପରମେଶ୍ୱର ଜୀବିତ ଏବଂ ଯେତେ ସତ୍ୟ ଭାବରେ ସେ ଅଛନ୍ତି, ସେ ସତରେ ମୋ’ ପ୍ରତି ଅନ୍ୟାୟ କରିଛନ୍ତି। ପରମେଶ୍ୱର, ସର୍ବଶକ୍ତିମାନ ମୋ’ ଜୀବନ ତିକ୍ତ କରିଛନ୍ତି।


ହେ ମୋର ପ୍ରଭୁ, ସଦାପ୍ରଭୁ ତ ଆପଣଙ୍କୁ ନିରୀହ ଲୋକମାନଙ୍କର ରକ୍ତପାତ ବାରଣ କଲେ। ତେଣୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭେ ଜୀବିତ ଥିବା ଯାଏ ତୁମ୍ଭର ଶତ୍ରୁମାନେ ଯେଉଁମାନେ ତୁମ୍ଭର କ୍ଷତି କରିବା ପାଇଁ ଗ୍ଭହାନ୍ତି, ସେମାନେ ନାବଲ ପରି ହୁଅନ୍ତୁ।


ଅ‌‌ବ୍‌‌ନର ଯୋୟାବକୁ ଡାକି କହିଲେ, “ଆମ୍ଭେ ନିଶ୍ଚିତ ଯୁଦ୍ଧ କରୁଥିବା ଓ ପରସ୍ପରକୁ ଚିରଦିନ ହତ୍ୟା କରୁଥିବା କି? ତୁମ୍ଭେ ନିଶ୍ଚିତରେ ଜାଣ ଯେ, ଏହା ଦୁଃଖଦ ପୂର୍ଣ୍ଣ ଶେଷ ହେବ। ତୁମ୍ଭମାନଙ୍କର ଲୋକମାନଙ୍କୁ କୁହ ସେମାନଙ୍କର ଭାଇମାନଙ୍କ ପଛରେ ନ ଗୋଡ଼ାଇବା ପାଇଁ।”


ତେଣୁ ଯୋୟାବ ତୂରୀ ବଜାଇଲେ ଓ ଲୋକମାନେ ଇସ୍ରାଏଲୀୟମାନଙ୍କ ପଛରେ ଦୌଡ଼ିବା ବନ୍ଦ କଲେ। ତା'ପରେ ସେମାନେ ଆଉ ଯୁଦ୍ଧ କଲେ ନାହିଁ।


Swiv nou:

Piblisite


Piblisite