Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 2:22 - ପବିତ୍ର ବାଇବଲ

22 ଅ‌‌ବ୍‌‌ନର ଆଉଥରେ ଅସାହେ‌ଲ୍‌କୁ କହିଲେ, “ମୋ’ ପଛେ ଗୋଡ଼ାଇବା ବନ୍ଦ କର ନଚେତ୍ ମୁଁ ତୁମ୍ଭକୁ ହତ୍ୟା କରିବି। ମୁଁ ତୁମ୍ଭକୁ ହତ୍ୟା କଲେ ତୁମ୍ଭର ଭାଇ ଯୋୟାବକୁ କିପରି ମୁହଁ ଦେଖାଇବି?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ତହୁଁ ଅବ୍ନର ପୁନର୍ବାର ଅସାହେଲକୁ କହିଲା, ମୋହର ପଶ୍ଚାଦ୍ଗମନରୁ ଫେର; ମୁଁ କାହିଁକି ତୁମ୍ଭକୁ ଆଘାତ କରି ଭୂମିସାତ୍ କରିବି? ତାହା କଲେ ମୁଁ କିରୂପେ ତୁମ୍ଭ ଭାଇ ଯୋୟାବ ଆଗରେ ମୁଖ ଟେକିବି?

Gade chapit la Kopi

ଓଡିଆ ବାଇବେଲ

22 ତହୁଁ ଅବ୍‍ନର ପୁନର୍ବାର ଅସାହେଲକୁ କହିଲା, “ମୋହର ପଶ୍ଚାଦ୍‍ଗମନରୁ ଫେର; ମୁଁ କାହିଁକି ତୁମ୍ଭକୁ ଆଘାତ କରି ଭୂମିସାତ୍‍ କରିବି ? ତାହା କଲେ ମୁଁ କିପରି ତୁମ୍ଭ ଭାଇ ଯୋୟାବ ଆଗରେ ମୁଖ ଦେଖାଇବି ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ତହୁଁ ଅବ୍‍ନର ପୁନର୍ବାର ଅସାହେଲକୁ କହିଲା, “ମୋହର ପଶ୍ଚାଦ୍‍ଗମନରୁ ଫେର; ମୁଁ କାହିଁକି ତୁମ୍ଭକୁ ଆଘାତ କରି ଭୂମିସାତ୍‍ କରିବି? ତାହା କଲେ ମୁଁ କିପରି ତୁମ୍ଭ ଭାଇ ଯୋୟାବ ଆଗରେ ମୁଖ ଦେଖାଇବି?”

Gade chapit la Kopi




2 ଶାମୁୟେଲ 2:22
6 Referans Kwoze  

ଯେତେବେଳେ ଅ‌‌ବ୍‌‌ନର‌ ହିବ୍ରୋଣଠାରେ ପହଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳାରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ୱାର ଭିତରକୁ ନେଇଗଲେ। ଏବଂ ଯୋୟାବ ଅ‌‌ବ୍‌‌ନର‌କୁ ସେହିଠାରେ ତାଙ୍କ ପେଟରେ ‌‌ଖ‌ଡ଼୍‌ଗ ଭୂଷି ମାରି ଦେଲେ। ଅ‌‌ବ୍‌‌ନର‌ ଯୋୟାବର ଭାଇ ଅସାହେ‌ଲ୍‌କୁ ହତ୍ୟା କରିଥିଲେ। ତେଣୁ ଯୋୟାବ ଅ‌‌ବ୍‌‌ନର‌କୁ ହତ୍ୟା କଲେ।


ଯାହା ହେଉଛି ତାହା ଆଗରୁ ନିର୍ଦ୍ଧାରିତ ହୋଇଅଛି। ଏବଂ ଯେଉଁ ପଥରେ ମନୁଷ୍ୟ ସମାଜ ଗ୍ଭଲେ ତାହା ପରମେଶ୍ୱର ଜାଣନ୍ତି। ଆଉ ଯିଏ ସେମାନଙ୍କଠାରୁ ଶକ୍ତିଶାଳୀ ତାଙ୍କ ସହିତ ଯୁକ୍ତି କରି ସେମାନେ କେବେ ଜିତି ପାରିବେ ନାହିଁ।


ଯେଉଁ ଲୋକ ଥରକୁଥର, ଅନୁଯୋଗ ପାଇ ମଧ୍ୟ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନା ଶୀଘ୍ର ବିନାଶ ହେବ।


ଶାଉଲ ମୀଖଲକୁ କହିଲେ, “ଏପରି କରି ତୁମ୍ଭେ କାହିଁକି ମୋତେ ପ୍ରବଞ୍ଚନା କଲ? ମୋ’ ଶତ୍ରୁକୁ କାହିଁକି ତୁମ୍ଭେ ଖସିଯିବାକୁ ଦେଲେ।” ମୀଖଲ ଶାଉଲକୁ ଉତ୍ତର ଦେଇ କହିଲା, “ସେ ମୋତେ କହିଲେ ମୋତେ ଛାଡ଼ିଦିଅ, ତା’ ନ ହେଲେ ମୁଁ ତୁମ୍ଭକୁ ବଧ କରିବି?”


ଅସାହେ‌ଲ୍‌କୁ ହତ୍ୟା କରିବା ପାଇଁ ଅ‌‌ବ୍‌‌ନର ଗ୍ଭହୁଁ ନ ଥିଲେ। ତେଣୁ ଅ‌‌ବ୍‌‌ନର ଅସାହେ‌ଲ୍‌କୁ କହିଲେ, “ମୋ’ ପଛରେ ଦୌଡ଼ିବା ବନ୍ଦ କର। ତୁମ୍ଭେ ଅନ୍ୟ ଜଣକ ପଛରେ ଦୌଡ଼, ତା'ଠାରୁ ତୁମ୍ଭେ ସହଜରେ ସାଂଜୁ ଛଡ଼ାଇ ତୁମ୍ଭ ପାଇଁ ଆଣି ପାରିବ।” କିନ୍ତୁ ଅସାହେଲ୍ ମନା କଲେ ଓ ଅ‌‌ବ୍‌‌ନର ପଛରେ ଗୋଡ଼ାଇଲେ।


Swiv nou:

Piblisite


Piblisite