Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 2:1 - ପବିତ୍ର ବାଇବଲ

1 ଏହା ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଗ୍ଭରିଲେ, “ମୁଁ କ’ଣ ଯିହୁଦାର କୌଣସି ଏକ ନଗରକୁ ନିୟନ୍ତ୍ରଣ କରିବାକୁ ଯିବି?” ସଦାପ୍ରଭୁ ଉତ୍ତର ଦେଲେ, “ଯାଅ।” ତା'ପରେ ଦାଉଦ ପଗ୍ଭରିଲେ, “ମୁଁ କେଉଁଠାକୁ ଯିବା ଉଚିତ୍?” ସଦାପ୍ରଭୁ କହିଲେ, “ତୁମ୍ଭେ ହିବ୍ରୋଣକୁ ଯାଅ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଏଥିଉତ୍ତାରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରି କହିଲେ, ମୁଁ କʼଣ ଯିହୁଦାର କୌଣସି ଏକ ନଗରକୁ ଯିବି? ସଦାପ୍ରଭୁ ତାଙ୍କୁ କହିଲେ, ଯାଅ। ପୁଣି ଦାଉଦ କହିଲେ, ମୁଁ କେଉଁଠାକୁ ଯିବି? ସେ କହିଲେ ହିବ୍ରୋଣକୁ।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, “ମୁଁ କ’ଣ ଯିହୁଦାର କୌଣସି ଏକ ନଗରକୁ ଯିବି” ? ସଦାପ୍ରଭୁ ତାଙ୍କୁ କହିଲେ, “ଯାଅ।” ପୁଣି ଦାଉଦ କହିଲେ, “ମୁଁ କେଉଁ ସହରକୁ ଯିବି ?” ସେ କହିଲେ “ହିବ୍ରୋଣକୁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, “ମୁଁ କʼଣ ଯିହୁଦାର କୌଣସି ଏକ ନଗରକୁ ଯିବି?” ସଦାପ୍ରଭୁ ତାଙ୍କୁ କହିଲେ, “ଯାଅ।” ପୁଣି ଦାଉଦ କହିଲେ, “ମୁଁ କେଉଁ ସହରକୁ ଯିବି?” ସେ କହିଲେ “ହିବ୍ରୋଣକୁ।”

Gade chapit la Kopi




2 ଶାମୁୟେଲ 2:1
26 Referans Kwoze  

ଓ ହିବ୍ରୋଣକୁ ଦାଉଦ ଆଣିଥିବା ଦ୍ରବ୍ୟ ଏହି ନେତାମାନଙ୍କ ନିକଟକୁ ପଠାଇଲେ। ଏବଂ ଅନ୍ୟ ସ୍ଥାନ ନିକଟକୁ ପଠାଇଲେ। ଯେଉଁଠାରେ ଦାଉଦ ଓ ତାଙ୍କର ଲୋକମାନେ ଗମନାଗମନ ହେଉଥିଲେ।


ଦାଉଦ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ମୁଁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି କି?” ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, “ହଁ ଯାଅ! ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କର ଓ କିୟୀଲାକୁ ରକ୍ଷା କର।”


ଦାଉଦ ସଦାପ୍ରଭୁଙ୍କୁ ପୁନର୍ବାର ପଗ୍ଭରିଲେ, ତହିଁରେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଉଠ, କିୟୀଲାକୁ ଯାଅ। କାରଣ, ଆମ୍ଭେ ତୁମ୍ଭର ସହାୟକ। ଆମ୍ଭେ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”


ଯେତେବେଳେ ଯାକୁବ ସେମାନଙ୍କୁ ଦେଖିଲେ, ସେ କହିଲେ, “ଏହା ହେଉଛି ପରମେଶ୍ୱରଙ୍କର ଛାଉଣି” ତେଣୁ ଯାକୁବ ସେହି ସ୍ଥାନର ନାମ ମହନୟିମ୍ ରଖିଲେ।


ସଦାପ୍ରଭୁ, ମୋର ପ୍ରଭୁ ଏ କଥା କହନ୍ତି, “ପୁଣି ଥରେ ମୁଁ ଇସ୍ରାଏଲ ବଂଶର ପ୍ରାର୍ଥନା ଶୁଣିବି। ମୁଁ ସେମାନଙ୍କୁ ଦ୍ୱିଗୁଣିତ କରିବି, ଯାହା ଫଳରେ ସେମାନେ ପଲରେ ଥିବା ମେଷ ସଂଖ୍ୟକ ହେବେ।


ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ପ୍ରଭାତରେ ଦେଖାଅ। ମୁଁ ତୁମ୍ଭ ଉପରେ ଭରସା କରେ। ମୁଁ ଯେଉଁ ପଥରେ ଯିବା ଉଚିତ୍ ମୋତେ ସେହି ପଥ ଦେଖାଅ। କାରଣ ମୁଁ ମୋର ପ୍ରାଣ ତୁମ୍ଭ ହାତରେ ଟେକି ଦେଇଅଛି।


ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷୟ ପ୍ରାର୍ଥନା କରେ, “ଯେପରି ମୋର ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ, ଯାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟକୁ ଦେଖି ପାରିବି ଓ ତାଙ୍କ ପ୍ରାସାଦକୁ ଦର୍ଶନ କରି ପାରିବି।”


ସେମାନେ ଏହି ସମସ୍ତ ବସ୍ତୁ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ଦେଲେ: ପାଞ୍ଚ ହଜାର ତାଳନ୍ତ ଓ ଦଶ ହଜାର ଡାରିକ୍ ମୁଦ୍ରା ଓ ଦଶ ହଜାର ତାଳନ୍ତ ରୂପା ଓ ଅଠର ହଜାର ତାଳନ୍ତ ପିତ୍ତଳ ଓ ଏକ ଲକ୍ଷ ତାଳନ୍ତ ଲୁହା ଦେଲେ।


ଦାଉଦ ଇସ୍ରାଏଲରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କରିଥିଲେ। ସେ ହିବ୍ରୋଣରେ ସାତ ବର୍ଷ ଓ ଯିରୁଶାଲମରେ ତେତିଶ ବର୍ଷ ରାଜତ୍ୱ କରିଥିଲେ।


ଏହିପରି ଗ୍ଭରି ବର୍ଷ ପରେ ଅବଶାଲୋମ ରାଜା ଦାଉଦଙ୍କୁ କହିଲେ, “ଦୟାକରି ମୋତେ ହିବ୍ରୋଣକୁ ମୋର ଶପଥ ପୁରଣ କରିବା ପାଇଁ ଯିବାକୁ ଦିଅନ୍ତୁ।


ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଏବଂ ତା'ପରେ ସଦାପ୍ରଭୁ ତାଙ୍କୁ କହିଲେ, “ସେଠାରେ ଆଗକୁ ଯାଅ ନାହିଁ। ତୁମ୍ଭେମାନେ ସେମାନଙ୍କ ପଛରେ ଯାଅ ଏବଂ ତୂ‌ତ୍‌ବୃକ୍ଷ ଆର ପାର୍ଶ୍ୱରେ ସେମାନଙ୍କୁ ପଛପଟୁ ଆକ୍ରମଣ କର।


ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ପଗ୍ଭରିଲେ, “ମୋର ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବା ଉଚିତ୍ କି? ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ପାଇଁ ଆପଣ ମୋତେ ସାହାଯ୍ୟ କରିବେ କି?” ସଦାପ୍ରଭୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ନିଶ୍ଚିତ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବାରେ ସାହାଯ୍ୟ କରିବି।”


ଦାଉଦ ଥିଲେ ହିବ୍ରୋଣର ରାଜା। ସେ ଯିହୁଦାର ପରିବାରବର୍ଗ ଉପରେ ସାଢ଼େ ସାତ ବର୍ଷ ଶାସନ କଲେ।


ଯିହୋଶୂୟଙ୍କର ମୃତ୍ୟୁପରେ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ସେମାନେ ସଦାପ୍ରଭୁଙ୍କର ଆଦେଶ ମାଗିଲେ, ପ୍ରଥମେ କେଉଁ ପରିବାରବର୍ଗର ଲୋକମାନେ କିଣାନୀୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବେ?”


ପୁଣି ସେ ଇଲିୟାସର ଯାଜକ ସମ୍ମୁଖରେ ଠିଆ ହେବ, ଇଲିୟାସର ତାହା ପାଇଁ ଊରୀମର ବିଗ୍ଭର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ସେ ପଗ୍ଭରିବ; ତେବେ ସମୁଦାୟ ମଣ୍ତଳୀ ‘ବାହାରକୁ ଯିବେ’ ଓ ତାଙ୍କର ‘ଆଜ୍ଞା ଅନୁସାରେ ଆସିବେ।’”


ଆଉ ସେମାନେ ଦକ୍ଷିଣ ଦିଗ ଦେଇ ହିବ୍ରୋଣରେ ଯାଇ ଉପସ୍ଥିତ ହେଲେ, ସେହି ସ୍ଥାନରେ ଅହୀମାନ୍, ଶେଶୟ, ତଲ୍ମୟ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋୟନର ସାତ ବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହୋଇଥିଲା।


ତେଣୁ ଅବ୍ରାମ ତାଙ୍କର ତମ୍ବୁକୁ ସ୍ଥାନାନ୍ତର କଲେ। ସେ ହିବ୍ରୋଣ ନିକଟସ୍ଥ ମମ୍ରିର ଅଲୋନବୃକ୍ଷମୂଳକୁ ଯାଇ ସେଠାରେ ବାସ କଲେ। ସେହି ସ୍ଥାନରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା ପାଇଁ, ଗୋଟିଏ ଯଜ୍ଞବେଦି ସ୍ଥାପନ କଲେ।


ସଦାପ୍ରଭୁ ଯିହୋଶୂୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯିଫୁନ୍ନିର ପୁତ୍ର କାଲେ‌ବ୍‌କୁ ଯିହୁଦାର କିଛି ଅଂଶ ଦେବା ପାଇଁ, ପରମେଶ୍ୱରଙ୍କ କଥା ଅନୁସାରେ ଯିହୋଶୂୟ କାଲେ‌ବ୍‌କୁ ଦେଶର କିଛି ଅଂଶ ଦେଲେ। ଯିହୋଶୂୟ ତାଙ୍କୁ କିରିୟଥ ଅର୍ବ ନଗର ଦେଲେ। ତାହା ହିଁ ହିବ୍ରୋଣ। ଅର୍ବ ଅନାକର ପିତା ଥିଲେ।


ତା'ପରେ ଲୋକମାନେ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ଏପର୍ଯ୍ୟନ୍ତ ଶାଉଲ ଏଠାକୁ ଆସିଛନ୍ତି କି?” ସଦାପ୍ରଭୁ କହିଲେ, “ସେ ଏଠାରେ ଥିବା ସାମଗ୍ରୀମାନଙ୍କ ମଧ୍ୟରେ ନିଜକୁ ଗୋପନ ରଖିଛି।”


ସରା, ଅୟାଲୋନ୍ ଓ ହିବ୍ରୋଣର ନଗର ସବୁର ମରାମତି କଲେ। ଯିହୁଦା ଓ ବିନ୍ୟାମୀନର ଏହି ନଗରଗୁଡ଼ିକ ଦୃଢ଼ କରାଗଲା।


Swiv nou:

Piblisite


Piblisite