Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 19:40 - ପବିତ୍ର ବାଇବଲ

40 ରାଜା ଯର୍ଦ୍ଦନ ପାର ହୋଇ ଗି‌ଲ୍‌ଗ‌ଲ୍‌କୁ ଗଲେ ଓ କି‌ମ୍‌ହମ୍ ତାଙ୍କ ସଙ୍ଗେ ପାର ହୋଇଗଲେ। ପୁଣି ଯିହୁଦାର ସମସ୍ତ ଲୋକ ମଧ୍ୟ ଇସ୍ରାଏଲର ଅର୍ଦ୍ଧେକ ଲୋକ ରାଜାଙ୍କୁ ଘେନି ଆସିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

40 ଏହିରୂପେ ରାଜା ପାର ହୋଇ ଗିଲ୍ଗଲ୍‍କୁ ଗଲେ ଓ କିମ୍ହମ୍ ତାଙ୍କ ସଙ୍ଗେ ପାର ହୋଇଗଲା; ପୁଣି ଯିହୁଦାର ସମସ୍ତ ଲୋକ, ଏବଂ ଇସ୍ରାଏଲର ଅର୍ଦ୍ଧେକ ଲୋକ ମଧ୍ୟ ରାଜାଙ୍କୁ ଘେନି ଆସିଲେ।

Gade chapit la Kopi

ଓଡିଆ ବାଇବେଲ

40 ଏହିରୂପେ ରାଜା ପାର ହୋଇ ଗିଲ୍‍ଗଲ୍‍କୁ ଗଲେ ଓ କିମ୍‍ହମ୍‍ ତାଙ୍କ ସଙ୍ଗେ ପାର ହୋଇଗଲା; ପୁଣି ଯିହୁଦାର ସମସ୍ତ ସୈନ୍ୟ, ଏବଂ ଇସ୍ରାଏଲର ଅର୍ଦ୍ଧେକ ସୈନ୍ୟ ମଧ୍ୟ ରାଜାଙ୍କୁ ଘେନି ଆସିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

40 ଏହିରୂପେ ରାଜା ପାର ହୋଇ ଗିଲ୍‍ଗଲ୍‍କୁ ଗଲେ ଓ କିମ୍‍ହମ୍‍ ତାଙ୍କ ସଙ୍ଗେ ପାର ହୋଇଗଲା; ପୁଣି ଯିହୁଦାର ସମସ୍ତ ସୈନ୍ୟ, ଏବଂ ଇସ୍ରାଏଲର ଅର୍ଦ୍ଧେକ ସୈନ୍ୟ ମଧ୍ୟ ରାଜାଙ୍କୁ ଘେନି ଆସିଲେ।

Gade chapit la Kopi




2 ଶାମୁୟେଲ 19:40
6 Referans Kwoze  

ଯୀଶୁଙ୍କ ଆଗେ ଆଗେ କେତେକ ଲୋକ ଯାଉଥିଲେ। ତାହାଙ୍କ ପଛେ ପଛେ ମଧ୍ୟ କେତେକ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ: “ଦାଉଦଙ୍କ ପୁତ୍ରଙ୍କ ମହିମା ଗାନକର। ଯିଏ ପ୍ରଭୁଙ୍କ ନାମରେ ଆସୁଛନ୍ତି। ସେ ଧନ୍ୟ। ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ମହିମା ଗାନ କର।”


ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ୱୟ ମଧ୍ୟରୁ ବିଗ୍ଭରକର୍ତ୍ତାର ଯଷ୍ଟି ଯିବ ନାହିଁ। ତା'ର ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।


ବର୍ତ୍ତମାନ ଇସ୍ରାଏଲର ପରିବାରବର୍ଗର ସମସ୍ତ ଲୋକ ଯୁକ୍ତି କରିବାକୁ ଲାଗିଲେ ଏବଂ ସେମାନେ କହିଲେ, “ରାଜା ଦାଉଦ ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କଲେ, ଏବଂ ଅନ୍ୟ ଶତ୍ରୁମାନଙ୍କଠାରୁ ମଧ୍ୟ ଆମ୍ଭକୁ ସେ ରକ୍ଷା କଲେ। ଦାଉଦ ଅବଶାଲୋମ ଯୋଗୁଁ ରାଜ୍ୟ ଛାଡ଼ି ପଳାଇଛନ୍ତି।


ତେଣୁ ବର୍ତ୍ତମାନ ଅବଶାଲୋମକୁ ଆମ୍ଭେ ଯାହାକୁ ରାଜା କରିଥିଲୁ ସେ ବର୍ତ୍ତମାନ ମୃତ। ସେ ଯୁଦ୍ଧରେ ମୃତ୍ୟୁବରଣ କଲେ। ତେଣୁ ଆମ୍ଭେମାନେ ଦାଉଦଙ୍କୁ ଆଉଥରେ ଆମ୍ଭମାନଙ୍କର ରାଜା କରିବୁ।”


ମୋତେ ଦୟାକରି ଅନୁମତି ଦିଅନ୍ତୁ ମୁଁ ଯେମନ୍ତ ନିଜ ନଗରରେ ମୋର ପିତା ଓ ମାତାଙ୍କ କବର ନିକଟରେ ମରିବି। ଏଥିପାଇଁ ଆପଣଙ୍କ ଏହି ଦାସକୁ ଫେରିଯିବାକୁ ଅନୁମତି ଦିଅନ୍ତୁ। ମାତ୍ର ଆପଣଙ୍କ ଦାସ କି‌ମ୍‌ହ‌‌ମ୍‌କୁ ଦେଖନ୍ତୁ, ସେ ମୋହର ସଦାପ୍ରଭୁ ମହାରାଜଙ୍କ ସଙ୍ଗେ ପାର ହୋଇ ଯାଉ, ଆଉ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ, ତାହା ତା’ ପ୍ରତି କରନ୍ତୁ।”


Swiv nou:

Piblisite


Piblisite