Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 19:39 - ପବିତ୍ର ବାଇବଲ

39 ରାଜା ବର୍ସିଲ୍ଲୟକୁ ଚୁମ୍ବନ ଦେଇ ବିଦାୟ ଦେଲେ ଓ ଆଶୀର୍ବାଦ କଲେ। ବର୍ସିଲ୍ଲୟ ଗୃହକୁ ଫେରିଗଲା ଓ ରାଜା ଓ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ଏଉତ୍ତାରେ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ, ଏବଂ ରାଜା ମଧ୍ୟ ପାର ହେଲେ; ପୁଣି ରାଜା ବର୍ସିଲ୍ଲୟକୁ ଚୁମ୍ଵନ କରି ଆଶୀର୍ବାଦ କଲେ; ତହୁଁ ବର୍ସିଲ୍ଲୟ ଆପଣା ସ୍ଥାନକୁ ଫେରିଗଲା।

Gade chapit la Kopi

ଓଡିଆ ବାଇବେଲ

39 ଏଉତ୍ତାରେ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ, ଏବଂ ରାଜା ମଧ୍ୟ ପାର ହେଲେ; ପୁଣି ରାଜା ବର୍ସିଲ୍ଲୟଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲେ; ତହୁଁ ବର୍ସିଲ୍ଲୟ ଆପଣା ସ୍ଥାନକୁ ଫେରିଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ଏଉତ୍ତାରେ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ, ଏବଂ ରାଜା ମଧ୍ୟ ପାର ହେଲେ; ପୁଣି ରାଜା ବର୍ସିଲ୍ଲୟଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲେ; ତହୁଁ ବର୍ସିଲ୍ଲୟ ଆପଣା ସ୍ଥାନକୁ ଫେରିଗଲା।

Gade chapit la Kopi




2 ଶାମୁୟେଲ 19:39
18 Referans Kwoze  

ଏହା ପରେ ଲାବନ ପ୍ରଭାତରେ ଉଠି ଆପଣା କନ୍ୟାମାନଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲେ। ଏହିରୂପେ ଲାବନ ସ୍ୱସ୍ଥାନକୁ ଫେରିଗଲେ।


ଏଣୁ ସେହି ସ୍ତ୍ରୀଲୋକମାନେ ପୁଣି ରୋଦନ କଲେ। ଏହା ପରେ ଅର୍ପା ତା'ର ଶାଶୁକୁ ଚୁମ୍ବନ ଦେଲା ଓ ଗ୍ଭଲିଗଲା। କିନ୍ତୁ ଋତ ତାଙ୍କୁ ଧରି ରହିଲା।


ଏହା ପରେ ଯୋଷେଫ ତାଙ୍କର ପିତା ଯାକୁବଙ୍କୁ ଫାରୋଙ୍କ ସହିତ ସାକ୍ଷାତ କରାଇଲେ। ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ।


ଏକତ୍ରିତ ହେଲାବେଳେ, ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ଚୁମ୍ବନ ଦେଇ ନମସ୍କାର କର।


ସେମାନେ ସମସ୍ତେ ବହୁତ କାନ୍ଦିଲେ ଓ ପାଉଲଙ୍କୁ କୁଣ୍ଢେଇ ଧରି ଚୁମ୍ବନ ଦେଲେ।


ତା'ପରେ ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, “ଏ ବାଳକ ଯୋଗୁଁ ଅନେକ ଯିହୂଦୀଙ୍କର ଉ‌ତ୍‌ଥାନ ଓ ପତନ ହେବ। ସେ ପରମେଶ୍ୱରଙ୍କର ଏକ ଚିହ୍ନ ହେବେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ।


ତହିଁରେ ଇଲୀଶାୟ ବଳଦ ଛାଡ଼ି ଏଲିୟଙ୍କ ପଛେ ପଛେ ଦୌଡ଼ି କହିଲେ, “ମୁଁ ତୁମ୍ଭଙ୍କୁ ବିନୟ କରୁଛି, ମୋ’ ପିତାମାତାଙ୍କୁ ଚୁମ୍ବନ କରିବାକୁ ମୋତେ ଅନୁମତି ଦିଅନ୍ତୁ। ତା'ପରେ ମୁଁ ବିଦାୟ ନେଇ ତୁମ୍ଭ ପଛେ ପଛେ ଯିବି।” ଏଲିୟ ଉତ୍ତର କଲେ, “ତାହା ଉତ୍ତମ କଥା, ଯାଅ, ମୁଁ ତୁମ୍ଭକୁ ଅଟକାଉ ନାହିଁ।”


ତା'ପରେ ଯୋୟାବ ଯାଇ ରାଜାଙ୍କୁ ଏ କଥା ଜଣାଇଲା। ତା'ପରେ ରାଜା ଅବଶାଲୋମକୁ ପାଖକୁ ଡକାଇଲେ, ସେ ଆସି ରାଜାଙ୍କୁ ଭୂମିଷ୍ଟ ପ୍ରଣାମ କଲା, ରାଜା ଅବଶାଲୋମକୁ ଚୁମ୍ବନ କଲେ।


ଏଥିରେ ରାଜା ଅବଶାଲୋମକୁ କହିଲେ, “ନାହିଁ ମୋର ପୁତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତୁମ୍ଭ ପ୍ରତି ଭାରସ୍ୱରୂପ ହେବୁ।” ମାତ୍ର ସେ ବହୁତ ବଳାଇଲା। ତେବେ ହିଁ ରାଜା ଯିବାକୁ ସମ୍ମତ ନୋହି ତାହାକୁ ଆଶୀର୍ବାଦ କଲେ।


ଦାଉଦ ଆଶୀର୍ବାଦ ଦେବାକୁ ନିଜର ଘରକୁ ଗଲେ, କିନ୍ତୁ ଶାଉଲଙ୍କ କନ୍ୟା ମୀଖଲ ବାହାରକୁ ଆସି ତାଙ୍କୁ ସାକ୍ଷାତ କଲେ ଓ କହିଲେ, “ଆଜି ଇସ୍ରାଏଲର ରାଜା ନିଜକୁ ନିଜେ ସମ୍ମାନ କଲେ ନାହିଁ। ତୁମ୍ଭେ ତୁମ୍ଭର ଦାସୀମାନଙ୍କ ସମ୍ମୁଖରେ ଲୁଗା କାଢ଼ି ପକାଇଲ। ତୁମ୍ଭେ ଜଣେ ନିର୍ବୋଧପରି କାର୍ଯ୍ୟ କଲ, ଯିଏ ନିଜର ବସ୍ତ୍ର ବିନା ଲଜ୍ଜାରେ କାଢ଼ି ପକାଏ।”


ଦାଉଦ ହୋମବଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ସାରିଲା ପରେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ।


ତେଣୁ ଦାଉଦ ଶାଉଲଙ୍କ ନିକଟରେ ପ୍ରତିଜ୍ଞା କଲେ। ଦାଉଦ ପ୍ରତିଜ୍ଞା କରି କହିଲେ ସେ କଦାପି ଶାଉଲଙ୍କ ପରିବାରକୁ ଧ୍ୱଂସ କରିବେ ନାହିଁ। ତା'ପରେ ଶାଉଲ ଗୃହକୁ ଫେରିଲେ। ଦାଉଦ ଓ ତାଙ୍କର ଲୋକମାନେ ଦୁର୍ଗକୁ ପଳାଇଗଲେ।


ତା'ପରେ ବିଲିୟମ ଉଠିଲା ଏବଂ ଗୃହକୁ ଫେରିଗଲା ଓ ବାଲାକ୍ ମଧ୍ୟ ନିଜ ବାଟରେ ଗ୍ଭଲିଗଲା।


ଏହା ପରେ ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ। ତାଙ୍କ ଛାମୁରୁ ବିଦାୟ ନେଲେ।


ପୁଣି ଯୋଷେଫ ତାଙ୍କ ଅନ୍ୟ ସମସ୍ତ ଭାଇମାନଙ୍କୁ ଚୁମ୍ବନ କଲେ ଓ ସେମାନଙ୍କୁ ଧରି ରୋଦନ କଲେ। ଏହା ପରେ ତାଙ୍କର ଭାଇମାନେ ତାଙ୍କ ସହିତ କଥା କହିଲେ।


ସର୍ବଶକ୍ତିମାନ ପରମେଶ୍ୱର ଆଶୀର୍ବାଦ କରି ଅନେକ ଜନସମାଜ ହେବା ପାଇଁ ଯଥେଷ୍ଟ ବଂଶଧର କରନ୍ତୁ।


ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, “ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।


ତା'ପରେ ରାଜା ଉତ୍ତର ଦେଲେ, “କି‌ମ୍‌ହମ୍ ମୋ’ ସଙ୍ଗେ ପାର ହୋଇଯିବ। ମୁଁ ତାକୁ ତୁମ୍ଭ ପାଇଁ ଦୟା ଦେଖାଇବି। ମୁଁ ତୁମ୍ଭ ପାଇଁ ସବୁକିଛି କରିବି।”


Swiv nou:

Piblisite


Piblisite