Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 19:24 - ପବିତ୍ର ବାଇବଲ

24 ଶାଉଲଙ୍କର ପୌତ୍ର ମଫୀବୋଶତ୍ ରାଜାଙ୍କୁ ଭେଟିବା ପାଇଁ ଆସିଲା। ରାଜା ଯିରୁଶାଲମ ଛାଡ଼ିବା ଦିନଠାରୁ ମଫୀବୋଶତ୍ ତା'ର ଦାଢ଼ି କାଟି ନ ଥିଲା। ନିଜର ପାଦ ଧୋଇ ନ ଥିଲା, ତା'ର ବସ୍ତ୍ର ମଧ୍ୟ ସଫା କରି ନ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ଏଉତ୍ତାରେ ଶାଉଲଙ୍କ ପୌତ୍ର ମଫୀବୋଶତ୍ ରାଜାଙ୍କୁ ଭେଟିବା ପାଇଁ ଆସିଲା; ଆଉ ରାଜା ପ୍ରସ୍ଥାନ କରିବା ଦିନଠାରୁ କୁଶଳରେ ଗୃହକୁ ଆସିବା ଦିନ ପର୍ଯ୍ୟନ୍ତ ମଫୀବୋଶତ୍ ଆପଣା ପାଦ ପରିଷ୍କାର କରି ନ ଥିଲା, କି ଦାଢ଼ି କ୍ଷୌର ହୋଇ ନ ଥିଲା, କିଅବା ଆପଣା ବସ୍ତ୍ର ଧୌତ କରି ନ ଥିଲା।

Gade chapit la Kopi

ଓଡିଆ ବାଇବେଲ

24 ଏଉତ୍ତାରେ ଶାଉଲଙ୍କ ପୌତ୍ର ମଫୀବୋଶତ୍‍ ରାଜାଙ୍କୁ ସାକ୍ଷାତ କରିବା ପାଇଁ ଆସିଲା; ଆଉ ରାଜା ପ୍ରସ୍ଥାନ କରିବା ଦିନଠାରୁ କୁଶଳରେ ଗୃହକୁ ଆସିବା ଦିନ ପର୍ଯ୍ୟନ୍ତ ମଫୀବୋଶତ୍‍ ଆପଣା ପାଦ ପରିଷ୍କାର କରି ନ ଥିଲା, କି ଦାଢ଼ି କ୍ଷୌର ହୋଇ ନ ଥିଲା, କିଅବା ଆପଣା ବସ୍ତ୍ର ଧୌତ କରି ନ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ଏଉତ୍ତାରେ ଶାଉଲଙ୍କ ପୌତ୍ର ମଫୀବୋଶତ୍‍ ରାଜାଙ୍କୁ ସାକ୍ଷାତ କରିବା ପାଇଁ ଆସିଲା; ଆଉ ରାଜା ପ୍ରସ୍ଥାନ କରିବା ଦିନଠାରୁ କୁଶଳରେ ଗୃହକୁ ଆସିବା ଦିନ ପର୍ଯ୍ୟନ୍ତ ମଫୀବୋଶତ୍‍ ଆପଣା ପାଦ ପରିଷ୍କାର କରି ନ ଥିଲା, କି ଦାଢ଼ି କ୍ଷୌର ହୋଇ ନ ଥିଲା, କିଅବା ଆପଣା ବସ୍ତ୍ର ଧୌତ କରି ନ ଥିଲା।

Gade chapit la Kopi




2 ଶାମୁୟେଲ 19:24
12 Referans Kwoze  

ବନ୍ଦୀଘରେ ଥିବା ସେହି ଲୋକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍ଭେମାନେ ନିଜେ ମଧ୍ୟ ବନ୍ଦୀଘରେ ଥିବା ଭଳି ସେମାନଙ୍କୁ ମନେରଖ। ଯେଉଁମାନେ ଯାତନା ପାଉଛନ୍ତି, ସେମାନଙ୍କୁ ମଧ୍ୟ ଭୁଲ୍ ନାହିଁ। ମନେରଖ ଯେ, ତୁମ୍ଭେମାନେ ମଧ୍ୟ ସେମାନଙ୍କ ସ୍ଥାନରେ ଭବିଷ୍ୟତରେ ରହିପାର।


ଯେତେବେଳେ ଅନ୍ୟମାନେ ପ୍ରସନ୍ନ, ତୁମ୍ଭେମାନେ ସେମାନଙ୍କ ସହିତ ପ୍ରସନ୍ନ ହୁଅ। ଅନ୍ୟମାନେ ଦୁଃଖିତ ଥିଲାବେଳେ ତୁମ୍ଭେମାନେ ତାହାଙ୍କ ସହିତ ଦୁଃଖିତ ହୁଅ।


“ତୁମ୍ଭେ ଉପବାସ କଲାବେଳେ ଦୁଃଖିତ ଥିବା ଭଳି ମୁହଁ କର ନାହିଁ। କପଟୀମାନେ ସେହିପରି କରିଥା’ନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅ ନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖେଇବାକୁ ଗ୍ଭହାନ୍ତି ଯେ, ସେମାନେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ସେମାନଙ୍କୁ ଏଥିପାଇଁ ପ୍ରତିଫଳ ମିଳିସାରିଛି।


ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ଯାଇଛନ୍ତି। ମୋୟାବର ଲୋକମାନେ ନେବୋ ଓ ମେଦବା ପାଇଁ କାନ୍ଦୁଛନ୍ତି। ସେମାନଙ୍କର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।


ରାଜା ଦାଉଦ ପଗ୍ଭରିଲେ, “ତୁମ୍ଭ ମୁନିବର ପୁତ୍ର କାହିଁ।” ସୀବଃ ରାଜାଙ୍କୁ କହିଲା, “ସେ ଯିରୁଶାଲମରେ ଅଛନ୍ତି। କାରଣ ସେ କହିଲେ, ‘ଇସ୍ରାଏଲ ପରିବାର ଆଜି ମୋର ଅଜାଙ୍କ ରାଜ୍ୟକୁ ଫେରି ଆସିବ।’”


ଦାଉଦ ଜୈତୁନ ପର୍ବତ ଉପରକୁ ଚଢ଼ିଲେ ଓ ସେ କାନ୍ଦୁଥିଲେ, ସେ ତାଙ୍କର ମୁଣ୍ଡକୁ ଘୋଡ଼ାଇ ଦେଇ ଖାଲି ପାଦରେ ଗ୍ଭଲୁଥିଲେ। ଦାଉଦଙ୍କ ସାଙ୍ଗରେ ଥିବା ସମସ୍ତ ଲୋକ ଠିକ୍ ସେହିପରି ସେମାନଙ୍କର ମୁଣ୍ଡକୁ ଘୋଡ଼ାଇ ଖାଲି ପାଦରେ ପର୍ବତ ଉପରକୁ ଚଢ଼ିଲେ ଓ ସେମାନେ ମଧ୍ୟ କାନ୍ଦୁଥିଲେ।


ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆଜି ଏବଂ ଆସନ୍ତା କାଲି ତୁମ୍ଭେ ଏକ ବିଶେଷ ସଭାର ଆୟୋଜନ କର। ଲୋକମାନେ ସମସ୍ତେ ତାଙ୍କର ବସ୍ତ୍ର ଧୌତ କରି ପିନ୍ଧିବେ।


ତେବେ ସୀବଃ ରାଜାଙ୍କୁ କହିଲା, “ମୁଁ ଆପଣଙ୍କର ଦାସ ଆପଣଙ୍କର ଆଜ୍ଞାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। ଯାହା ଆପଣଙ୍କର ଆଦେଶ ହେବ।” ତେଣୁ ମଫୀବୋଶତ୍ ସର୍ବଦା ରାଜାଙ୍କ ପାଖରେ ତାଙ୍କର ପୁତ୍ର ତୁଲ୍ୟ ସର୍ବଦା ଭୋଜନ କରି ରହିଲେ।


ତା'ପରେ ଦାଉଦ ଉଠିଲେ, ଗାଧୋଇଲେ, ତାଙ୍କର ପୋଷାକ ପରିବର୍ତ୍ତନ କରି ପୋଷାକ ପିନ୍ଧିଲେ ଏବଂ ସଦାପ୍ରଭୁଙ୍କର ମନ୍ଦିରକୁ ଉପାସନା ପାଇଁ ଗଲେ। ତା'ପରେ ଘରକୁ ଯାଇ ଖାଇବାକୁ ଖାଦ୍ୟ ମାଗିଲେ। ତାଙ୍କର ଦାସମାନେ ତାଙ୍କୁ ଯାହା ଖାଦ୍ୟ ଦେଲେ ଓ ସେ ତାହା ଖାଇଲେ।


“ସ୍ମରଣ କର, ବିନ୍ୟାମୀନୀୟ ଗେରାର ପୁତ୍ର ବହୁରୀମ ନିବାସୀ ଶିମିୟି ତୁମ୍ଭ ସହିତ ଅଛି। ମୁଁ ମହନୟିମକୁ ପଳାୟନ କଲା ଦିନ ସେ ମୋତେ ଏକ ଜଘନ୍ୟ ଅଭିଶାପ ଦେଲା। ସେ ଯର୍ଦ୍ଦନ ନିକଟରେ ମୋତେ ଦେଖିବାକୁ ଆସିଥିଲା, “କିନ୍ତୁ ମୁଁ ତାକୁ ହତ୍ୟା ନ କରିବା ପାଇଁ ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କରିଥିଲି।


Swiv nou:

Piblisite


Piblisite