Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 19:14 - ପବିତ୍ର ବାଇବଲ

14 ଦାଉଦ ଏହିପରି ଭାବରେ ଯିହୁଦାର ସମସ୍ତ ଲୋକମାନଙ୍କର ହୃଦୟକୁ ଛୁଁଇ ଥିଲେ। ତେଣୁ ସେମାନେ ସମସ୍ତେ ଗୋଟିଏ ଲୋକପରି ଏ କଥାରେ ସମ୍ମତି ପ୍ରକାଶ କଲେ। ଯିହୁଦାର ଲୋକମାନେ ରାଜା ଦାଉଦଙ୍କ ନିକଟକୁ ଦୂତ ପଠାଇଲେ, ସେମାନେ କହିଲେ, “ଆପଣ ଓ ଆପଣଙ୍କର ସମସ୍ତ ଦାସ ଫେରି ଆସନ୍ତୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଏହିରୂପେ ସେ ଯିହୁଦାର ସମସ୍ତ ଲୋକଙ୍କ ହୃଦୟକୁ ଜଣକର ହୃଦୟ ତୁଲ୍ୟ ନତ କଲେ; ତହିଁରେ ସେମାନେ ରାଜାଙ୍କ ନିକଟକୁ ଲୋକ ପଠାଇ କହିଲେ, ଆପଣ ଓ ଆପଣଙ୍କ ସମସ୍ତ ଦାସ ଫେରି ଆସନ୍ତୁ।

Gade chapit la Kopi

ଓଡିଆ ବାଇବେଲ

14 ଏହିରୂପେ ସେ ଯିହୁଦାର ସମସ୍ତ ଲୋକଙ୍କ ହୃଦୟକୁ ଜଣକର ହୃଦୟ ତୁଲ୍ୟ ଜୟ କଲେ; ତହିଁରେ ସେମାନେ ରାଜାଙ୍କ ନିକଟକୁ ଲୋକ ପଠାଇ କହିଲେ, “ଆପଣ ଓ ଆପଣଙ୍କ ସମସ୍ତ ଦାସ ଫେରି ଆସନ୍ତୁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଏହିରୂପେ ସେ ଯିହୁଦାର ସମସ୍ତ ଲୋକଙ୍କ ହୃଦୟକୁ ଜଣକର ହୃଦୟ ତୁଲ୍ୟ ଜୟ କଲେ; ତହିଁରେ ସେମାନେ ରାଜାଙ୍କ ନିକଟକୁ ଲୋକ ପଠାଇ କହିଲେ, “ଆପଣ ଓ ଆପଣଙ୍କ ସମସ୍ତ ଦାସ ଫେରି ଆସନ୍ତୁ।”

Gade chapit la Kopi




2 ଶାମୁୟେଲ 19:14
8 Referans Kwoze  

ଏଣୁ ଇସ୍ରାଏଲର ସମସ୍ତ ଲୋକ ଏକତ୍ରିତ ହେଲେ। ସେମାନେ ସମସ୍ତେ ମି‌ସ୍‌ପୀରେ ସଦାପ୍ରଭୁଙ୍କଠାରେ ଏକତ୍ରିତ ହେଲେ। ଇସ୍ରାଏଲୀୟମାନେ ଦା‌ନ୍‌ଠାରୁ ‌ବେ‌ର୍‌ଶେବା ପର୍ଯ୍ୟନ୍ତ ଓ ଗିଲିୟଦଠାରୁ ମଧ୍ୟ ଆସିଲେ।


ବିଶ୍ୱାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସେମାନଙ୍କ ମଧ୍ୟରୁ କେହି କୌଣସି ଜିନିଷକୁ ନିଜର ବୋଲି କହୁ ନ ଥିଲେ। ସେମାନଙ୍କ ପାଖରେ ଯାହା ଥିଲା, ସେଥିରେ ସମସ୍ତେ ଭାଗୀଦାର ଥିଲେ।


ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର। ମୋତେ ସେହିସବୁ ରାଜ୍ୟର ନେତା କର। ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ।


ମୁଁ ବର୍ତ୍ତମାନ ଏହି ପ୍ରତିଜ୍ଞା କରୁଅଛି। ମୁଁ ବର୍ତ୍ତମାନ ନିଶ୍ଚିତ ହେଉଅଛି ଯେ, ପରମେଶ୍ୱର ଯାହା କହିଥିଲେ, ତାହା ଘଟିବାକୁ ଯାଉଛି। ସଦାପ୍ରଭୁ କହିଥିଲେ, ଯେ ସେ ଶାଉଲ ବଂଶଠାରୁ ରାଜ ସିଂହାସନ ନେଇ ଦାଉଦଙ୍କୁ ଦେବେ। ସଦାପ୍ରଭୁ ଦାଉଦଙ୍କୁ ଯିହୁଦା ଏବଂ ଇସ୍ରାଏଲର ରାଜା କରିବେ। ସେ ଦା‌ନ୍‌ଠାରୁ ବେ‌ର୍‌ଶେବା ପର୍ଯ୍ୟନ୍ତ ଶାସନ କରିବେ। ଏବଂ ମୁଁ ଭାବୁଛି, ସଦାପ୍ରଭୁ ମୋ’ ଉପରେ ଅନ୍ୟାୟ କରିବେ ଯଦି ମୁଁ ତାହା ନ କରେ।”


ତା'ପରେ ଇସ୍ରାଏଲର ସମସ୍ତ ପରିବାରବର୍ଗ ହିବ୍ରୋଣଠାରେ ଦାଉଦଙ୍କ ନିକଟକୁ ଆସିଲେ। ସେମାନେ କହିଲେ, “ଆମ୍ଭେମାନେ ତୁମ୍ଭର ନିଜ ପରିବାର।


ଅବଶାଲୋମ ଯୋୟାବଙ୍କୁ ସ୍ଥାନାନ୍ତର କରି ଅମାସାଙ୍କୁ ସୈନ୍ୟଦଳର ମୂଖ୍ୟ ଭାବରେ ନିଯୁକ୍ତି କଲେ। ଏହି ଅମାସା ଇସ୍ମାଏଲୀୟ ଯେଥରଙ୍କର ପୁତ୍ର ଥିଲେ। ଅମାସାର ମା’ ଥିଲେ ଅବୀଗଲ, ଯିଏ କି ସରୁୟାଙ୍କର ଭଉଣୀ ନାହଶଙ୍କର କନ୍ୟା ଥିଲେ। ଯିଏ କି ଯୋୟାବଙ୍କର ମା’ ଥିଲେ।


ତା'ପରେ ରାଜା ଅମାସାକୁ କହିଲେ, “ତିନି ଦିନ ମଧ୍ୟରେ ଯିହୁଦାର ଲୋକମାନଙ୍କୁ କୁହ ମୋତେ ସାକ୍ଷାତ କରିବା ପାଇଁ ଏବଂ ତୁମ୍ଭେ ମଧ୍ୟ ସେଠାରେ ଉପସ୍ଥିତ ହୁଅ।”


Swiv nou:

Piblisite


Piblisite