Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 18:9 - ପବିତ୍ର ବାଇବଲ

9 ଅବଶାଲୋମ ଦାଉଦଙ୍କର ଅଧିକାରୀମାନଙ୍କ ସହିତ ଦେଖା ହେଲା। ସେ ସମୟରେ ଅବଶାଲୋମ ଖଚର ଉପରେ ଚଢ଼ି ଥିଲା। ସେ ଯେତେବେଳେ ଖଚରରେ ଆରୋହଣ କରୁଥିଲା, ସେ ଖସିଯିବା ପାଇଁ ଗ୍ଭହୁଁଥିଲା ସେହି ସମୟରେ ଏକ ବିରାଟ ଅଲୋ‌ନ୍‌ବୃକ୍ଷରେ ତା'ର ମୁଣ୍ଡ ଧ‌କ୍‌କା ହେଲା ଏବଂ ବାଳଗୁଡ଼ାକ ଗଛ ଡାଳରେ ଲାଗି ଭୂମିର ଉପରେ ଝୁଲି ରହିଲା। ଯେତେବେଳେ ଖଚରଟି ସେହି ବାଟେ ଦୌଡ଼ିଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆଉ ଅବଶାଲୋମ ଅକସ୍ମାତ୍ ଦାଉଦଙ୍କର ଦାସମାନଙ୍କୁ ଭେଟିଲା। ସେ ସମୟରେ ଅବଶାଲୋମ ଖଚର ଉପରେ ଚଢ଼ିଥିଲା, ସେହି ଖଚର ଏକ ବଡ଼ ଅଲୋନ ବୃକ୍ଷର ଛନ୍ଦାଛନ୍ଦି ଶାଖା ତଳେ ଯିବାରୁ ଅବଶାଲୋମର ମସ୍ତକ ସେହି ଅଲୋନ ବୃକ୍ଷରେ ଅଟକି ରହିଲା, ତହିଁରେ ସେ ଆକାଶ ଓ ପୃଥିବୀ ମଧ୍ୟରେ ଝୁଲିଲା ଓ ଖଚର ତାହା ତଳୁ ଚାଲିଗଲା।

Gade chapit la Kopi

ଓଡିଆ ବାଇବେଲ

9 ଆଉ ଅବଶାଲୋମ ଅକସ୍ମାତ୍‍ ଦାଉଦଙ୍କର ସୈନ୍ୟମାନଙ୍କୁ ଭେଟିଲା। ସେହି ସମୟରେ ଅବଶାଲୋମ ଖଚର ଉପରେ ଚଢ଼ିଥିଲା, ସେହି ଖଚର ଏକ ବଡ଼ ଅଲୋନ ବୃକ୍ଷର ଛନ୍ଦାଛନ୍ଦି ଶାଖା ତଳେ ଯିବାରୁ ଅବଶାଲୋମର ମସ୍ତକ ସେହି ଅଲୋନ ବୃକ୍ଷରେ ଅଟକି ରହିଲା, ତହିଁରେ ସେ ଆକାଶ ଓ ପୃଥିବୀ ମଧ୍ୟରେ ଝୁଲିଲା ଓ ଖଚର ତାହା ତଳୁ ଚାଲିଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆଉ ଅବଶାଲୋମ ଅକସ୍ମାତ୍‍ ଦାଉଦଙ୍କର ସୈନ୍ୟମାନଙ୍କୁ ଭେଟିଲା। ସେହି ସମୟରେ ଅବଶାଲୋମ ଖଚର ଉପରେ ଚଢ଼ିଥିଲା, ସେହି ଖଚର ଏକ ବଡ଼ ଅଲୋନ ବୃକ୍ଷର ଛନ୍ଦାଛନ୍ଦି ଶାଖା ତଳେ ଯିବାରୁ ଅବଶାଲୋମର ମସ୍ତକ ସେହି ଅଲୋନ ବୃକ୍ଷରେ ଅଟକି ରହିଲା, ତହିଁରେ ସେ ଆକାଶ ଓ ପୃଥିବୀ ମଧ୍ୟରେ ଝୁଲିଲା ଓ ଖଚର ତାହା ତଳୁ ଚାଲିଗଲା।

Gade chapit la Kopi




2 ଶାମୁୟେଲ 18:9
18 Referans Kwoze  

ତା’ ମୁଣ୍ଡରେ ବାଳ ଭାରୀ ହେବାରୁ ସେ ତାକୁ କାଟିଲା। ପ୍ରତି ବର୍ଷ ତା’ ମୁଣ୍ଡରୁ 200 ଶେକଲ ବାଳ ବାହାରେ।


ଯେଉଁ ବ୍ୟକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହେବ। ଏହିପରି ତା’ ପାଇ ହେବ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡାମରା କାଉମାନେ ସେଗୁଡ଼ିକୁ ଖାଇଯିବେ।


ପରମେଶ୍ୱର ଦୁଷ୍ଟ ଲୋକଙ୍କ ପ୍ରତି ବିପଦ ଓ ଦୁର୍ଗତି ସୃଷ୍ଟି କରନ୍ତି। ଯେଉଁ ଲୋକମାନେ ଭଲ କାମ ନ କରନ୍ତି ସେମାନଙ୍କ ପ୍ରତି ପରମେଶ୍ୱର ବିପତ୍ତି ସୃଷ୍ଟି କରନ୍ତି।


ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ୟବସ୍ଥାର ଅଭିଶାପରୁ ମୁକ୍ତକଲେ। ଶାସ୍ତ୍ର କୁହେ: “ଯେଉଁ ଲୋକର ଶରୀରକୁ ଗଛରେ ଟାଙ୍ଗି ଦିଆ ଯାଏ, ସେ ଲୋକଟି ଅଭିଶାପଗ୍ରସ୍ତ।”


ମୋଶା କହିଥିଲେ, ‘ତୁମ୍ଭେ ତୁମ୍ଭ ବାପା-ମାଙ୍କୁ ସମ୍ମାନ କର’। ସେ ମଧ୍ୟ କହିଥିଲେ, ‘ଯେଉଁ ଲୋକ ନିଜ ବାପା-ମାଙ୍କୁ ଖରାପ କଥା କହେ, ତାକୁ ମାରି ଦିଆଯିବା ଉଚିତ୍’।


ଯେତେବେଳେ ଲୋକମାନେ ଭୟରେ ଦୌଡ଼ିବେ, ସେମାନେ ଖାତ ଭିତରେ ପଡ଼ିବେ ଏବଂ ଯେତେବେଳେ ସେମାନେ ଖାତରୁ ବାହାରକୁ ପଡ଼ିବେ, ସେମାନେ ଧରାଯିବେ। ସଦାପ୍ରଭୁ କହନ୍ତି, ଏହା ଘଟିବ କାରଣ ମୁଁ ମୋୟାବ ଉପରେ ଶାସ୍ତିର ବର୍ଷ ଆଣିବି।”


ଯେ ଆପଣା ପିତା କି ଆପଣା ମାତାଙ୍କୁ ଅଭିଶାପ ଦିଏ, ଘୋର ଅନ୍ଧକାରରେ ତା'ର ପ୍ରଦୀପ ଲିଭିଯିବ।


ଯୋୟାବ କହିଲେ, “ମୁଁ ଏଠାରେ ତୁମ୍ଭ ସହିତ ସମୟ ନଷ୍ଟ କରି ପାରିବି ନାହିଁ।” ଅବଶାଲୋମ ତଥାପି ଜୀବିତ ଅବସ୍ଥାରେ ଅଲୋ‌ନ୍‌ଗଛରେ ଝୁଲୁଥିଲା। ଯୋୟାବ ଏକ ତ୍ରିଶୁଳ ନେଇ ଅବଶାଲୋମର ଛାତିରେ ଆଘାତ କଲେ।


ଏହା ପରେ ଅହୀଥୋଫଲ ଯେତେବେଳେ ଦେଖିଲେ ଏହା ତାଙ୍କ ମନ୍ତ୍ରଣା ଅନୁସାରେ ଗଲା ନାହିଁ, ସେ ତାଙ୍କ ଗଧ ଉପରେ ଚଢ଼ି ତାଙ୍କର ନିଜ ନଗରକୁ ଫେରିଲେ ଏବଂ ସେ ତାଙ୍କ ବଂଶ ପାଇଁ ଏକ ଦଲିଲ୍ ଲେଖିଲେ ଏବଂ ନିଜେ ଫାଶି ହୋଇ ଗଲେ। ଏହିପରି ଭାବରେ ସେ ମଲା ଓ ନିଜର ପିତାର କବରରେ କବର ପାଇଲା।


“ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପିତାଙ୍କ ଭାର୍ଯ୍ୟା ସହିତ ଶୟନ କରେ ସେ ଅଭିଶପ୍ତ ହେଉ। କାରଣ ସେ ଯାହା ତା'ର ପିତାର ସେ ତାକୁ ଅନାବରଣ କରିଥାଏ।” “ଏଥିରେ ସମସ୍ତେ କହିବେ, ‘ଆମେନ୍।’


“ଲେବୀୟମାନେ କହିବେ, ‘ଆପଣା ପିତାମାତାଙ୍କୁ ଯିଏ ଅବଜ୍ଞା କରେ ଓ ଅସମ୍ମାନ କରେ ସେ ଅଭିଶପ୍ତ ହେଉ।’ “ସେଥିରେ ସମସ୍ତେ କହିବେ, ‘ଆମେନ୍’।


କିନ୍ତୁ ତା'ର ମୃତ ଶରୀରକୁ ରାତ୍ରି ତମାମ ଓହଳାଇ ରଖିବା ଉଚିତ୍ ନୁହଁ। ତା'ର ମୃତ ଶରୀରକୁ ସେହି ଏକା ଦିନରେ କବର ଦିଆଯିବା ଉଚିତ୍। କାରଣ, କେହି ବ୍ୟକ୍ତି ଗଛରେ ଝୁଲା ହୋଇ ରହିଲେ ପରମେଶ୍ୱରଙ୍କ ଦ୍ୱାରା ଅଭିଶାପ ଗ୍ରସ୍ତ ହୁଏ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଭୂମି ଦେଇଛନ୍ତି ତୁମ୍ଭେ ତାହାକୁ ଅଶୁଚି କର ନାହିଁ।


“ଯିହୂଦା ମନ୍ଦିର ଭିତରେ ସେହି ରୂପାଟଙ୍କାତକ ଫିଙ୍ଗିଦେଲା। ତା'ପରେ ସେହି ଜାଗା ଛାଡ଼ି ଯିହୂଦା ଗ୍ଭଲିଗଲା ଓ ନିଜକୁ ଫାଶି ଦେଲା।


ଅବଶାଲୋମର ଲୋକମାନେ ଗଲେ ଓ ଅବଶାଲୋମର ଆଜ୍ଞାନୁସାରେ ଅମ୍ନୋନକୁ ହତ୍ୟା କଲେ। ତେଣୁ ରାଜପୁତ୍ରମାନେ ସମସ୍ତେ ଉଠି ପ୍ରତ୍ୟେକ ନିଜ ନିଜ ଖଚର ଉପରେ ଚଢ଼ି ପଳାଇଲେ।


ଦେଶଯାକ ଯୁଦ୍ଧ ବ୍ୟାପିଗଲା। ପୁଣି ସେଦିନ ‌‌ଖ‌ଡ଼୍‌ଗ ଗ୍ରାସ କରିବା ଅପେକ୍ଷା ବନ ଅଧିକ ଲୋକ ଗ୍ରାସ କଲା।


ସେହି ସମୟରେ ଜଣେ ଲୋକ ତାହା ଦେଖି ଯୋୟାବକୁ ଜଣାଇ ଦେଲା, “ମୁଁ ଅବଶାଲୋମକୁ ଅଲୋନ ବୃକ୍ଷରେ ଟଙ୍ଗା ହୋଇଥିବାର ଦେଖିଲି।”


Swiv nou:

Piblisite


Piblisite