Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 18:26 - ପବିତ୍ର ବାଇବଲ

26 ପ୍ରହରୀ ଆଉ ଜଣେ ଦୌଡ଼ି ଆସିବାର ଦେଖିଲା। ପ୍ରହରୀ ଜଣକ ଦ୍ୱାରପାଳକୁ ଡାକି କହିଲା, “ଦେଖ! ଆଉ ଜଣେ ଲୋକ ଦୌଡ଼ି ଆସୁଅଛି।” ରାଜା କହିଲେ, “ସେ ମଧ୍ୟ ଖବର ଆଣୁଅଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଏଉତ୍ତାରେ ପ୍ରହରୀ ଆଉ ଜଣକୁ ଦୌଡ଼ି ଆସୁଥିବାର ଦେଖିଲା; ତହିଁରେ ପ୍ରହରୀ ଉଚ୍ଚୈଃସ୍ଵରରେ ଦ୍ଵାରୀକି ଡାକି କହିଲା, ଦେଖ, ଆଉ ଜଣେ ଏକାକୀ ଦୌଡ଼ି ଆସୁଅଛି। ତହିଁରେ ରାଜା କହିଲେ, ସେ ମଧ୍ୟ ସୁସମ୍ଵାଦ ଆଣୁଅଛି।

Gade chapit la Kopi

ଓଡିଆ ବାଇବେଲ

26 ଏଉତ୍ତାରେ ପ୍ରହରୀ ଆଉ ଜଣକୁ ଦୌଡ଼ି ଆସୁଥିବାର ଦେଖିଲା; ତହିଁରେ ପ୍ରହରୀ ଉଚ୍ଚୈଃସ୍ୱରରେ ଦ୍ୱାରୀକୁ ଡାକି କହିଲା, “ଦେଖ, ଆଉ ଜଣେ ଏକାକୀ ଦୌଡ଼ି ଆସୁଅଛି।” ତହିଁରେ ରାଜା କହିଲେ, “ସେ ମଧ୍ୟ ସୁସମ୍ବାଦ ଆଣୁଅଛି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଏଉତ୍ତାରେ ପ୍ରହରୀ ଆଉ ଜଣକୁ ଦୌଡ଼ି ଆସୁଥିବାର ଦେଖିଲା; ତହିଁରେ ପ୍ରହରୀ ଉଚ୍ଚସ୍ୱରରେ ଦ୍ୱାରୀକୁ ଡାକି କହିଲା, “ଦେଖ, ଆଉ ଜଣେ ଏକାକୀ ଦୌଡ଼ି ଆସୁଅଛି।” ତହିଁରେ ରାଜା କହିଲେ, “ସେ ମଧ୍ୟ ସୁସମ୍ବାଦ ଆଣୁଅଛି।”

Gade chapit la Kopi




2 ଶାମୁୟେଲ 18:26
3 Referans Kwoze  

ପ୍ରହରୀଟି ରାଜା ଦାଉଦଙ୍କୁ କହିଲା, ରାଜା ଦାଉଦ କହିଲେ, “ଯଦି ସେ ଲୋକଜଣକ ଏକା ଆସୁଅଛି ତେବେ ସେ ଖବର ନେଇ ଆସୁଅଛି।” ଲୋକ ଜଣକ ସହରର ନିକଟରୁ ନିକଟତର ହେଲା।


ପ୍ରହରୀ ଜଣକ କହିଲା, “ମୁଁ ଭାବୁଛି ପ୍ରଥମ ଲୋକଟି ସାଦୋକର ପୁତ୍ର ଅହୀମାସ୍।” ରାଜା କହିଲେ, “ଅହୀମାସ ଜଣେ ଉତ୍ତମ ଲୋକ। ସେ ନିଶ୍ଚିତ ଏକ ଭଲ ଖବର ନେଇ ଆସିଥିବ।”


ତେଣୁ ଏହି କୁଷ୍ଠୀମାନେ ଆସି ନଗରର ଦ୍ୱାରୀକୁ ଡାକିଲେ। ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟ ଛାଉଣିକୁ ଯାଇଥିଲୁ ଏବଂ ସେଠାରେ କାହାକୁ ପାଇଲୁ ନାହିଁ। ଆମ୍ଭେ କୌଣସି ବ୍ୟକ୍ତି ବିଷୟରେ ଶୁଣିଲୁ ନାହିଁ। କୌଣସି ମଣିଷ ନ ଥିଲେ, କାହାରି ଶବ୍ଦ ଶୁଣିଲୁ ନାହିଁ। ଅଶ୍ୱ ଗର୍ଦ୍ଦଭ ସେଠାରେ ବନ୍ଧା ହୋଇ ରହିଛନ୍ତି ଓ ତମ୍ବୁଗୁଡ଼ିକ ସେହିପରି ଅଛି।”


Swiv nou:

Piblisite


Piblisite