2 ଶାମୁୟେଲ 18:2 - ପବିତ୍ର ବାଇବଲ2 ଦାଉଦ ତାଙ୍କର ଲୋକମାନଙ୍କୁ ମୋଟ ତିନି ଭାଗରେ ବିଭକ୍ତ କଲେ। ଯୋୟାବ ଦାଉଦଙ୍କର ଏକ ତୃତୀୟାଂଶ ଲୋକମାନଙ୍କ ଉପରେ ନିଯୁକ୍ତି ହେଲେ। ଅନ୍ୟ ଏକ ତୃତୀୟାଂଶ ଯୋୟାବର ଭାଇ ସରୁୟାର ପୁତ୍ର ଅବୀଶୟର ଆଦେଶର ଅଧୀନରେ ରହିଲା ଏବଂ ଅବଶିଷ୍ଟ ଏକ ତୃତୀୟାଂଶ ଗାଥ୍ର ଇତ୍ତୟ ଆଦେଶର ଅଧୀନରେ ଥିଲେ। ରାଜା ତାଙ୍କର ଲୋକମାନଙ୍କୁ କହିଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କ ସହିତ ଯୁଦ୍ଧକୁ ଯିବି।” Gade chapit laପବିତ୍ର ବାଇବଲ (Re-edited) - (BSI)2 ପୁଣି ଦାଉଦ ଯୋୟାବ ହସ୍ତରେ ଲୋକମାନଙ୍କର ତୃତୀୟାଂଶ ଓ ଯୋୟାବର ଭ୍ରାତା, ସରୁୟାର ପୁତ୍ର ଅବୀଶୟ ହସ୍ତରେ ତୃତୀୟାଂଶ ଓ ଗାଥୀୟ ଇତ୍ତୟ ହସ୍ତରେ ତୃତୀୟାଂଶ ସମର୍ପଣ କରି ପଠାଇଲେ। ଆଉ ରାଜା ଲୋକମାନଙ୍କୁ କହିଲେ, ମୁଁ ନିଜେ ମଧ୍ୟ ତୁମ୍ଭମାନଙ୍କ ସଙ୍ଗେ ନିଶ୍ଚୟ ଯିବି। Gade chapit laଓଡିଆ ବାଇବେଲ2 ପୁଣି ଦାଉଦ ଯୋୟାବ ହସ୍ତରେ ସୈନ୍ୟମାନଙ୍କର ତୃତୀୟାଂଶ ଓ ଯୋୟାବର ଭ୍ରାତା, ସରୁୟାର ପୁତ୍ର ଅବୀଶୟ ହସ୍ତରେ ତୃତୀୟାଂଶ ଓ ଗାଥୀୟ ଇତ୍ତୟ ହସ୍ତରେ ତୃତୀୟାଂଶ ସମର୍ପଣ କରି ପଠାଇଲେ। ଆଉ ରାଜା ଲୋକମାନଙ୍କୁ କହିଲେ, “ମୁଁ ନିଜେ ମଧ୍ୟ ତୁମ୍ଭମାନଙ୍କ ସଙ୍ଗେ ନିଶ୍ଚୟ ଯିବି।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ପୁଣି ଦାଉଦ ଯୋୟାବ ହସ୍ତରେ ସୈନ୍ୟମାନଙ୍କର ତୃତୀୟାଂଶ ଓ ଯୋୟାବର ଭ୍ରାତା, ସରୁୟାର ପୁତ୍ର ଅବୀଶୟ ହସ୍ତରେ ତୃତୀୟାଂଶ ଓ ଗାଥୀୟ ଇତ୍ତୟ ହସ୍ତରେ ତୃତୀୟାଂଶ ସମର୍ପଣ କରି ପଠାଇଲେ। ଆଉ ରାଜା ଲୋକମାନଙ୍କୁ କହିଲେ, “ମୁଁ ନିଜେ ମଧ୍ୟ ତୁମ୍ଭମାନଙ୍କ ସଙ୍ଗେ ନିଶ୍ଚୟ ଯିବି।” Gade chapit la |
ତା’ ପରଦିନ ପ୍ରଭାତରେ ଶାଉଲ ତାଙ୍କ ସୈନ୍ୟମାନଙ୍କୁ ତିନିଭାଗ କରି ସୂର୍ଯ୍ୟୋଦୟ ସମୟରେ ଅମ୍ମୋନୀୟ ଶିବିରରେ ଅତର୍କିତଆକ୍ରମଣ କଲେ। ସେମାନେ ସେମାନଙ୍କର ପ୍ରହରୀସବୁ ପରିବର୍ତ୍ତନ କରୁଥିଲେ ତେଣୁ ପୂର୍ବାହ୍ନ ପୂର୍ବରୁ ଶାଉଲ ଏବଂ ତାଙ୍କ ସୈନ୍ୟ ତାଙ୍କୁ ପରାସ୍ତ କଲେ ଅମ୍ମୋନୀୟମାନେ ବିଭିନ୍ନ ଆଡ଼େ ଦୌଡ଼ି ପଳାଇଲେ। ସୈନ୍ୟମାନେ ଏପରି ପଳାୟନ କଲେ ଯେ, ଦୁଇଟି ସୈନ୍ୟ ଏକତ୍ରିତ ହୋଇ ପାରିଲେ ନାହିଁ।