Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 18:19 - ପବିତ୍ର ବାଇବଲ

19 ଏହା ପରେ ସାଦୋକର ପୁତ୍ର ଅହୀମାସ ଯୋୟାବଙ୍କୁ କହିଲେ, “ମୁଁ ଧାଇଁବି ଏବଂ ରାଜାଙ୍କୁ କହିବି ଯେ, ସଦାପ୍ରଭୁ ତାଙ୍କର ଶତ୍ରୁମାନଙ୍କୁ ଧ୍ୱଂସ କରିଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଏଉତ୍ତାରେ ସାଦୋକର ପୁତ୍ର ଅହୀମାସ୍ କହିଲା, ସଦାପ୍ରଭୁ କିରୂପେ ରାଜାଙ୍କର ଶତ୍ରୁମାନଙ୍କଠାରୁ ପରିଶୋଧ ନେଇଅଛନ୍ତି, ଏହି ସୁସମ୍ଵାଦ ତାଙ୍କ ନିକଟକୁ ନେବା ପାଇଁ ମୁଁ ଏବେ ଦୌଡ଼ିଯାଏ।

Gade chapit la Kopi

ଓଡିଆ ବାଇବେଲ

19 ଏଉତ୍ତାରେ ସାଦୋକର ପୁତ୍ର ଅହୀମାସ୍‍ କହିଲା, “ସଦାପ୍ରଭୁ କିପରି ରାଜାଙ୍କର ଶତ୍ରୁମାନଙ୍କଠାରୁ ସୁରକ୍ଷା ଦେଇଅଛନ୍ତି, ଏହି ସୁସମ୍ବାଦ ତାଙ୍କ ନିକଟକୁ ନେବା ପାଇଁ ମୁଁ ଏବେ ଦୌଡ଼ି ଯାଏ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଏଉତ୍ତାରେ ସାଦୋକର ପୁତ୍ର ଅହୀମାସ୍‍ କହିଲା, “ସଦାପ୍ରଭୁ କିପରି ରାଜାଙ୍କର ଶତ୍ରୁମାନଙ୍କଠାରୁ ସୁରକ୍ଷା ଦେଇଅଛନ୍ତି, ଏହି ସୁସମ୍ବାଦ ତାଙ୍କ ନିକଟକୁ ନେବା ପାଇଁ ମୁଁ ଏବେ ଦୌଡ଼ି ଯାଏ।”

Gade chapit la Kopi




2 ଶାମୁୟେଲ 18:19
15 Referans Kwoze  

ସେଠାରେ ସେମାନଙ୍କ ସଙ୍ଗେ ସେମାନଙ୍କର ଦୁଇ ପୁତ୍ର, ସାଦୋକର ପୁତ୍ର ଅହୀମାସ ଓ ଅବିୟାଥର ପୁତ୍ର ଯୋନାଥନ ଅଛନ୍ତି, ତୁମ୍ଭେମାନେ ଯାହା ଯାହା ଶୁଣିବ, ସେସବୁ କଥା ସେମାନଙ୍କ ହାତରେ ମୋ’ ପାଖକୁ ଖବର ଦେବ।”


ଠିକ୍ ତା'ପର ସମୟରେ କୂଶୀୟ ଆସି ପହଞ୍ଚିଲା। ସେ କହିଲା, “ମୋର ପ୍ରଭୁ ମହାରାଜାଙ୍କ ପାଇଁ ଏକ ସୁସମ୍ବାଦ ଅଛି। ଯେଉଁମାନେ ଆପଣଙ୍କର ବିରୁଦ୍ଧାଚରଣ କରୁଥିଲେ ସେମାନଙ୍କୁ ଆଜି ସଦାପ୍ରଭୁ ଦଣ୍ତିତ କରିଛନ୍ତି।”


ତୁମ୍ଭମାନଙ୍କ ପ୍ରତି ଭୁଲ୍ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ୱରଙ୍କ କ୍ରୋଧ ଦ୍ୱାରା ଦଣ୍ତିତ ହେବା ଲାଗି ଅପେକ୍ଷା କର। ଶାସ୍ତ୍ରରେ ଲେଖା ଅଛି: ପରମେଶ୍ୱର କହିଛନ୍ତି, “ଦଣ୍ତ ଦେବା ମୋର କାମ। ମୁଁ ଲୋକମାନଙ୍କୁ ପ୍ରତିଦାନ ଦେବି।”


ହେ ସଦାପ୍ରଭୁ, ଯେଉଁ ପିଲାମାନଙ୍କର ପିତାମାତା ନାହାନ୍ତି ସେମାନଙ୍କୁ ରକ୍ଷା କର। ଯେଉଁମାନେ ଅଧିକ ବିପଦରେ ପଡ଼ିଛନ୍ତି, ସେହି ଲୋକମାନଙ୍କୁ ଅଧିକ ଦୁଃଖୀ କରାଅ ନାହିଁ। ତେଣୁ ଦୁଷ୍ଟ ଲୋକମାନଙ୍କ ମନରେ ଭୟ ସଞ୍ଚାର କର, ଯେଉଁମାନେ ଏଠାରେ ଅଛନ୍ତି।


ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ସେହି ନଷ୍ଠୁର ଲୋକମାନଙ୍କ କାର୍ଯ୍ୟ ଦେଖୁଅଛ। ଥରେ ସେହି ମନ୍ଦକାର୍ଯ୍ୟକୁ ଗ୍ଭହଁ, ଓ କିଛି କର। ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚୟ ତୁମ୍ଭ ନିକଟକୁ ସାହାଯ୍ୟ ପାଇଁ ଆସନ୍ତି। ହେ ସଦାପ୍ରଭୁ, ତୁମ୍ଭେ ହେଉଛ ଏକମାତ୍ର, ଯିଏକି ସେହି ପିତୃହୀନମାନଙ୍କୁ ସାହାଯ୍ୟ କରିପାର।


ସଦାପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି, ଏହା ଦ୍ୱାରା ଲୋକମାନେ ଶିକ୍ଷା କରନ୍ତି ଯେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି। ହିଗାୟୋନ୍‍ ସେଲା


ତୁମ୍ଭେ ହେଉଛ ସବୁଠାରୁ ବିଗ୍ଭରବନ୍ତ। ତୁମ୍ଭେ ସିଂହାସନରେ ବିଗ୍ଭରପତିର ଆସନ ଅଳଙ୍କୃତ କରି ବସୁଛ। ହେ ସଦାପ୍ରଭୁ, ତୁମ୍ଭେ ମୋ’ କଥା କର୍ଣ୍ଣପାତ କଲ ଓ ତା'ପରେ ମୋ’ ପାଇଁ ନିଷ୍ପତ୍ତି ନେଲ।


ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ ଓ ତୁମ୍ଭର କ୍ରୋଧ ପ୍ରକାଶ କର। ମୋର ଶତ୍ରୁମାନେ କ୍ରୋଧିତ ତେଣୁ ସେମାନଙ୍କ ସମ୍ମୁଖରେ ରହି ସେମାନଙ୍କ ବିରୁଦ୍ଧରେ ସଂଗ୍ରାମ କର। ହେ ସଦାପ୍ରଭୁ, ମୋ’ ପକ୍ଷରେ ଜାଗ୍ରତ ହୁଅ ଓ ନ୍ୟାୟ ବିଗ୍ଭର କର।


ଅହୀମାସ ଉତ୍ତର ଦେଲା, “ଯାହା ହେଉନା କାହିଁକି ମୁଁ ଯିବି।” ତହିଁରେ ଯୋୟାବ ତାକୁ କହିଲେ, “ଠିକ୍ ଅଛି, ତୁମ୍ଭେ ଦାଉଦଙ୍କ ନିକଟକୁ ଦୌଡ଼।” ଏହା ପରେ ଅହୀମାସ ଯର୍ଦ୍ଦନ ଉପତ୍ୟକା ଦେଇ କୂଶୀୟକୁ ଅତିକ୍ରମ କରିଗଲା।


ଯାଜକର ପୁତ୍ର ଯୋନାଥନ ଓ ଅହୀମାସ୍ ଐ‌ନ୍‌ରୋଗେଲରେ ଅପେକ୍ଷା କରୁଥିଲେ, ଯେହେତୁ ସେମାନେ ନଗର ଭିତରକୁ ଯିବାକୁ ଗ୍ଭହିଁଲେ ନାହିଁ। ତେଣୁ ଜଣେ ଦାସୀ ନଗରରୁ ବାହାରି ଆସିଲା ଏବଂ ଖବର ଦେଉଥିଲା। ତା'ପରେ ସେମାନେ ଗଲେ ଓ ରାଜା ଦାଉଦଙ୍କୁ କହିଲେ।


ଯୋୟାବ ଉତ୍ତରରେ ଅହୀମାସକୁ କହିଲେ, “ନାଁ, ତୁମ୍ଭେ ଏ ସମ୍ବାଦ ଦାଉଦଙ୍କ ପାଖକୁ ନେଇ ଯିବ ନାହିଁ। ତୁମ୍ଭେ ଏ ସମ୍ବାଦ ଅନ୍ୟ ସମୟରେ ନେଇଯିବ। କିନ୍ତୁ ଆଜି ନେବ ନାହିଁ। କାରଣ ରାଜାଙ୍କର ପୁତ୍ର ମରିଅଛି।”


ସମଗ୍ର ବାବିଲ ନଗର ଅଧିକୃତ ହୋଇଅଛି। ଏହି ସମ୍ବାଦ ଜଣେ ବାର୍ତ୍ତାବହ ଅନ୍ୟ ଜଣେ ବାର୍ତ୍ତାବହକୁ ଓ ଜଣେ ଦୂତ ଅନ୍ୟ ଜଣେ ଦୂତକୁ ତାହା ଜଣାଇବାକୁ ଦୌଡ଼ିବ।


ରାଜା ଯାଜକ ସାଦୋକକୁ କହିଲେ, “ତୁମ୍ଭେ ଜଣେ ସିଦ୍ଧ ପୁରୁଷ। ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭର ପୁତ୍ର ଅହୀମାସ୍ ଓ ଅବିୟାଥରର ପୁତ୍ର ଯୋନାଥନ ନିରାପଦରେ ନଗରକୁ ଫେରିଯାଅ।


Swiv nou:

Piblisite


Piblisite