Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 18:1 - ପବିତ୍ର ବାଇବଲ

1 ଦାଉଦ ଲୋକମାନଙ୍କୁ ଗଣି 1,000 ଜଣରେ ଜଣେ ଓ ପ୍ରତି 100 ଜଣରେ ଜଣେ ଲେଖାଏ ମୁଖିଆଙ୍କୁ ନିଯୁକ୍ତ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଦାଉଦ ଆପଣା ସଙ୍ଗୀ ଲୋକମାନଙ୍କୁ ଗଣନା କରି ସେମାନଙ୍କ ଉପରେ ସହସ୍ରପତି ଓ ଶତପତି ନିଯୁକ୍ତ କଲେ।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଦାଉଦ ଆପଣା ସୈନ୍ୟମାନଙ୍କୁ ଗଣନା କରି ସେମାନଙ୍କ ଉପରେ ସହସ୍ରପତି ଓ ଶତପତିଗଣଙ୍କୁ ନିଯୁକ୍ତ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଦାଉଦ ଆପଣା ସୈନ୍ୟମାନଙ୍କୁ ଗଣନା କରି ସେମାନଙ୍କ ଉପରେ ସହସ୍ରପତି ଓ ଶତପତିଗଣଙ୍କୁ ନିଯୁକ୍ତ କଲେ।

Gade chapit la Kopi




2 ଶାମୁୟେଲ 18:1
8 Referans Kwoze  

“ଜଣେ ରାଜା ସୈନିକ ହେବା ପାଇଁ ତୁମ୍ଭ ପୁଅମାନଙ୍କୁ ଆଦେଶ ଦେବ। ସେ କେତେକଙ୍କୁ 1,000 ଲୋକମାନଙ୍କ ଉପରେ ଓ ଅନ୍ୟମାନଙ୍କୁ ପଗ୍ଭଶ୍ ଜଣ ଲୋକ ମଧ୍ୟରେ ଅଧିକାରୀ ରୂପେ ନିଯୁକ୍ତ କରିବ। “ସେ ତୁମ୍ଭ ପୁଅମାନଙ୍କୁ ହଳ କରିବାକୁ, ଯୁଦ୍ଧାସ୍ତ୍ର ତିଆରି କରିବାକୁ ଏବଂ ଆପଣା ରଥ ସାଜସଜ୍ଜା ତିଆରି କରିବା ପାଇଁ ବାଧ୍ୟ କରିବ।


ତା’ ପରଦିନ ପ୍ରତ୍ୟୁଷରୁ ଯିହୋଶୂୟ ସୈନ୍ୟମାନଙ୍କୁ ଏକତ୍ରିତ କଲେ। ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ନେତାଗଣ ସୈନ୍ୟମାନଙ୍କୁ ଅୟ ଆଡ଼କୁ ଆଗେଇ ନେଲେ।


ତେଣୁ ମୋଶା ଯିହୋଶୂୟଙ୍କୁ କହିଲେ, “ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ କେତେକ ଲୋକଙ୍କୁ ବାଛ। ଆସନ୍ତାକାଲି ପର୍ବତ ଉପରେ ଠିଆ ହୋଇ ତାହା ଦେଖିବି। ପରମେଶ୍ୱରଙ୍କ ଆଶାବାଡ଼ିଟିକୁ ମୋ’ ସହିତ ନେଇଯିବି।”


ପୁଣି ମୋଶା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ରପତି, ଶତପତି, ପଞ୍ଚାଶ‌ତ୍‌ପତି ଓ ଦଶପତି ରୂପେ ନିଯୁକ୍ତ କଲେ।


ସେତେବେଳେ ମୋଶା ସେନାପତିମାନଙ୍କ ପ୍ରତି (ଅର୍ଥାତ୍ ସହସ୍ରପତି ଓ ଶତପତିମାନଙ୍କ ପ୍ରତି) କ୍ରୋଧ କଲେ, ଯେଉଁମାନେ ଯୁଦ୍ଧ କ୍ଷେତ୍ରରୁ ଫେରି ଆସିଥିଲେ।


ଶାଉଲ ତାଙ୍କ ଦାସମାନଙ୍କୁ କହିଲେ, “ହେ ବିନ୍ୟାମୀନୀୟ ଲୋକମାନେ, ଶୁଣ ଯିଶୀର ପୁତ୍ର କ’ଣ ତୁମ୍ଭ ପ୍ରତି ଜଣଙ୍କୁ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦେବ? ସେ କ’ଣ ତୁମ୍ଭ ସମସ୍ତଙ୍କୁ ସହସ୍ରପତି ଓ ଶତପତି କରିବ?


ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍ “ପରମେଶ୍ୱରଙ୍କ ପ୍ରତି ଭୟକାରୀ, ବିଶ୍ୱାସୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର। ପୁଣି ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ର ପତି, ଶତପତି, ପଞ୍ଚାଶ‌ତ୍‌ପତି ଓ ଦଶପତି ରୂପେ ନିଯୁକ୍ତ କର।


ଅଧ୍ୟକ୍ଷଗଣ ସୈନ୍ୟମାନଙ୍କ ସହିତ କଥା ସମାପ୍ତ କରିବା ପରେ, ସେମାନେ ସୈନ୍ୟ ଉପରେ ସେନାପତିମାନଙ୍କୁ ନିଯୁକ୍ତ କରିବେ।


Swiv nou:

Piblisite


Piblisite