Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 17:3 - ପବିତ୍ର ବାଇବଲ

3 ତା'ପରେ ମୁଁ ସମସ୍ତ ଲୋକଙ୍କୁ ଫେରାଇ ଆଣିବି। ଯଦି ଦାଉଦ ମରିଯାଏ, ତେବେ ମୁଁ ସମସ୍ତ ଲୋକଙ୍କୁ ଶାନ୍ତିରେ ଫେରାଇ ଆଣିବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଆଉ ମୁଁ ସମସ୍ତ ଲୋକଙ୍କୁ ତୁମ୍ଭ କତିକି ଫେରାଇ ଆଣିବି; ଯାହାକୁ ତୁମ୍ଭେ ଖୋଜୁଅଛ, ସେହି ମନୁଷ୍ୟ ସମସ୍ତଙ୍କ ଫେରି ଆସିବା ତୁଲ୍ୟ; ତହିଁରେ ସମସ୍ତ ଲୋକ ଶାନ୍ତିରେ ରହିବେ।

Gade chapit la Kopi

ଓଡିଆ ବାଇବେଲ

3 ଆଉ ଯେପରି ଜଣେ ସ୍ତ୍ରୀ ବିବାହ ପରେ ସ୍ୱାମୀଙ୍କ ନିକଟକୁ ଆସେ; ସେହିପରି ମୁଁ ସମସ୍ତ ଲୋକଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିବି; ତହିଁରେ ସମସ୍ତ ଲୋକ ତୁମ ଅଧିନରେ ଶାନ୍ତିରେ ରହିବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଆଉ ଯେପରି ଜଣେ ସ୍ତ୍ରୀ ବିବାହ ପରେ ସ୍ୱାମୀଙ୍କ ନିକଟକୁ ଆସେ; ସେହିପରି ମୁଁ ସମସ୍ତ ଲୋକଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିବି; ତହିଁରେ ସମସ୍ତ ଲୋକ ତୁମ୍ଭ ଅଧୀନରେ ଶାନ୍ତିରେ ରହିବେ।”

Gade chapit la Kopi




2 ଶାମୁୟେଲ 17:3
6 Referans Kwoze  

ଲୋକେ କହିବେ: “ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ।” ସେହି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବେଦନା ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସେମାନେ ରକ୍ଷା ପାଇ ପାରିବେ ନାହିଁ।


ଆମ୍ଭର ପରମେଶ୍ୱର କୁହନ୍ତି; “ଦୁଷ୍ଟମାନଙ୍କର କିଛି ହିଁ ଶାନ୍ତି ନାହିଁ।’


ମାତ୍ର ସଦାପ୍ରଭୁ କୁହନ୍ତି, “ଦୁଷ୍ଟ ଲୋକମାନଙ୍କର ଶାନ୍ତି ନାହିଁ।”


ଅ‌‌ବ୍‌‌ନର‌ ଦାଉଦଙ୍କୁ କହିଲେ, “ହେ ମୋର ପ୍ରଭୁ ମହାରାଜ, ମୋତେ ଯିବାକୁ ଦିଅ, ଏବଂ ସମସ୍ତ ଇସ୍ରାଏଲୀୟମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବାକୁ ଦିଅ। ତା'ପରେ ସେମାନେ ତୁମ୍ଭ ସମ୍ମୁଖରେ ଏକ ଚୁକ୍ତି କରିବେ ଏବଂ ତୁମ୍ଭେ ସମଗ୍ର ଇସ୍ରାଏଲର ରାଜା ହେବ, ଏବଂ ତୁମ୍ଭ ଇଚ୍ଛାମତେ ରାଜତ୍ୱ କରିବ।” ତେଣୁ ଦାଉଦ ଅ‌‌ବ୍‌‌ନର‌କୁ ଯିବାକୁ ଅନୁମତି ଦେଲେ ଏବଂ ଅ‌‌ବ୍‌‌ନର‌ ଶାନ୍ତିରେ ଉକ୍ତ ସ୍ଥାନ ପରିତ୍ୟାଗ କଲେ।


ଏ କଥା ଅବଶାଲୋମ ଓ ତାଙ୍କର ସମସ୍ତ ଇସ୍ରାଏଲର ନେତୃବର୍ଗମାନଙ୍କର ମନକୁ ପାଇଲା।


ଯଦିଓ ଆମ୍ଭର ଲୋକମାନେ ଗମ୍ଭୀର ଭାବରେ ଆଘାତପ୍ରାପ୍ତ ହୋଇ ଅଛନ୍ତି, ସେମାନେ ଏହା କହି ସେମାନଙ୍କୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି। ଏଠାରେ ‘ଶାନ୍ତି’ ଅଛି, ଯେତେବେଳେ ସେଠାରେ ଆଦୌ ଶାନ୍ତି ନାହିଁ।


Swiv nou:

Piblisite


Piblisite