Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 17:29 - ପବିତ୍ର ବାଇବଲ

29 ସେମାନେ ମଧ୍ୟ ମହୁ, ଦହୀ, ମେଷ ଏବଂ ଲହୁଣୀ ଆଣିଲେ। ସେମାନେ ଏହିସବୁ ସାମଗ୍ରୀଗୁଡ଼ିକ ଦାଉଦ ଓ ତାଙ୍କର ଲୋକମାନଙ୍କ ଆଗରେ ଉତ୍ସର୍ଗ କଲେ। କାରଣ ସେମାନେ କହିଲେ, “ଲୋକମାନେ ମରୁଭୂମିରେ ନିଶ୍ଚିତ କ୍ଷୁଧାର୍ତ୍ତ, କ୍ଳାନ୍ତ ଓ ତୃଷାର୍ତ୍ତ ହୋଇଥିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ଓ ମଧୁ ଓ ଦଧି ଓ ମେଷ ଓ ଗୋ-ଛେନା ଆଣିଲେ; କାରଣ ସେମାନେ କହିଲେ, ଲୋକମାନେ ପ୍ରାନ୍ତରରେ କ୍ଷୁଧିତ ଓ କ୍ଳା; ଓ ତୃଷିତ ହୋଇଥିବେ।

Gade chapit la Kopi

ଓଡିଆ ବାଇବେଲ

29 ପୁଣି ମଧୁ, ଦହି, ମେଷ ଓ ଗୋ-ଛେନା ଆଣିଲେ; ତହୁଁ ଦାଉଦ ଓ ତାଙ୍କ ସହିତ ଥିବା ଲୋକମାନେ ଖାଇଲେ; କାରଣ ସେମାନେ କହିଲେ, “ଲୋକମାନେ ପ୍ରାନ୍ତରରେ କ୍ଷୁଧିତ ଓ କ୍ଳାନ୍ତ ଓ ତୃଷିତ ହୋଇଥିବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ପୁଣି ମଧୁ, ଦହି, ମେଷ ଓ ଗୋ-ଛେନା ଆଣିଲେ; ତହୁଁ ଦାଉଦ ଓ ତାଙ୍କ ସହିତ ଥିବା ଲୋକମାନେ ଖାଇଲେ; କାରଣ ସେମାନେ କହିଲେ, “ଲୋକମାନେ ପ୍ରାନ୍ତରରେ କ୍ଷୁଧିତ ଓ କ୍ଳାନ୍ତ ଓ ତୃଷିତ ହୋଇଥିବେ।”

Gade chapit la Kopi




2 ଶାମୁୟେଲ 17:29
15 Referans Kwoze  

ରାଜା ଦାଉଦ ସୀବଃକୁ ପଗ୍ଭରିଲେ, “ଏଗୁଡ଼ିକ କାହା ପାଇଁ?” ସୀବଃ ଉତ୍ତର ଦେଲା, “ଏହି ଗଧଗୁଡ଼ିକ ତୁମ୍ଭର ଲୋକମାନେ ଚଢ଼ିବା ପାଇଁ ଏବଂ ରୋଟୀ ଓ ଗ୍ରୀଷ୍ମକାଳୀନ ଫଳଗୁଡ଼ିକ ଯୁବକମାନଙ୍କର ଖାଇବା ପାଇଁ, ଦ୍ରାକ୍ଷାରସ ତୁମ୍ଭମାନଙ୍କ ସହିତ ମରୁଭୂମିକୁ ନେବା ପାଇଁ ଯେଉଁମାନେ ମୂର୍ଛା ହୋଇ ଯାଆନ୍ତି।”


ସେମାନେ କେତେକ ତୃଷାର୍ତ୍ତ ପଥିକମାନଙ୍କୁ ଜଳ ଦେଲେ। ଟେମା ଦେଶବାସୀ କେତେକ ପଳାତକ ପଥିକଙ୍କୁ ଖାଦ୍ୟ ଦେଲେ।


ରାଜା ଦାଉଦ ଓ ତାଙ୍କର ଲୋକମାନେ ଆସି ଯର୍ଦ୍ଦନ ନଦୀ କୂଳରେ ପହଞ୍ଚିଲେ। ରାଜା ଏବଂ ତାଙ୍କର ଲୋକମାନେ କ୍ଳାନ୍ତ ହୋଇଯାଇ ଥିଲେ। ତେଣୁ ସେମାନେ ସେଠାରେ ବିଶ୍ରାମ ନେଲେ ଓ କ୍ଳାନ୍ତ ମେଣ୍ଟାଇଲେ।


ପରମେଶ୍ୱରଙ୍କ ନିଜ ଲୋକମାନଙ୍କର କାମରେ ସାହାଯ୍ୟ କର। ଯେଉଁମାନଙ୍କୁ ସାହାଯ୍ୟ ଦରକାର ସେମାନଙ୍କ ପ୍ରତି ଦୃଷ୍ଟି ରଖ, ନିଜ ଘରକୁ ସେମାନଙ୍କୁ ଅତିଥି ଭାବରେ ସ୍ୱାଗତ କର।


ହେରୋଦଙ୍କ ଗୁମାସ୍ତା ଖୂଜାଙ୍କ ସ୍ତ୍ରୀ ଯୋହାନା, ଶୋଶାନ୍ନା, ପୁଣି ଏହିଭଳି ଆହୁରି ଅନେକ ସ୍ତ୍ରୀ ଲୋକ ମଧ୍ୟ ଯାଉଥିଲେ। ସେହି ସ୍ତ୍ରୀ ଲୋକମାନେ ଯୀଶୁ ଓ ତାହାଙ୍କ ପ୍ରେରିତମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କ ନିଜ ଟଙ୍କା ଖର୍ଚ୍ଚ କରୁଥିଲେ।


ପୁଣି କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ତାଡ଼ିତ ଦୁଃଖୀ ଲୋକକୁ ନିଜ ଗୃହକୁ ଆଣିବାର, ଉଲଗ୍ନକୁ ଦେଖି ତାକୁ ବସ୍ତ୍ର ପିନ୍ଧାଇଦେବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ନିଜକୁ ନ ଲୁଗ୍ଭଇବାର, ଏହି ପ୍ରକାର ଉପବାସ ଆମ୍ଭେ କ’ଣ ମନୋନୀତ କରି ନାହୁଁ?”


ସୂର୍ଯ୍ୟ ଯେପରି ତା'ର ଆଲୋକର କିରଣ ତଳକୁ ପଠାଇବା ପରି ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି। ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।


ସେ କ୍ଳାନ୍ତ ଓ ଦୁର୍ବଳ ଥିବା ବେଳେ ମୁଁ ତାହାକୁ ଆକ୍ରମଣ କରି ଭୟ ଦେଖାଇବି, ତହିଁରେ ସମସ୍ତ ଲୋକମାନେ ପଳାୟନ କରିବେ। ମୁଁ କେବଳ ରାଜାଙ୍କୁ ହତ୍ୟା କରିବି।


ସେ ମଧ୍ୟ ତାଙ୍କୁ କହିଲେ, “ଏହି ଦଶଖଣ୍ତ ବଡ଼ ଛେନାପୋଡ଼ 1,000 ସୈନ୍ୟମାନଙ୍କର କପ୍ତାନମାନଙ୍କ ପାଇଁ ନେଇ ଯାଅ ଏବଂ ତୁମ୍ଭର ଭାଇମାନଙ୍କର କୁଶଳତାର ଖବର ଆଣିବା ସହିତ, ସେମାନେ କିପରି ଅଛନ୍ତି ତାହା ଜାଣିବା ନିମନ୍ତେ କିଛି ଚିହ୍ନ ଆଣ।”


କିଛି ଲୋଭୀ ଲୋକ ଦିନଯାକ କାଟନ୍ତି ବହୁ ଜିନିଷ ଗୁଡ଼ିକ ପାଇଁ ବାସନା କରି, ମାତ୍ର ଧାର୍ମିକ ଲୋକ ଉଦାର ସହିତ ଦିଅନ୍ତି।


ସେମାନେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ ଏବଂ ସେମାନେ ଦୁର୍ବଳ ହୋଇଯାଇଥିଲେ।


Swiv nou:

Piblisite


Piblisite