Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 17:25 - ପବିତ୍ର ବାଇବଲ

25 ଅବଶାଲୋମ ଯୋୟାବଙ୍କୁ ସ୍ଥାନାନ୍ତର କରି ଅମାସାଙ୍କୁ ସୈନ୍ୟଦଳର ମୂଖ୍ୟ ଭାବରେ ନିଯୁକ୍ତି କଲେ। ଏହି ଅମାସା ଇସ୍ମାଏଲୀୟ ଯେଥରଙ୍କର ପୁତ୍ର ଥିଲେ। ଅମାସାର ମା’ ଥିଲେ ଅବୀଗଲ, ଯିଏ କି ସରୁୟାଙ୍କର ଭଉଣୀ ନାହଶଙ୍କର କନ୍ୟା ଥିଲେ। ଯିଏ କି ଯୋୟାବଙ୍କର ମା’ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ଆଉ ଅବଶାଲୋମ ଯୋୟାବ ପଦରେ ଅମାସାକୁ ସୈନ୍ୟ ଉପରେ ନିଯୁକ୍ତ କଲା। ଏହି ଅମାସା ଇସ୍ରାଏଲୀୟ ଯେଥର ନାମକ ଏକ ବ୍ୟକ୍ତିର ପୁତ୍ର, ସେ ବ୍ୟକ୍ତି ଯୋୟାବର ମାତା ସରୁୟାର ଭଗିନୀ, ନାହଶର କନ୍ୟା ଅବୀଗଲର ସହବାସ କରିଥିଲା।

Gade chapit la Kopi

ଓଡିଆ ବାଇବେଲ

25 ଆଉ ଅବଶାଲୋମ ଯୋୟାବ ବଦଳରେ ଅମାସାକୁ ସୈନ୍ୟ ଉପରେ ନିଯୁକ୍ତ କଲା। ଏହି ଅମାସା ଇସ୍ରାଏଲୀୟ ଯେଥର ନାମକ ଏକ ବ୍ୟକ୍ତିର ପୁତ୍ର, ସେ ବ୍ୟକ୍ତି ଯୋୟାବର ମାତା ସରୁୟାର ଭଗିନୀ, ନାହଶର କନ୍ୟା ଅବୀଗଲ ସହିତ ସହବାସ କରିଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ଆଉ ଅବଶାଲୋମ ଯୋୟାବ ବଦଳରେ ଅମାସାଙ୍କୁ ସୈନ୍ୟ ଉପରେ ନିଯୁକ୍ତ କଲା। ଏହି ଅମାସା ଇସ୍ରାଏଲୀୟ ଯେଥର ନାମକ ଏକ ବ୍ୟକ୍ତିର ପୁତ୍ର, ସେ ବ୍ୟକ୍ତି ଯୋୟାବର ମାତା ସରୁୟାର ଭଗିନୀ, ନାହଶର କନ୍ୟା ଅବୀଗଲ ସହିତ ସହବାସ କରିଥିଲା।

Gade chapit la Kopi




2 ଶାମୁୟେଲ 17:25
11 Referans Kwoze  

ଯିଶୀ ଇଲିୟାବଙ୍କର ପିତା ଥିଲେ। ଇଲିୟାବ ଯିଶୀଙ୍କର ପ୍ରଥମଜାତ ପୁତ୍ର ଥିଲେ। ଯିଶୀଙ୍କର ଦ୍ୱିତୀୟ ପୁତ୍ର ଥିଲେ ଅବିନାଦବ, ତାଙ୍କର ତୃତୀୟ ପୁତ୍ର ଥିଲେ ଶମ୍ମ।


ପୁଣି ତୁମ୍ଭେ ଯାଅ ଅମାସାକୁ କୁହ, ‘ତୁମ୍ଭେ ହେଉଛ ମୋର ପରିବାର ଅଂଶ ସଦସ୍ୟ, ଯଦି ମୁଁ ଯୋୟାବଙ୍କ ସ୍ଥାନରେ ତୁମ୍ଭକୁ ସେନାପତି ନ କରେ ପରମେଶ୍ୱର ମୋତେ ଦଣ୍ତ ଦେବେ।’”


ଯୋୟାବ ଆପଣାଠାରୁ ଅଧିକ ଉତ୍ତମ ଦୁଇଟି ଲୋକଙ୍କୁ ହତ୍ୟା କରିଥିଲେ। ସେମାନେ ହେଲେ ଇସ୍ରାଏଲର ସେନାପତି ନରର ପୁତ୍ର ଅ‌‌ବ୍‌‌ନର‌ ଓ ଯିହୁଦାର ସେନାପତି ଯେଥରର ପୁତ୍ର ଅମାସା। ସେ ମୋ’ ପିତା ଦାଉଦଙ୍କ ଅଜ୍ଞାତସାରରେ ଏହି ଉତ୍ତମ ଦୁଇଜଣଙ୍କୁ ହତ୍ୟା କରିଥିଲା। ତେଣୁ ସେହି ରକ୍ତପାତର ଅପରାଧ ପାଇଁ ସଦାପ୍ରଭୁ ତାକୁ ଦଣ୍ତ ଦେବେ।


ଦାଉଦ ପୁଣି କହିଲେ, “ସରୁୟାର ପୁତ୍ର ଯୋୟାବ ମୋ’ ବିରୁଦ୍ଧରେ ଯାହା କରିଅଛି, ତୁମ୍ଭେ ଭଲଭାବରେ ଜାଣ। ସେ ଇସ୍ରାଏଲର ଦୁଇ ସେନାପତିଙ୍କୁ ହତ୍ୟା କରିଛି, ନରର ପୁତ୍ର ଅ‌‌ବ୍‌‌ନର‌ ଓ ଯେଥରର ପୁତ୍ର ଅମାସାଙ୍କୁ ଶାନ୍ତି ସମୟରେ ଈର୍ଷାନ୍ୱିତ ହୋଇ ହତ୍ୟା କଲା। ସେହି ରକ୍ତରେ ତା'ର କଟିବନ୍ଧନୀ ଓ ପାଦୁକାକୁ ସିକ୍ତ କଲା। ମୋର ଦଣ୍ତ ଦେବାର ଉଚିତ୍ ଥିଲା।


ତା'ପରେ ରାଜା ଅମାସାକୁ କହିଲେ, “ତିନି ଦିନ ମଧ୍ୟରେ ଯିହୁଦାର ଲୋକମାନଙ୍କୁ କୁହ ମୋତେ ସାକ୍ଷାତ କରିବା ପାଇଁ ଏବଂ ତୁମ୍ଭେ ମଧ୍ୟ ସେଠାରେ ଉପସ୍ଥିତ ହୁଅ।”


ପୁଣି ଇସ୍ରାଏଲ ଓ ଅବଶାଲୋମ ଗିଲିୟଦ ଦେଶରେ ଛାଉଣି ସ୍ଥାପନ କଲେ।


ଯୋୟାବ ଯେତେବେଳେ ଏହା ଶୁଣିଲା, ସେ ଭୟଭୀତ ହୋଇ ପଡ଼ିଲା। କାରଣ ସେ ଅବଶାଲୋମର ଅନୁଗାମୀ ନ ହୋଇ ଅଦୋନିୟର ଅନୁଗାମୀ ହୋଇଥିଲା। ତେଣୁ ସେ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କଲା।


ଦାଉଦ ଏହିପରି ଭାବରେ ଯିହୁଦାର ସମସ୍ତ ଲୋକମାନଙ୍କର ହୃଦୟକୁ ଛୁଁଇ ଥିଲେ। ତେଣୁ ସେମାନେ ସମସ୍ତେ ଗୋଟିଏ ଲୋକପରି ଏ କଥାରେ ସମ୍ମତି ପ୍ରକାଶ କଲେ। ଯିହୁଦାର ଲୋକମାନେ ରାଜା ଦାଉଦଙ୍କ ନିକଟକୁ ଦୂତ ପଠାଇଲେ, ସେମାନେ କହିଲେ, “ଆପଣ ଓ ଆପଣଙ୍କର ସମସ୍ତ ଦାସ ଫେରି ଆସନ୍ତୁ।”


ମନଃଶୀୟ ଗୋଷ୍ଠୀର କେତେକ ବ୍ୟକ୍ତି ମଧ୍ୟ ଦାଉଦଙ୍କ ସହିତ ଯୋଗ ଦେଲେ। ଦାଉଦ ଯେତେବେଳେ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇଥିଲେ, ସେତେବେଳେ ସେମାନେ ତାହାଙ୍କ ସହିତ ଯୋଗ ଦେଇଥିଲେ। କିନ୍ତୁ ଦାଉଦ ଓ ତାଙ୍କ ଲୋକମାନେ ପ୍ରକୃତରେ ପଲେଷ୍ଟୀୟମାନଙ୍କୁ ସାହାଯ୍ୟ କରି ନ ଥିଲେ। ଦାଉଦ ଯେ ସେମାନଙ୍କୁ ସାହାଯ୍ୟ କରୁଅଛନ୍ତି, ଏହା ପଲେଷ୍ଟୀୟ ନେତାମାନେ କଥାବାର୍ତ୍ତା ହେଉଥିଲେ, କିନ୍ତୁ ତା'ପରେ ସେମାନେ ତାହାଙ୍କୁ ପଠାଇଦେବା ନିମନ୍ତେ ସ୍ଥିର କଲେ। ସେହି ଶାସକମାନେ କହିଲେ, “ଯଦି ଦାଉଦ ତାଙ୍କ ମୁନିବ ଶାଉଲଙ୍କ ପାଖକୁ ଫେରିଯାଏ, ତେବେ ଆମ୍ଭମାନଙ୍କର ମୁଣ୍ଡକାଟ ହେବ!”


Swiv nou:

Piblisite


Piblisite