Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 17:23 - ପବିତ୍ର ବାଇବଲ

23 ଏହା ପରେ ଅହୀଥୋଫଲ ଯେତେବେଳେ ଦେଖିଲେ ଏହା ତାଙ୍କ ମନ୍ତ୍ରଣା ଅନୁସାରେ ଗଲା ନାହିଁ, ସେ ତାଙ୍କ ଗଧ ଉପରେ ଚଢ଼ି ତାଙ୍କର ନିଜ ନଗରକୁ ଫେରିଲେ ଏବଂ ସେ ତାଙ୍କ ବଂଶ ପାଇଁ ଏକ ଦଲିଲ୍ ଲେଖିଲେ ଏବଂ ନିଜେ ଫାଶି ହୋଇ ଗଲେ। ଏହିପରି ଭାବରେ ସେ ମଲା ଓ ନିଜର ପିତାର କବରରେ କବର ପାଇଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଏଉତ୍ତାରେ ଅହୀଥୋଫଲ ଆପଣା ମନ୍ତ୍ରଣାନୁସାରେ କର୍ମ କରା ନ ଯିବାର ଦେଖି ଆପଣା ଗର୍ଦ୍ଦଭ ସଜାଇ ଉଠି ନିଜ ଗୃହ ଓ ନିଜ ନଗରକୁ ଗଲା ଓ ଆପଣା ଗୃହ ବିଷୟ ସଜାଡ଼ି ଆପଣାକୁ ଫାଶୀ ଦେଲା; ଏରୂପେ ସେ ମଲା, ପୁଣି ଆପଣା ପିତାର କବରରେ କବର ପାଇଲା।

Gade chapit la Kopi

ଓଡିଆ ବାଇବେଲ

23 ଏଉତ୍ତାରେ ଅହୀଥୋଫଲ ଆପଣା ମନ୍ତ୍ରଣାନୁସାରେ କର୍ମ କରା ନ ଯିବାର ଦେଖି ଆପଣା ଗର୍ଦ୍ଦଭ ସଜାଇ ଉଠି ନିଜ ଗୃହ ଓ ନିଜ ନଗରକୁ ଗଲା ଓ ଆପଣା ଗୃହ ସମସ୍ତ ବିଷୟ ସଜାଡ଼ି ଆପଣାକୁ ଫାଶୀ ଦେଲା; ଏରୂପେ ସେ ମଲା, ପୁଣି ଆପଣା ପିତାର କବରରେ କବର ପାଇଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଏଉତ୍ତାରେ ଅହୀଥୋଫଲ ଆପଣା ମନ୍ତ୍ରଣାନୁସାରେ କର୍ମ କରା ନ ଯିବାର ଦେଖି ଆପଣା ଗର୍ଦ୍ଦଭ ସଜାଇ ଉଠି ନିଜ ଗୃହ ଓ ନିଜ ନଗରକୁ ଗଲା ଓ ଆପଣା ଗୃହ ସମସ୍ତ ବିଷୟ ସଜାଡ଼ି ଆପଣାକୁ ଫାଶୀ ଦେଲା; ଏରୂପେ ସେ ମଲା, ପୁଣି ଆପଣା ପିତାର କବରରେ କବର ପାଇଲା।

Gade chapit la Kopi




2 ଶାମୁୟେଲ 17:23
15 Referans Kwoze  

“ଯିହୂଦା ମନ୍ଦିର ଭିତରେ ସେହି ରୂପାଟଙ୍କାତକ ଫିଙ୍ଗିଦେଲା। ତା'ପରେ ସେହି ଜାଗା ଛାଡ଼ି ଯିହୂଦା ଗ୍ଭଲିଗଲା ଓ ନିଜକୁ ଫାଶି ଦେଲା।


ସେ ସମୟରେ ହିଜକିୟ ଅସୁସ୍ଥ ହେଲେ ଏବଂ ମୃତ୍ୟୁବରଣ କରିବା ଉପରେ ହେଲେ। ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ କହନ୍ତି, ‘ତୁମ୍ଭେ ତୁମ୍ଭର ଗୋଟିଏ ଇଚ୍ଛା, ପରିବାର ସଭ୍ୟମାନଙ୍କ ନିମନ୍ତେ ଲେଖ କାରଣ ତୁମ୍ଭେ ନିଶ୍ଚୟ ମରିବ।’”


ଯେତେବେଳେ ଅବଶାଲୋମ ବଳିଦାନ ଉତ୍ସର୍ଗ କଲେ, ସେ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀୟ ଅହୀଥୋଫଲକୁ ତାହାର ନଗର ଗୀଲୋରୁ ଡକାଇଲେ। ତହିଁରେ ଚକ୍ରାନ୍ତ ଦୃଢ଼ ହେଲା, କାରଣ ଅବଶାଲୋମର ସପକ୍ଷର ଲୋକମାନେ ବହୁତ ବୃଦ୍ଧି ପାଇଲେ।


ହେ ପରମେଶ୍ୱର, ସେମାନଙ୍କୁ ଶାସ୍ତି ଦିଅ। ସେମାନେ ବାନ୍ଧିଥିବା ଫାଶରେ ସେମାନଙ୍କୁ ପକାଇ ଦିଅ। ସେମାନେ ତୁମ୍ଭର ବିରୁଦ୍ଧାଚରଣ କରିଛନ୍ତି, ତେଣୁ ସେମାନଙ୍କର ଅନେକ ଅପରାଧ ପାଇଁ ସେମାନଙ୍କୁ ଶାସ୍ତି ବିଧାନ କର।


ଯେତେବେଳେ ସିମ୍ରି ଦେଖିଲେ ଯେ, ନଗର କବଳିତ ହୋଇଯାଇଛି, ସେ ପ୍ରାସାଦରେ ପ୍ରବେଶ କରି ନିଆଁ ଲଗାଇ ଦେଲେ। ସେ ପୋଡ଼ିଯାଇ ମୃତ୍ୟୁବରଣ କଲେ।


ଜଣେ ଲୋକ ଦାଉଦଙ୍କୁ କହିଲେ, “ଅବଶାଲୋମଙ୍କର ଚକ୍ରାନ୍ତକାରୀମାନଙ୍କ ସହିତ ଅହୀଥୋଫଲ ଅଛି।” ତା'ପରେ ଦାଉଦ ପ୍ରାର୍ଥନା କଲେ, “ହେ ମୋର ସଦାପ୍ରଭୁ, ଦୟାକରି ଅହୀଥୋଫଲର ଉପଦେଶକୁ ଅଦରକାରୀ କର।”


ମନୁଷ୍ୟର ଅଜ୍ଞାନତା ନିଜର ଜୀବନକୁ ଧ୍ୱଂସ କରେ। କିନ୍ତୁ ତା'ପରେ ସେ ସଦାପ୍ରଭୁଙ୍କୁ ବଦନାମ କରେ।


ଅହଙ୍କାର ସର୍ବନାଶର ସମ୍ମୁଖରେ ଆସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖରେ ଆସେ।


ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ୱର ସେହି ମିଥ୍ୟାବାଦୀମାନଙ୍କୁ ଓ ହତ୍ୟାକାରୀମାନଙ୍କୁ ସେମାନଙ୍କର ଜୀବନର ଅଧା ମଧ୍ୟ ଶେଷ ନ ହୋଇଥିବା ପୂର୍ବରୁ କବରକୁ ପଠେଇ ଦିଅନ୍ତି! ମୋର ଚୁକ୍ତିର ଅଂଶ ରୂପେ ମୁଁ ମୋର ବିଶ୍ୱାସ ତୁମ୍ଭଠାରେ କରିବି।


ପରମେଶ୍ୱର ଦୁଷ୍ଟ ଲୋକଙ୍କ ପ୍ରତି ବିପଦ ଓ ଦୁର୍ଗତି ସୃଷ୍ଟି କରନ୍ତି। ଯେଉଁ ଲୋକମାନେ ଭଲ କାମ ନ କରନ୍ତି ସେମାନଙ୍କ ପ୍ରତି ପରମେଶ୍ୱର ବିପତ୍ତି ସୃଷ୍ଟି କରନ୍ତି।


ସେ ସମୟରେ ଅହୀଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସେହି ମନ୍ତ୍ରଣା ପରମେଶ୍ୱରଙ୍କ ବାକ୍ୟ ବୋଲି ବିବେଚନା କରାଯାଏ। ଦାଉଦ ଓ ଅବଶାଲୋମ ଉଭୟ ଏହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କଲେ।


ଏହା ପରେ ଦାଉଦ ଓ ତାଙ୍କର ସମସ୍ତ ସାଙ୍ଗଲୋକ ଯର୍ଦ୍ଦନ ନଦୀ ପାର ହୋଇ ଗଲେ। ପ୍ରଭାତ ଆଲୁଅ ସମୟକୁ ଯେ ଯର୍ଦ୍ଦନ ପାର ହୋଇ ଯାଇ ନ ଥିଲା। ଏହିପରି କେହି ହେଲେ ରହିଲେ ନାହିଁ।


ସେହି ସମୟରେ ହିଜକିୟ ସାଂଘାତିକ ରୋଗରେ ପୀଡ଼ିତ ହେଲେ। ତେଣୁ ଆମୋସଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ମୋତେ ଏହିକଥା କହିଛନ୍ତି, ‘ତୁମ୍ଭେ କେବେ ଆରୋଗ୍ୟ ହେବ ନାହିଁ, ତୁମ୍ଭେ ନିଶ୍ଚୟ ମରିବ। ତେଣୁ ତୁମ୍ଭେ ତୁମ୍ଭର ଗୃହକୁ ସଜାଡ଼।’”


ଏହା ମୋର ଶତ୍ରୁଗଣ ମୋ’ ବିଷୟରେ କହନ୍ତି, ମୁଁ ଆଶାକରେ ମୋ’ ବିରୁଦ୍ଧରେ ଯିଏ ଦୁଷ୍ଟକଥା କୁହେ ସଦାପ୍ରଭୁ ଏହିସବୁ ବିଷୟ ସେହି ଲୋକମାନଙ୍କ ପ୍ରତି କରନ୍ତୁ।


Swiv nou:

Piblisite


Piblisite