Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 17:17 - ପବିତ୍ର ବାଇବଲ

17 ଯାଜକର ପୁତ୍ର ଯୋନାଥନ ଓ ଅହୀମାସ୍ ଐ‌ନ୍‌ରୋଗେଲରେ ଅପେକ୍ଷା କରୁଥିଲେ, ଯେହେତୁ ସେମାନେ ନଗର ଭିତରକୁ ଯିବାକୁ ଗ୍ଭହିଁଲେ ନାହିଁ। ତେଣୁ ଜଣେ ଦାସୀ ନଗରରୁ ବାହାରି ଆସିଲା ଏବଂ ଖବର ଦେଉଥିଲା। ତା'ପରେ ସେମାନେ ଗଲେ ଓ ରାଜା ଦାଉଦଙ୍କୁ କହିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ସେସମୟରେ ଯୋନାଥନ ଓ ଅହୀମାସ୍ ଐନ୍-ରୋଗେଲରେ ରହିଥିଲେ; ଆଉ ସେମାନେ ଯେପରି ନଗରକୁ ଆସିବାର ଦେଖା ନ ଯିବେ, ଏଥିପାଇଁ ଏକ ଦାସୀ ଯାଇ ସେମାନଙ୍କୁ ସମ୍ଵାଦ ଦେଉଥାଏ; ଆଉ ସେମାନେ ଯାଇ ଦାଉଦ ରାଜାଙ୍କୁ ସମ୍ଵାଦ ଦେଉଥାʼନ୍ତି।

Gade chapit la Kopi

ଓଡିଆ ବାଇବେଲ

17 ସେହି ସମୟରେ ଯୋନାଥନ ଓ ଅହୀମାସ୍‍ ଐନ୍‍-ରୋଗେଲରେ ରହିଥିଲେ; ଆଉ ସେମାନେ ଯେପରି ନଗରକୁ ଆସିବାର ଦେଖା ନ ଯିବେ, ଏଥିପାଇଁ ଏକ ଦାସୀ ଯାଇ ସେମାନଙ୍କୁ ସମ୍ବାଦ ଦେଉଥାଏ; ଆଉ ସେମାନେ ଯାଇ ଦାଉଦ ରାଜାଙ୍କୁ ସମ୍ବାଦ ଦେଉଥା’ନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ସେହି ସମୟରେ ଯୋନାଥନ ଓ ଅହୀମାସ୍‍ ଐନ୍‍-ରୋଗେଲରେ ରହିଥିଲେ; ଆଉ ସେମାନେ ଯେପରି ନଗରକୁ ଆସିବାର ଦେଖା ନ ଯିବେ, ଏଥିପାଇଁ ଏକ ଦାସୀ ଯାଇ ସେମାନଙ୍କୁ ସମ୍ବାଦ ଦେଉଥାଏ; ଆଉ ସେମାନେ ଯାଇ ଦାଉଦ ରାଜାଙ୍କୁ ସମ୍ବାଦ ଦେଉଥାʼନ୍ତି।

Gade chapit la Kopi




2 ଶାମୁୟେଲ 17:17
8 Referans Kwoze  

ସେଠାରେ ସେମାନଙ୍କ ସଙ୍ଗେ ସେମାନଙ୍କର ଦୁଇ ପୁତ୍ର, ସାଦୋକର ପୁତ୍ର ଅହୀମାସ ଓ ଅବିୟାଥର ପୁତ୍ର ଯୋନାଥନ ଅଛନ୍ତି, ତୁମ୍ଭେମାନେ ଯାହା ଯାହା ଶୁଣିବ, ସେସବୁ କଥା ସେମାନଙ୍କ ହାତରେ ମୋ’ ପାଖକୁ ଖବର ଦେବ।”


ରାଜା ଯାଜକ ସାଦୋକକୁ କହିଲେ, “ତୁମ୍ଭେ ଜଣେ ସିଦ୍ଧ ପୁରୁଷ। ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭର ପୁତ୍ର ଅହୀମାସ୍ ଓ ଅବିୟାଥରର ପୁତ୍ର ଯୋନାଥନ ନିରାପଦରେ ନଗରକୁ ଫେରିଯାଅ।


ଏହାର ସୀମା ରଫାୟୀମ୍ ତଳ ଭୂମିର ଉତ୍ତର ଦିଗସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକା ସମ୍ମୁଖସ୍ଥ ପର୍ବତର ପ୍ରାନ୍ତ ପର୍ଯ୍ୟନ୍ତ ଲାଗିଥିଲା ଓ ଏହାର ସୀମା ହିନ୍ନୋମ ଉପତ୍ୟକାଠାରୁ ଯିବୂଷର ଦକ୍ଷିଣ ପାର୍ଶ୍ୱ ପର୍ଯ୍ୟନ୍ତ ଲାଗିଥିଲା। ଏବଂ ଏହାର ସୀମା ଐନରୋଗଲେକୁ ଲାଗିଥିଲା।


ଏହିପରି ଭାବରେ ସେହି ସୀମା ଆଖୋର ଉପତ୍ୟକାଠାରୁ ଦବୀର ଆଡ଼କୁ ଗଲା। ଏହିପରି ନଦୀର ଦକ୍ଷିଣ ପାରିସ୍ଥ ଅଦୁମ୍ମୀମ୍ ଘାଟି ସମ୍ମୁଖସ୍ଥ ଗି‌ଲ୍‌ଗଲ୍ ଆଡ଼କୁ ଯାଇ ଉତ୍ତର ଦିଗକୁ ଯାଇଛି ଓ ଐନ୍ ଶେମଶ୍ ନାମକ ଜଳାଶୟ ଆଡ଼କୁ ଚଳିଲା ଓ ତହିଁର ଶେଷଭାଗ ଐ‌ନ୍‌-ରୋଗେଲ୍ ନିକଟରେ ଥିଲା।


ଥରେ ଅଦୋନିୟ ଐନରୋଗଲେର ପାର୍ଶ୍ୱସ୍ଥ ସୋହେଲତ ପଥର ନିକଟରେ ମେଷ, ବୃଷ ଓ ପୁଷ୍ଟ ବାଛୁରି ମାରି ନିଜର ଭ୍ରାତା ରାଜପୁତ୍ରମାନଙ୍କୁ ଓ ଯିହୁଦା ରାଜାଙ୍କର ସମସ୍ତ କର୍ମଗ୍ଭରୀମାନଙ୍କୁ ଉତ୍ସର୍ଗ କରିଥିବା ପଶୁର ମାଂସ ଖାଇବା ପାଇଁ ନିମନ୍ତ୍ରଣ କଲେ।


ଯୋୟାବ ଏହିକଥା କହୁଥିବା ବେଳେ ଯାଜକ ଅବିୟାଥରର ପୁତ୍ର ଯୋନାଥନ ସେଠାରେ ପହଞ୍ଚିଲା। ଅଦୋନିୟ, “ଭିତରକୁ ଡାକିଲା, ତୁମ୍ଭେ ଯୋଗ୍ୟ ପୁରୁଷ, ତୁମ୍ଭେ ନିଶ୍ଚିତ ସୁସମାଗ୍ଭର ଆଣିଥିବ।”


ସେଠାରେ ତୁମ୍ଭ ସହିତ ଯାଜକ ସାଦୋକ ଓ ଅବିୟାଥର ଅଛନ୍ତି। ଏଣୁ ତୁମ୍ଭେ ରାଜଗୃହରୁ ଯାହାସବୁ ଶୁଣିବ, ତାହା ସାଦୋକ ଓ ଅବିୟାଥର ଯାଜକକୁ ଜଣାଇବ।


Swiv nou:

Piblisite


Piblisite