Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 17:10 - ପବିତ୍ର ବାଇବଲ

10 ତା'ପରେ ଯଦିଓ ସାହସୀ ଲୋକମାନଙ୍କ ପରି ଯେଉଁମାନେ ଗୋଟିଏ ସିଂହ ପରି ସାହସୀ ଅଟନ୍ତି, ଭୟଭୀତ ହେବେ। କାରଣ ସମସ୍ତ ଇସ୍ରାଏଲୀୟଗଣ ଜାଣନ୍ତି ଯେ, ତୁମ୍ଭର ପିତା ଗୋଟିଏ ସାହସୀ ଯୋଦ୍ଧା ଏବଂ ତାଙ୍କର ଲୋକମାନେ ମଧ୍ୟ ବଳଶାଳୀ ଅଟନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ତାହାହେଲେ, ଯେଉଁ ବିକ୍ରମଶାଳୀର ହୃଦୟ ସିଂହର ହୃଦୟ ତୁଲ୍ୟ, ସେ ମଧ୍ୟ ନିତା; ତରଳି ଯିବ; କାରଣ ଆପଣଙ୍କ ପିତା ଯେ ବୀର ଓ ତାଙ୍କ ସଙ୍ଗୀମାନେ ଯେ ବିକ୍ରମଶାଳୀ ଲୋକ, ଏହା ସମୁଦାୟ ଇସ୍ରାଏଲ ଜାଣନ୍ତି।

Gade chapit la Kopi

ଓଡିଆ ବାଇବେଲ

10 ତାହାହେଲେ, ଯେଉଁ ବିକ୍ରମଶାଳୀର ହୃଦୟ ସିଂହର ହୃଦୟ ତୁଲ୍ୟ, ସେ ମଧ୍ୟ ନିତାନ୍ତ ତରଳି ଯିବ; କାରଣ ଆପଣଙ୍କ ପିତା ଯେ ବୀର ଓ ତାଙ୍କ ସଙ୍ଗୀମାନେ ଯେ ବିକ୍ରମଶାଳୀ ଲୋକ, ଏହା ସମୁଦାୟ ଇସ୍ରାଏଲ ଜାଣନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ତାହାହେଲେ, ଯେଉଁ ବିକ୍ରମଶାଳୀର ହୃଦୟ ସିଂହର ହୃଦୟ ତୁଲ୍ୟ, ସେ ମଧ୍ୟ ନିତାନ୍ତ ତରଳି ଯିବ; କାରଣ ଆପଣଙ୍କ ପିତା ଯେ ବୀର ଓ ତାଙ୍କ ସଙ୍ଗୀମାନେ ଯେ ବିକ୍ରମଶାଳୀ ଲୋକ, ଏହା ସମୁଦାୟ ଇସ୍ରାଏଲ ଜାଣନ୍ତି।

Gade chapit la Kopi




2 ଶାମୁୟେଲ 17:10
17 Referans Kwoze  

ସେହି ବିଶ୍ୱାସ ବଳରେ କେତେ ଜଣ ଅଗ୍ନିର ଶକ୍ତି ବନ୍ଦ କଲେ, ଓ କେତେ ଲୋକ ଖ‌‌ଡ଼୍‌ଗ ଦ୍ୱାରା ମରିବାରୁ ରକ୍ଷା ପାଇଲେ। ବିଶ୍ୱାସ କାରଣରୁ ଦୁର୍ବଳ ଲୋକ ଶକ୍ତିଶାଳୀ ହେଲେ। ସେମାନେ ଯୁଦ୍ଧରେ ଶକ୍ତିଶାଳୀ ହୋଇ ଶତ୍ରୁ ସେନାଙ୍କୁ ପରାସ୍ତ କଲେ।


ମିଶର ବିଷୟକ ଶୋକ ବାର୍ତ୍ତା: ଦେଖ! ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆସୁଛନ୍ତି। ସେ ମିଶରରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ଯିବ।


ଲୋକମାନେ ସେମାନଙ୍କର ସାହସ ହରାଇବେ। ଭୟ ଲୋକମାନଙ୍କୁ ଦୁର୍ବଳ କରିଦେବ।


ଦେଖ, ତାହା ଶଲୋମନଙ୍କର ଘୋଡ଼ା ଗାଡ଼ି। ସେଠାରେ ଷାଠିଏ ଜଣ ଇସ୍ରାଏଲୀୟ ରଥକୁ ଘେରି ଅଛନ୍ତି।


ଦୁଷ୍ଟ ଲୋକମାନେ ସବୁକୁ ଭୟ କରନ୍ତି। ମାତ୍ର ଧାର୍ମିକ ଲୋକମାନେ ସିଂହପରି ଆତ୍ମନିର୍ଭରଶୀଳ ହୁଅନ୍ତି।


ତା'ପରେ ସେଠାରେ ଜଣେ ଯିହୋୟାଦାର ପୁତ୍ର ବନାୟ ଥିଲା। ସେ ଥିଲେ ଜଣେ ପରାକ୍ରମଶାଳୀ ବିକ୍ରମି ପୁରୁଷର ପୁତ୍ର। ସେ କ‌ବ୍‌ସେଲୀୟର ଅଧିବାସୀ ଥିଲା। ବନାୟ ବହୁତ ସାହସିକ କାର୍ଯ୍ୟ କରିଥିଲା। ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା। ଦିନେ ଏକ ସମୟରେ ଯେତେବେଳେ ବରଫ ପଡ଼ୁଥିଲା, ବନାୟ ଏକ ଗୁମ୍ଫାରେ ଏକ ସିଂହକୁ ହତ୍ୟା କଲା।


“ଶାଉଲ ଓ ଯୋନାଥନ ସେମାନଙ୍କ ଜୀବନକାଳ ମଧ୍ୟରେ ଲୋକମାନଙ୍କଠାରୁ ବହୁତ ପ୍ରେମ ପାଇଲେ। ଏପରିକି ମୃତ୍ୟୁ ସମୟରେ ମଧ୍ୟ ସେମାନେ ଅଲଗା ହେଲେ ନାହିଁ। ସେମାନେ ଉତ୍କ୍ରୋଶପକ୍ଷୀଠାରୁ ବେଗବାନ ଓ ସିଂହଠାରୁ ବଳବାନ ଥିଲେ।


କିନ୍ତୁ ଶାଉଲ ଦାଉଦଙ୍କୁ ମାରିଦେବା ପାଇଁ ଗ୍ଭହିଁଲେ ଏବଂ ଶାଉଲ ଏକ ଉପାୟ ଚିନ୍ତା କଲେ। ଶାଉଲ କହିଲେ, “ଦାଉଦ ମେରବ୍ ନାମକ ମୋର ଜ୍ୟେଷ୍ଠ କନ୍ୟାକୁ ଦେଖ। ମୁଁ ତାକୁ ତୁମ୍ଭକୁ ବିବାହ ଦେବି। ତା'ପରେ ତୁମ୍ଭେ ଜଣେ ବୀର ଯୋଦ୍ଧା ସୈନିକ ହେବ। ତୁମ୍ଭେ ମୋର ସନ୍ତାନ ପରି, ତା'ପରେ ତୁମ୍ଭେ ସଦାପ୍ରଭୁଙ୍କ ପାଇଁ ଯୁଦ୍ଧ କର।” ଶାଉଲ ଚିନ୍ତାକଲେ, “ମୁଁ ତାକୁ ହତ୍ୟା କରିବା ପାଇଁ ହାତ ଉଠାଇବି ନାହିଁ, କିନ୍ତୁ ପଲେଷ୍ଟୀୟମାନେ ହୁଏତ ତାକୁ ହତ୍ୟା କରି ପାରନ୍ତି।”


ଆମ୍ଭେମାନେ ବର୍ତ୍ତମାନ କେଉଁଠାକୁ ଯିବା? ଆମ୍ଭର ଭାଇମାନେ ଆମ୍ଭମାନଙ୍କ ମନରେ ତଥ୍ୟ ପ୍ରଦାନ କରି ଭୟ ସଞ୍ଚାର କରିଛନ୍ତି। ସେମାନେ କହିଲେ, ସେଠାକାର ଲୋକମାନେ ଆମ୍ଭମାନଙ୍କଠାରୁ ବଳବାନ ଓ ଦୀର୍ଘ୍ୟକାୟ। ତାଙ୍କର ନଗରମାନ ବୃହତ ଏବଂ ତା'ର ପ୍ରାଚୀରଗୁଡ଼ିକ ଆକାଶ ସ୍ପର୍ଶ କରିଛି। ଏବଂ ଆମ୍ଭେମାନେ ସେଠାରେ ଅନାକୀୟମାନଙ୍କର ଦୀର୍ଘ୍ୟକାୟ ସନ୍ତାନମାନଙ୍କୁ ଦେଖିଲୁ।’


ଇଦୋମର ନେତାଗଣ ଭୟରେ ଥରିଲେ। ମୋୟାବର ସାହସୀ ଓ ଶକ୍ତିଶାଳୀ ଲୋକମାନେ ମଧ୍ୟ ଭୟରେ ଥରିଲେ। କିଣାନୀୟମାନେ ସେମାନଙ୍କର ସାହସ ହରାଇଲେ।


ଯିହୁଦା ଏକ ସିଂହ ପରି ଅଟେ। ହେ ମୋହର ପୁତ୍ର, ତୁମ୍ଭେ ତୁମ୍ଭର ଶିକାରକୁ ବଧ କରିଛ। ସେ ବିଶ୍ରାମ ନେବା ପାଇଁ ଗଡ଼ିପଡ଼େ। ସେ ସିଂହ ଓ ସିଂହୀର ନ୍ୟାୟ ଶୟନ କଲା। କେହି ତାହାକୁ ଉଠାଇ ପାରବ ନାହିଁ।


ଦେଖନ୍ତୁ, ସେ ଏବେ କୌଣସି ଗୁମ୍ଫାରେ, ରାସ୍ତାରେ କି ଅନ୍ୟ କୌଣସି ସ୍ଥାନରେ ଲୁଚୁଛନ୍ତି। ଯଦି ତୁମ୍ଭର ପିତା ଲୋକମାନଙ୍କୁ ପ୍ରଥମେ ଆକ୍ରମଣ କରନ୍ତି, ଲୋକମାନେ ଏ ଖବର ଶୁଣିବେ, ସେମାନେ ଭାବିବେ, ‘ଅବଶାଲୋମର ଅନୁସରଣକାରୀମାନେ ହତାଶ ହେଉଛନ୍ତି।’


ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦେଇ କହିଲ, “ଆମ୍ଭେ ଏକ ଯୁବକ ତୁମ୍ଭ ମଧ୍ୟରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ୟ ସ୍ଥାପିତ କଲୁ। ଆମ୍ଭେ ସେହି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ।


ସେମାନଙ୍କର ଅନ୍ତର ଭୟରେ ଯେପରି ତରଳି ଯାଏ ଓ ସେମାନଙ୍କର ବହୁ ବିଘ୍ନ ଜନ୍ମେ, ଏଥିପାଇଁ ମୁଁ ସେମାନଙ୍କର ସକଳ ନଗର ଦ୍ୱାର ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଲକ୍ଷ୍ୟ କରି ରଖିଅଛି। ଏହା ହତ୍ୟା କଲାପରେ ଏହା ବିଜୁଳି ପରି ଚକମକ କରୁଛି।


ଯୁବକମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା, “ଦେଖନ୍ତୁ ମୁଁ ବୈ‌ଥ୍‌ଲେହମୀୟ ଯିଶୀର ଏକ ପୁତ୍ରଙ୍କୁ ଦେଖିଅଛି। ସେ ବୀଣା ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଯୋଦ୍ଧା ଓ କଥାରେ ବିଜ୍ଞ, ଆଉ ରୂପବାନ ପୁଣି ସଦାପ୍ରଭୁ ତାଙ୍କ ପାଖେ ପାଖେ ଅଛନ୍ତି।”


Swiv nou:

Piblisite


Piblisite