Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 16:9 - ପବିତ୍ର ବାଇବଲ

9 ସରୁୟାର ପୁତ୍ର ଅବିଶୟ ରାଜାଙ୍କୁ କହିଲା, “ଏ ମଲା କୁକୁରଟା କାହିଁକି ମୋ’ ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ? ଅନୁମତି ଦିଅନ୍ତୁ ମୁଁ ପାର ହୋଇ ତା'ର ମୁଣ୍ଡ କାଟି ଆଣିବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେତେବେଳେ ସରୁୟାର ପୁତ୍ର ଅବିଶୟ ରାଜାଙ୍କୁ କହିଲା, ଏ ମଲା କୁକ୍କୁରଟା କାହିଁକି ମୋʼ ପ୍ରଭୁ ମହାରାଜାଙ୍କୁ ଶାପ ଦେବ? ଅନୁମତି ଦେଉନ୍ତୁ, ମୁଁ ପାର ହୋଇ ଯାଇ ତାହାର ମୁଣ୍ତ କାଟି ପକାଏ।

Gade chapit la Kopi

ଓଡିଆ ବାଇବେଲ

9 ସେତେବେଳେ ସରୁୟାର ପୁତ୍ର ଅବୀଶୟ ରାଜାଙ୍କୁ କହିଲା, “ଏ ମଲା କୁକ୍କୁରଟା କାହିଁକି ମୋ’ ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ ? ଅନୁମତି ଦେଉନ୍ତୁ, ମୁଁ ପାର ହୋଇ ଯାଇ ତାହାର ମୁଣ୍ଡ କାଟି ପକାଏ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେତେବେଳେ ସରୁୟାର ପୁତ୍ର ଅବୀଶୟ ରାଜାଙ୍କୁ କହିଲା, “ଏ ମଲା କୁକ୍କୁରଟା କାହିଁକି ମୋʼ ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ? ଅନୁମତି ଦେଉନ୍ତୁ, ମୁଁ ପାର ହୋଇଯାଇ ତାହାର ମୁଣ୍ଡ କାଟି ପକାଏ।”

Gade chapit la Kopi




2 ଶାମୁୟେଲ 16:9
13 Referans Kwoze  

“ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ୱରଙ୍କୁ। ଏବଂ ତୁମ୍ଭର କୌଣସି ଅଧ୍ୟକ୍ଷଙ୍କୁ ଶାପ ଦେବ ନାହିଁ।


ମଫୀବୋଶତ୍ ପୁନରାୟ ଦାଉଦଙ୍କୁ ପ୍ରଣାମ କଲା, ଏବଂ କହିଲା, “ମୁଁ ତ ଏକ ମଲା କୁକୁରଠାରୁ ଭଲ ନୁହେଁ। କିନ୍ତୁ ଆପଣ ମୋ’ ପ୍ରତି ଚଳିତ ବହୁତ ଦୟା ଦେଖାଇଛନ୍ତି।”


ଅ‌‌ବ୍‌‌ନର‌ ଈ‌ଶ୍‌ବୋଶ‌ତ୍‌ର କଥା ଶୁଣି ଅତି ରାଗରେ କହିଲା, “ମୁଁ ତ ତୁମ୍ଭ ପିତା ଶାଉଲ ବଂଶକୁ ଓ ତାଙ୍କର ଭାଇ ବନ୍ଧୁମାନଙ୍କୁ ଦୟା କରୁଅଛି। ମୁଁ ମଧ୍ୟ ତୁମ୍ଭକୁ ଦାଉଦ ହସ୍ତରେ ସମର୍ପଣ କରି ନାହିଁ। ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷୟରେ ଅପରାଧ ମୋ’ ଉପରେ ଆରୋପ କରୁଅଛ।


ଇସ୍ରାଏଲର ରାଜା କାହା ପଛରେ ବାହାର ହୋଇ ଆସିଛନ୍ତି? ତୁମ୍ଭେ କାହା ପଛରେ ଗୋଡ଼ଉଛ? ଗୋଟିଏ ମଲା କୁକୁର ପଛରେ, ଗୋଟିଏ ଡାଆଂଶ ପଛରେ ତୁମ୍ଭେ ଗୋଡ଼ଉଛ।


ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ୱରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ୱରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।


ପାଉଲ ଉତ୍ତର ଦେଲେ, “ଭାଇମାନେ, ମୁଁ ତାହାଙ୍କୁ ମହାଯାଜକ ବୋଲି ଜାଣି ନ ଥିଲି। ଏହା ଧର୍ମଶାସ୍ତ୍ରରେ ଲେଖାଅଛି, ‘ତୁମ୍ଭର ନିଜ ଲୋକଙ୍କ ନେତା ବିଷୟରେ ଖରାପ କଥା କହିବା ଉଚିତ୍ ନୁହେଁ।’”


ଯୀଶୁଙ୍କ ଶିଷ୍ୟ ଯାକୁବ ଓ ଯୋହନ ଏହା ଦେଖିଲେ। ସେମାନେ କହିଲେ, “ପ୍ରଭୁ ସ୍ୱର୍ଗରୁ ଅଗ୍ନି ବର୍ଷା କରି ସେମାନଙ୍କୁ ଧ୍ୱଂସ କରିଦେବା ପାଇଁ ଆମ୍ଭେ ଆଦେଶ ଦେବୁ ବୋଲି କ’ଣ ଆପଣ ଗ୍ଭହୁଁଛନ୍ତି?”


ଯୋୟାବ ଓ ତା'ର ଭାଇ ଅବୀଶୟ ଅ‌‌ବ୍‌‌ନର‌କୁ ହତ୍ୟା କଲେ, କାରଣ ଅ‌‌ବ୍‌‌ନର‌ ସେମାନଙ୍କର ଭାଇ ଅସାହେ‌ଲ୍‌କୁ ଗିବିୟା ଯୁଦ୍ଧରେ ହତ୍ୟା କରିଥିଲେ।


କିନ୍ତୁ ସରୁୟାର ପୁତ୍ର ଅବୀଶୟ ଉତ୍ତର କରି କହିଲା, “ଶିମିୟିକୁ ଆମେ ନିଶ୍ଚିତ ମାରିଦେବୁ କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତକୁ ଶାପ ଦେଇ ଅଛି।”


ଦାଉଦ କହିଲେ, “ହେ ସରୁୟାର ପୁତ୍ର, ତୁମ୍ଭମାନଙ୍କ ସହିତ ମୁଁ କ’ଣ କରିବି? ଆଜି ତୁମ୍ଭେମାନେ ମୋର ବିରୁଦ୍ଧରେ ଅଛ। ଇସ୍ରାଏଲରେ କୌଣସି ଲୋକକୁ ମୃତ୍ୟୁ ଦଣ୍ତ ଦିଆଯିବ ନାହିଁ। ଆଜି ମୁଁ ଜାଣେ ଯେ ମୁଁ ଇସ୍ରାଏଲ ଉପରେ ରାଜା ଅଟେ।”


Swiv nou:

Piblisite


Piblisite