Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 16:4 - ପବିତ୍ର ବାଇବଲ

4 ତା'ପରେ ରାଜା ସୀବଃକୁ କହିଲେ, “ସେହି କାରଣରୁ, ବର୍ତ୍ତମାନ ମୁଁ ତୁମ୍ଭକୁ ମଫୀବୋଶତର ସର୍ବସ୍ୱ ଦେଉଛି।” ସୀବଃ କହିଲା, “ମୁଁ ଆପଣଙ୍କୁ ପ୍ରଣାମ କରୁଅଛି ହେ ପ୍ରଭୁ ମହାରାଜ, ଆପଣଙ୍କୁ ଖୁସୀ କରିବା ପାଇଁ ମୁଁ ସର୍ବଦା ଆଶା କରୁଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଏଥିରେ ରାଜା ସୀବଃକୁ କହିଲେ, ଦେଖ, ମଫୀବୋଶତର ସର୍ବସ୍ଵ ତୁମ୍ଭର ହେଲା। ତହୁଁ ସୀବଃ କହିଲା, ମୁଁ ପ୍ରଣାମ କରୁଅଛି, ହେ ମୋହର ପ୍ରଭୋ, ମହାରାଜ, ମୁଁ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଏ।

Gade chapit la Kopi

ଓଡିଆ ବାଇବେଲ

4 ଏଥିରେ ରାଜା ସୀବଃକୁ କହିଲେ, “ଦେଖ, ମଫୀବୋଶତ୍‍ର ସର୍ବସ୍ୱ ତୁମ୍ଭର ହେଲା।” ତହୁଁ ସୀବଃ କହିଲା, “ମୁଁ ପ୍ରଣାମ କରୁଅଛି, ହେ ମୋହର ପ୍ରଭୁ, ମହାରାଜ, ମୁଁ ଆପଣଙ୍କ ଦୃଷ୍ଟିରେ ଯେପରି ଅନୁଗ୍ରହ ପାଏ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏଥିରେ ରାଜା ସୀବଃକୁ କହିଲେ, “ଦେଖ, ମଫୀବୋଶତ୍‍ର ସର୍ବସ୍ୱ ତୁମ୍ଭର ହେଲା।” ତହୁଁ ସୀବଃ କହିଲା, “ମୁଁ ପ୍ରଣାମ କରୁଅଛି, ହେ ମୋହର ପ୍ରଭୋ, ମହାରାଜ, ମୁଁ ଆପଣଙ୍କ ଦୃଷ୍ଟିରେ ଯେପରି ଅନୁଗ୍ରହ ପାଏ।”

Gade chapit la Kopi




2 ଶାମୁୟେଲ 16:4
14 Referans Kwoze  

ଯେଉଁ ଲୋକ ପ୍ରଥମେ ଆପଣା ଘଟଣା ଉପସ୍ଥାପନା କରେ ଓ ବିବାଦ ଜଣାଏ, ସେ ଧାର୍ମିକ। ଯେପର୍ଯ୍ୟନ୍ତ ସେ ଅନ୍ୟ ଲୋକ ଦ୍ୱାରା ପରୀକ୍ଷା ହୋଇ ନାହିଁ।


ଯେ ଶୁଣିବା ପୂର୍ବରୁ ଉତ୍ତର କରେ, ଗୋଟିଏ ଅଜ୍ଞାନତା ପରି ସିଏ ବିବେଚନା ହୁଏ ଓ ଲଜ୍ଜିତର କାରଣ ହୁଏ।


ଜ୍ଞାନହୀନ ଜୀଜ୍ଞାଷୁ ହେବାର ଭଲ ନୁହେଁ। ଯେଉଁମାନେ ହଠାତ୍ ପ୍ରବେଶ କରନ୍ତି ଭୁଲ କରିବସନ୍ତି।


“ଯଦି କୌଣସି ଲୋକ ଅପରାଧ କରେ ବା ପାପ କରେ, ତା'ର ଦୋଷ ନିରୂପଣ ପାଇଁ ଗୋଟିଏ ସାକ୍ଷୀ ଯଥେଷ୍ଟ ନୁହେଁ। ସେହି ଲୋକକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଦୁଇଟି, ତିନୋଟି ସାକ୍ଷୀ ଯଥେଷ୍ଟ ହେବ।


“ଯଦି କୌଣସି ଲୋକ ତା'ର ଭୁଲ୍ ପାଇଁ, ତାହା ସହ ଏକମତ ହେବା ପାଇଁ ତୁମ୍ଭକୁ ଲାଞ୍ଚ ଦିଏ ତେବେ ତୁମ୍ଭେ ତାହା ଗ୍ରହଣ କର ନାହିଁ। କାରଣ ଲାଞ୍ଚ ଲୋକମାନଙ୍କୁ ଅନ୍ଧ କରିଥାଏ। ବିଗ୍ଭରକ ସତ୍ୟତା ଦେଖି ପାରେ ନାହିଁ। ଏବଂ ଲାଞ୍ଚ ମଧ୍ୟ ଏକ ଉତ୍ତମ ଲୋକର ବ୍ୟବହାର ବଦଳାଇ ଦେଇ ପାରିବ।


ଯୋୟାବ ମୁଣ୍ଡ ନୂଆଁଇ ରାଜାଙ୍କୁ ପ୍ରଣାମ କଲା ଓ ରାଜାଙ୍କ ନାମରେ ଜୟଗାନ କଲା। ସେ କହିଲା, ହେ ରାଜା! “ମୁଁ ଜାଣେ ଯେ, ଆଜି ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଇଛି। “ଏହା ଆଜି ମୁଁ ଜାଣେ କାରଣ ଆପଣଙ୍କର ଦାସର କଥାନୁସାରେ କାର୍ଯ୍ୟ କଲେ।”


ତହୁଁ ତକୋୟର ସେହି ସ୍ତ୍ରୀ ଜଣକ ରାଜାଙ୍କୁ କଥା କହିବା ବେଳେ ଭୂମିରେ ମୁଣ୍ଡମାଡ଼ି ପ୍ରଣାମ କରି କହିଲା, “ମହାରାଜ, ରକ୍ଷା କରନ୍ତୁ।”


ଯୋନାଥନର ପୁତ୍ର ମଫୀବୋଶତ୍ ଆସି ରାଜା ଦାଉଦଙ୍କୁ ଭୂମିଷ୍ଟ ପ୍ରଣାମ କଲା। ଦାଉଦ କହିଲେ, “ତୁମ୍ଭେ ମଫୀବୋଶତ୍।” ସେ କହିଲା, “ହଁ, ମହାପ୍ରଭୁ, ମୁଁ ହେଉଛି ଆପଣଙ୍କର ଦାସ ମଫୀବୋଶତ୍,”


ତା'ପରେ ରାଜା ଦାଉଦ ଶାଉଲଙ୍କର ଗ୍ଭକର ସୀବଃକୁ ପାଖକୁ ଡାକିଲେ ଏବଂ କହିଲେ, “ମୁଁ ତୁମ୍ଭର ମୁନିବର ନାତିକୁ ଶାଉଲଙ୍କର ଓ ତାହାଙ୍କ ପରିବାରକୁ ସମସ୍ତ ସମ୍ପତ୍ତି ଦେଲି।


ରାଜା ଦାଉଦ ପଗ୍ଭରିଲେ, “ତୁମ୍ଭ ମୁନିବର ପୁତ୍ର କାହିଁ।” ସୀବଃ ରାଜାଙ୍କୁ କହିଲା, “ସେ ଯିରୁଶାଲମରେ ଅଛନ୍ତି। କାରଣ ସେ କହିଲେ, ‘ଇସ୍ରାଏଲ ପରିବାର ଆଜି ମୋର ଅଜାଙ୍କ ରାଜ୍ୟକୁ ଫେରି ଆସିବ।’”


ଦାଉଦ ବହୁରୀମକୁ ଗଲେ, ସେଠାରେ ଦେଖିଲେ ଶାଉଲ ବଂଶର ଏକ ବ୍ୟକ୍ତି ସେଠାରୁ ବାହାରି ଆସିଲା, ତା'ର ନାମ ଥିଲା ଶିମିୟି। ସେ ଥିଲା ଗେରାର ପୁତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କୁ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷୟରେ ଗାଳି କରି କରି ବାହାରୁ ଥିଲା।


କିନ୍ତୁ ମୋର ଦାସ ମୋତେ ପ୍ରବଞ୍ଚନା କଲା। ସେ ହିଁ ଆପଣଙ୍କ ପାଖକୁ ଗଲା ଓ ସେ ଆପଣଙ୍କ ଆଗରେ ମୋର ଅପବାଦ କରିଅଛି। କିନ୍ତୁ ହେ ମୋର ପ୍ରଭୁ ଓ ମହାରାଜ, ଆପଣ ହେଉଛନ୍ତି ପରମେଶ୍ୱରଙ୍କର ଜଣେ ଦୂତପରି, ତେଣୁ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ତାହା କରନ୍ତୁ।


ତା'ପରେ ରାଜା ଦାଉଦ ସେ ସ୍ତ୍ରୀକୁ କହିଲେ, “ଗୃହକୁ ଫେରିଯାଅ। ମୁଁ ଏ ବିଷୟରେ ତୁମର ଯତ୍ନ ନେବି।”


Swiv nou:

Piblisite


Piblisite