Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 16:22 - ପବିତ୍ର ବାଇବଲ

22 ଏହା ପରେ ଲୋକମାନେ ଅବଶାଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ଲଗାଇଲେ, ତା'ପରେ ଅବଶାଲୋମ ନିଜ ପିତାର ଉପପତ୍ନୀମାନଙ୍କ ସହିତ ସହବାସ କଲା। ସମସ୍ତ ଇସ୍ରାଏଲୀୟମାନେ ଏହା ଦେଖିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଏଉତ୍ତାରେ ଲୋକମାନେ ଅବଶାଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ଵୁ ପ୍ରସାରିଲେ; ତହୁଁ ଅବଶାଲୋମ ସମସ୍ତ ଇସ୍ରାଏଲ ସାକ୍ଷାତରେ ଆପଣା ପିତାଙ୍କ ଉପପନିୀମାନଙ୍କ ସହବାସ କଲା।

Gade chapit la Kopi

ଓଡିଆ ବାଇବେଲ

22 ଏଉତ୍ତାରେ ଲୋକମାନେ ଅବଶାଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ପ୍ରସାରିଲେ; ତହୁଁ ଅବଶାଲୋମ ସମସ୍ତ ଇସ୍ରାଏଲ ସାକ୍ଷାତରେ ଆପଣା ପିତାଙ୍କ ଉପପତ୍ନୀମାନଙ୍କ ସହିତ ସହବାସ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଏଉତ୍ତାରେ ଲୋକମାନେ ଅବଶାଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ପ୍ରସାରିଲେ; ତହୁଁ ଅବଶାଲୋମ ସମସ୍ତ ଇସ୍ରାଏଲ ସାକ୍ଷାତରେ ଆପଣା ପିତାଙ୍କ ଉପପତ୍ନୀମାନଙ୍କ ସହିତ ସହବାସ କଲା।

Gade chapit la Kopi




2 ଶାମୁୟେଲ 16:22
11 Referans Kwoze  

ତାଙ୍କର ଘର ଜଗିବା ପାଇଁ ଦଶ ଜଣ ଉପପତ୍ନୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ ସେ ସ୍ଥାନରୁ ପଳାୟନ କଲେ।


ଦାଉଦ ଯିରୁଶାଲମସ୍ଥ ଆପଣା ଗୃହକୁ ଆସିଲେ। ପୁଣି ରାଜା ଆପଣାର ଦଶ ଉପପତ୍ନୀଙ୍କୁ ଗୃହ ଜଗିବାକୁ ଛାଡ଼ି ଯାଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଗୃହରେ ପ୍ରହରୀମାନଙ୍କ ଦ୍ୱାରା ଜଗାଇଲେ। ସେ ସେମାନଙ୍କୁ ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବୈଧବ୍ୟ ଦଶାରେ ରହିଲେ।


ସେମାନେ ଯେପରି ଜୀବନ-ଯାପନ କରୁଛନ୍ତି, ତା'ର ପରିଣତି ବିନାଶ ଅଟେ। ସେମାନେ ପରମେଶ୍ୱରଙ୍କୁ ସେବା କରିବା ପରିବର୍ତ୍ତେ ନିଜକୁ ଖୁସୀ କରିବା ପାଇଁ ବଞ୍ଚିଛନ୍ତି। ସେମାନେ ଲଜ୍ଜାଜନକ କାର୍ଯ୍ୟ କରନ୍ତି ଓ ସେଗୁଡ଼ିକ ପାଇଁ ଗର୍ବ କରନ୍ତି ଓ ସେମାନେ କେବଳ ପାର୍ଥିବ ବସ୍ତୁଗୁଡ଼ିକର ଚିନ୍ତା କରନ୍ତି।


କାରଣ ସେହି ରକ୍ତ ପାତ୍ର ମଧ୍ୟରେ ଅଛି। ଯିରୁଶାଲମ ଏହାକୁ ପଥର ଚଟାଣ ଉପରେ ଢାଳିଲା, ସେ ଧୂଳି ଭୂମିରେ ନୁହେଁ, ଯେଉଁଠାରେ ଧୂଳି ଆଚ୍ଛାଦିତ ହେବ।


ସେମାନେ ଘୃଣ୍ୟକର୍ମ କରିସୁଦ୍ଧା ଲଜ୍ଜିତ ହେଲେ ନାହିଁ, ସେମାନଙ୍କର ମୁଖମଣ୍ଡଳ ଏହି ମନ୍ଦକର୍ମ ଯୋଗୁଁ ବିବର୍ଣ୍ଣ ହେଲା ନାହିଁ। ଏଣୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ। ସେମାନଙ୍କ ପ୍ରତିଫଳ ପ୍ରାପ୍ତି ସମୟରେ ସେମାନେ ନିପାତିତ ହେବେ।’” ସଦାପ୍ରଭୁ ଏହିସବୁ କହନ୍ତି।


ତୁମ୍ଭର ପାପକର୍ମ ଯୋଗୁଁ ବୃଷ୍ଟି ନିବୃତ୍ତ ହୋଇଅଛି। ବସନ୍ତକାଳୀନ ବର୍ଷା ଆସି ନାହିଁ। କିନ୍ତୁ ତୁମ୍ଭେ ଜଣେ ବେଶ୍ୟାର ଭଂଗୀ ଓ ଲଜ୍ଜାହୀନ ଗ୍ଭହାଣି ବଜାୟ ରଖିଛ ଓ ଲଜ୍ଜିତ ହେବାକୁ ଅସ୍ୱୀକାର କରୁଛ।


ସେମାନଙ୍କର ମୁଖମଣ୍ଡଳରୁ କୁକର୍ମ କରି ଦୋଷୀ ହେବାର ପରିଚୟ ମିଳେ। ଆଉମଧ୍ୟ ସେମାନେ ସେମାନଙ୍କର ପାପ ଲାଗି ଗର୍ବିତ। ସଦୋମର ଲୋକମାନଙ୍କ ପରି ସେମାନେ ସେମାନଙ୍କର ପାପକୁ ଗୋପନ ରଖନ୍ତି। ଏହା ସେମାନଙ୍କ ପାଇଁ କୁଫଳ ହେବ କାରଣ ସେମାନେ ନିଜେ ନିଜର ଅନିଷ୍ଟ କରିବାକୁ ଯାଆନ୍ତି।


ଥରେ ସନ୍ଧ୍ୟା ସମୟରେ ଦାଉଦ ବିଛଣାରୁ ଉଠି ଛାତ ଉପରେ ବୁଲିବା ସମୟରେ ଜଣେ ସ୍ତ୍ରୀଲୋକ ଗାଧୋଉ ଥିବାର ଦେଖିଲେ। ସେହି ସ୍ତ୍ରୀ ଜଣକ ଅତି ସୁନ୍ଦରୀ ଥିଲା।


ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଜଣେ ମୋଶାଙ୍କର ସମ୍ମୁଖରେ ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ତଳୀ ସାକ୍ଷାତରେ ଜ୍ଞାତୀମାନଙ୍କ ନିକଟକୁ ଏକ ମିଦିୟନୀୟା ସ୍ତ୍ରୀ କି ଆଣିଲା। ସେତେବେଳେ ଲୋକମାନେ ସମାଗମ-ତମ୍ବୁ ନିକଟରେ ବିଳାପ କରୁଥିଲେ।


ଇସ୍ରାଏଲ ଯେତେବେଳେ ସେଠାରେ ରହୁଥିଲେ, ରୁବେନ୍ ଯାଇ ବିଲହା ସହିତ ଶୟନ କଲା। ଯିଏ ଇସ୍ରାଏଲର ଉପପତ୍ନୀ ଥିଲା। ଏହି ବିଷୟରେ ଇସ୍ରାଏଲ ଜାଣିବାକୁ ପାଇଲେ। ଇସ୍ରାଏଲର ବାରଟି ପୁତ୍ର ଥିଲେ।


Swiv nou:

Piblisite


Piblisite