Biblia Todo Logo
Bib sou entènèt

- Piblisite -




2 ଶାମୁୟେଲ 16:21 - ପବିତ୍ର ବାଇବଲ

21 ଅହୀଥୋଫଲ ଅବଶାଲୋମକୁ କହିଲା, “ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ନିଜର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ିଯାଇ ଅଛନ୍ତି, ତୁମ୍ଭେ ସେମାନଙ୍କ ସହିତ ସହବାସ କରିବାକୁ ଯାଅ। ଏହା ସମୁଦାୟ ଇସ୍ରାଏଲୀୟମାନେ ଶୁଣିବେ। ସେମାନେ ହୃ‌ଦ୍‌ବୋଧ କରିବେ ଯେ, ତୁମ୍ଭର ପିତା ବର୍ତ୍ତମାନ ତୁମ୍ଭକୁ ଘୃଣା କରନ୍ତି। ତାହାହେଲେ ତୁମ୍ଭର ସମର୍ଥକମାନେ ତୁମ୍ଭକୁ ସମର୍ଥନ ଦେବା ପାଇଁ ଅଧିକ ଉତ୍ସାହିତ ହେବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ତହିଁରେ ଅହୀଥୋଫଲ ଅବଶାଲୋମକୁ କହିଲା, ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ଆପଣାର ଯେଉଁ ଉପପନିୀମାନଙ୍କୁ ଛାଡ଼ି ଯାଇଅଛନ୍ତି, ତୁମ୍ଭେ ସେମାନଙ୍କର ସହବାସ କର; ତହିଁରେ ତୁମ୍ଭେ ଆପଣା ପିତାର ଦୁର୍ଗନ୍ଧ ସ୍ଵରୂପ ହୋଇଅଛ, ଏହା ସମୁଦାୟ ଇସ୍ରାଏଲ ଶୁଣିବେ; ତହୁଁ ତୁମ୍ଭ ସଙ୍ଗୀ ସମସ୍ତ ଲୋକଙ୍କ ହସ୍ତ ସବଳ ହେବ ।

Gade chapit la Kopi

ଓଡିଆ ବାଇବେଲ

21 ତହିଁରେ ଅହୀଥୋଫଲ ଅବଶାଲୋମଙ୍କୁ କହିଲା, “ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ଆପଣାର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ି ଯାଇଅଛନ୍ତି, ତୁମ୍ଭେ ସେମାନଙ୍କ ସହିତ ସହବାସ କର; ତହିଁରେ ତୁମ୍ଭେ ଆପଣା ପିତାର ଦୁର୍ଗନ୍ଧ ସ୍ୱରୂପ ହେବ, ଏହା ସମୁଦାୟ ଇସ୍ରାଏଲ ଶୁଣିବେ; ତହୁଁ ତୁମ୍ଭ ସଙ୍ଗୀ ସମସ୍ତ ଲୋକଙ୍କ ହସ୍ତ ସବଳ ହେବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ତହିଁରେ ଅହୀଥୋଫଲ ଅବଶାଲୋମଙ୍କୁ କହିଲା, “ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ଆପଣାର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ି ଯାଇଅଛନ୍ତି, ତୁମ୍ଭେ ସେମାନଙ୍କ ସହିତ ସହବାସ କର; ତହିଁରେ ତୁମ୍ଭେ ଆପଣା ପିତାର ଦୁର୍ଗନ୍ଧ ସ୍ୱରୂପ ହେବ, ଏହା ସମୁଦାୟ ଇସ୍ରାଏଲ ଶୁଣିବେ; ତହୁଁ ତୁମ୍ଭ ସଙ୍ଗୀ ସମସ୍ତ ଲୋକଙ୍କ ହସ୍ତ ସବଳ ହେବ।”

Gade chapit la Kopi




2 ଶାମୁୟେଲ 16:21
22 Referans Kwoze  

ଦାଉଦ ଯିରୁଶାଲମସ୍ଥ ଆପଣା ଗୃହକୁ ଆସିଲେ। ପୁଣି ରାଜା ଆପଣାର ଦଶ ଉପପତ୍ନୀଙ୍କୁ ଗୃହ ଜଗିବାକୁ ଛାଡ଼ି ଯାଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଗୃହରେ ପ୍ରହରୀମାନଙ୍କ ଦ୍ୱାରା ଜଗାଇଲେ। ସେ ସେମାନଙ୍କୁ ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବୈଧବ୍ୟ ଦଶାରେ ରହିଲେ।


ତାଙ୍କର ଘର ଜଗିବା ପାଇଁ ଦଶ ଜଣ ଉପପତ୍ନୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ ସେ ସ୍ଥାନରୁ ପଳାୟନ କଲେ।


ହେ ଯିହୁଦା ଓ ଇସ୍ରାଏଲ, ଠିକ୍ ଯେପରି ତୁମ୍ଭେମାନେ ଦେଶ ମଧ୍ୟରେ ଏକ ଅଭିଶାପ ଥିଲ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା। ସେଥିପାଇଁ ଭୟଭୀତ ହୁଅ ନାହିଁ! ସବଳ ହୁଅ।”


ତୁମ୍ଭେମାନେ ସାହସୀ ଓ ଶକ୍ତିଶାଳୀ ହୁଅ। ତୁମ୍ଭର ରାଜା ଶାଉଲ ମୃତ, କିନ୍ତୁ ତୁମ୍ଭର ଯିହୁଦାର ପରିବାରବର୍ଗ ମୋତେ ରାଜା ଭାବରେ ଅଭିଷିକ୍ତ କରିଛନ୍ତି।”


ତୁମ୍ଭେ ତୁମ୍ଭର ପିତାଙ୍କ ଭାର୍ଯ୍ୟା ସହିତ ଦୈହିକ ସମ୍ପର୍କ ରଖିବ ନାହିଁ, ଯଦିଓ ସେ ତୁମ୍ଭର ମା ନୁହେଁ, ତାହା ତୁମ୍ଭର ପିତାଙ୍କ ପ୍ରତି ଅସମ୍ମାନ ହେବ।


ଲୋକେ ପ୍ରକୃତରେ କହୁଛନ୍ତି ଯେ, ତୁମ୍ଭମାନଙ୍କ ଭିତରେ ଯୌନଗତ ପାପ ଅଛି। ଏହି ପାପ ଏପରିକି ପରମେଶ୍ୱରଙ୍କୁ ନ ଜାଣିଥିବା ଲୋକମାନଙ୍କଠାରେ ମଧ୍ୟ ଏହା ହୁଏ ନାହିଁ। ଲୋକେ କହୁଛନ୍ତି ଯେ, ଜଣେ ଲୋକ ନିଜ ବାପାର ସ୍ତ୍ରୀ ସହିତ ବାସ କରୁଛି,


ରାଜା ଶଲୋମନ ତାଙ୍କ ମାତାଙ୍କୁ ପଗ୍ଭରିଲେ, “ତୁମ୍ଭେ ମୋତେ କାହିଁକି ଅବୀଶଗ ସହିତ ଅଦୋନିୟକୁ ବିବାହ ଦେବା ପାଇଁ କହୁଛ? ତୁମ୍ଭେ ମୋତେ କାହିଁକି ପଗ୍ଭରୁ ନାହଁ ତାକୁ ରାଜା କରିବା ପାଇଁ? କାରଣ ସେ ତ ମୋର ବଡ଼ଭାଇ। ଯାଜକ ଅବିୟାଥର ଓ ସରୁୟାର ପୁତ୍ର ଯୋୟାବ ତାକୁ ସମର୍ଥନ କରନ୍ତି।”


ଅଦୋନିୟ କହିଲେ, “ତୁମ୍ଭେ ଅନୁଗ୍ରହ କରି ଶୁନେମୀୟା ଅବୀଶଗକୁ ମୋ’ ସହିତ ବିବାହ ଦେବା ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।”


“ସଦାପ୍ରଭୁ ଏ କଥା କହନ୍ତି, ‘ମୁଁ ତୁମ୍ଭ ବିରୁଦ୍ଧରେ ବିପତ୍ତି ଆଣିବାକୁ ଯାଉଅଛି ଏବଂ ଏବା ତୁମ୍ଭ ପରିବାରରୁ ଆସିବ। ମୁଁ ତୁମ୍ଭର ସ୍ତ୍ରୀମାନଙ୍କୁ ନେଇଯିବି ଓ ତୁମ୍ଭର ଅତି ନିଜର ଲୋକକୁ ଦେବି। ସେ ସେମାନଙ୍କ ସହିତ ଶୟନ କରିବ ଏବଂ ପ୍ରତ୍ୟେକ ତାହା ଜାଣିବେ।


ଆଖୀଶ୍ ଦାଉଦଙ୍କୁ ବିଶ୍ୱାସ କରି ନିଜକୁ ନିଜେ କହିଲା, “ବର୍ତ୍ତମାନ ଦାଉଦର ନିଜର ଲୋକମାନେ ତାଙ୍କୁ ଘୃଣା କରିବା ଆରମ୍ଭ କଲେଣି, ଇସ୍ରାଏଲୀୟମାନେ ଦାଉଦଙ୍କୁ ବହୁତ ଘୃଣା କରୁଛନ୍ତି ଏବଂ ବର୍ତ୍ତମାନ ଦାଉଦ ମୋର ଦାସ ହୋଇ ଚିରଦିନ ରହିବ।”


ସମସ୍ତ ଇସ୍ରାଏଲୀୟ ଏ ସମ୍ବାଦ ଶୁଣିଲେ। ସେମାନେ କହିଲେ, “ଶାଉଲ ପଲେଷ୍ଟୀୟ ନେତାଙ୍କୁ ହତ୍ୟା କରିଛନ୍ତି। ବର୍ତ୍ତମାନ ପଲେଷ୍ଟୀୟମାନେ ପ୍ରକୃତରେ ଇସ୍ରାଏଲୀୟମାନଙ୍କୁ ଘୃଣା କରନ୍ତି।” ଇସ୍ରାଏଲୀୟମାନେ ଶାଉଲଙ୍କ ସହ ଗି‌ଲ୍‌ଗ‌ଲ୍‌ରେ ଏକତ୍ରିତ ହେବାକୁ ଡକା ହେଲେ।


ଯଦି କୌଣସି ବ୍ୟକ୍ତି ତା'ର ପିତୃ ଭାର୍ଯ୍ୟା ସହିତ ଦୈହୀକ ସମ୍ପର୍କ ରଖେ, ସେ ତାଙ୍କର ପିତାକୁ ଅସମ୍ମାନ କରିଥାଏ। ତେବେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ମୃତ୍ୟୁଦଣ୍ଡ ପାଇବେ। ସେମାନେ ନିଜର ଅପରାଧ ପାଇଁ ଦାୟୀ ରହିବେ। ସେହି ସ୍ତ୍ରୀ ତା'ର ପିତାର ଅଟେ।


ତେଣୁ ଯିହୁଦା ତାର ପାଖକୁ ଗଲା ଏବଂ କହିଲା, “ତୁମ୍ଭ ସହିତ ମୋତେ ସହବାସ କରିବାକୁ ଦିଅ।” ସେ ତା'ର ପୁତ୍ରବଧୁ ବୋଲି ଯିହୁଦା ଜାଣି ନ ଥିଲା। ସେ କହିଲା, “ତୁମ୍ଭେ ମୋତେ କ’ଣ ଦେବ?”


ଇସ୍ରାଏଲ ଯେତେବେଳେ ସେଠାରେ ରହୁଥିଲେ, ରୁବେନ୍ ଯାଇ ବିଲହା ସହିତ ଶୟନ କଲା। ଯିଏ ଇସ୍ରାଏଲର ଉପପତ୍ନୀ ଥିଲା। ଏହି ବିଷୟରେ ଇସ୍ରାଏଲ ଜାଣିବାକୁ ପାଇଲେ। ଇସ୍ରାଏଲର ବାରଟି ପୁତ୍ର ଥିଲେ।


କିନ୍ତୁ ଯାକୁବ, ଶିମିୟୋନ ଓ ଲେବୀକୁ କହିଲେ, “ତୁମ୍ଭେମାନେ ମୋତେ ବହୁ ଅସୁବିଧାରେ ପକାଇଲଣି। ଏଠାକାର ସମସ୍ତ ଲୋକେ ମୋତେ ଘୃଣା କରିବେ। ସମସ୍ତ କିଣାନୀୟ ସମସ୍ତ ପିରିଜୀୟ ସମସ୍ତ ଲୋକେ ମୋର ବିରୁଦ୍ଧାଚରଣ କରିବେ। ଆମ୍ଭମାନଙ୍କର ବହୁତ କମ୍ ଲୋକ। ଯଦି ଏହି ସ୍ଥାନର ଲୋକମାନେ ଆମ୍ଭ ସହ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେବେ, ତେବେ ଆମ୍ଭେ ଧ୍ୱଂସ ପାଇଯିବା। ଏବଂ ଆମ୍ଭର ସମସ୍ତ ଲୋକ ମୋ’ ସହିତ ଶେଷ ହୋଇଯିବେ।”


ଅବଶାଲୋମ ଅହୀଥୋଫଲକୁ କହିଲା, “ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ୟ, ଏ ବିଷୟରେ ତୁମ୍ଭେ ମନ୍ତ୍ରଣା ଦିଅ।”


ହୂଶୟ ଅବଶାଲୋମକୁ କହିଲା, “ଅହୀଥୋଫଲଙ୍କ ଦ୍ୱାରା ଦିଆଯାଇଥିବା ମନ୍ତ୍ରଣା ଏହି ସମୟ ପାଇଁ ଭଲ ନୁହେଁ।”


ଅମ୍ମୋନୀୟମାନେ ହୃଦୟଙ୍ଗମ କଲେ ଯେ, ରାଜା ଦାଉଦ ସେମାନଙ୍କୁ ବର୍ତ୍ତମାନ ତାଙ୍କର ଶତ୍ରୁ ବୋଲି ବିବେଚନା କଲେ। ତେଣୁ ସେମାନେ 20,000 ଅରାମୀୟ ସୈନ୍ୟମାନଙ୍କୁ ବୈଥ-ରହୋବ ଓ ସୋବାରୁ 1,000 ଜଣ ମାଖାର ରାଜାଙ୍କଠାରୁ ଏବଂ ଟୋବରୁ 12,000 ସୈନ୍ୟ ଭଡ଼ାରେ ଆଣିଲେ।


ଯୋନାଦବ୍ ତାହାକୁ କହିଲା, “ତୁମ୍ଭେ ଶଯ୍ୟାରେ ପଡ଼ି ରୋଗର ବାହାନା କର। ପୁଣି ତୁମ୍ଭ ପିତା ତୁମ୍ଭକୁ ଦେଖିବାକୁ ଆସିଲେ ତାଙ୍କୁ କୁହ, ‘ଦୟାକରି ମୋର ଭଉଣୀ ତାମରକୁ ମୋ’ ପାଖକୁ ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦିଅନ୍ତୁ। ସେ ମୋ’ ଆଗରେ ଖାଦ୍ୟ ରାନ୍ଧିବ, ତହିଁରେ ମୁଁ ତାହା ଦେଖି ତାହା ହାତରୁ ଭୋଜନ କରିବି।’”


ରଷୋଣ ଅରାମରେ ରାଜତ୍ୱ କଲା। ସେ ଇସ୍ରାଏଲକୁ ଘୃଣା କଲା। ସେ ଶଲୋମନଙ୍କର ଓ ଇସ୍ରାଏଲର ଯାବଜ୍ଜୀବନ ବିପକ୍ଷ ହୋଇଥିଲା। ରଷୋଣ ଓ ହଦଦ୍ ଇସ୍ରାଏଲର ଅତି ଉତ୍ପାତର କାରଣ ଥିଲେ।


Swiv nou:

Piblisite


Piblisite